ଗୃହମନ୍ତ୍ରୀ ହେଲେ ଦିଲୀପ ୱାଲସେ ପାଟିଲ, ଅଜିତ ପାୱାରଙ୍କୁ ଅତିରିକ୍ତ ଦାୟିତ୍ୱ

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ହୋଇଛନ୍ତି ବରିଷ୍ଠ ଏନସିପି ନେତା ଦିଲୀପ ୱାଲସେ ପାଟିଲ। ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅନୀଲ ଦେଶମୁଖଙ୍କ ଇସ୍ତଫାପତ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ନିକଟକୁ ପଠାଇଛନ୍ତି। ଏଥିସହ ଏବେ ରାଜ୍ୟର ଗୃହମନ୍ତ୍ରୀ ଭାବେ ଦିଲୀପ ୱାଲସେ ପାଟିଲ କାର୍ଯ୍ୟ କରିବେ ବୋଲି କହିଛନ୍ତି। ୭ ଥର ବିଧାୟକ ହୋଇଥିବା ପାଟିଲ ତାଙ୍କ ରାଜନୀତିକ କ୍ୟାରିୟର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପର୍ସନାଲ ଆସିସଷ୍ଟାଣ୍ଟ ଭାବେ ଆରମ୍ଭ […]

Dilip-Walse-Patil

Dilip-Walse-Patil

Hemant Lenka
  • Published: Monday, 05 April 2021
  • Updated: 05 April 2021, 07:55 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ହୋଇଛନ୍ତି ବରିଷ୍ଠ ଏନସିପି ନେତା ଦିଲୀପ ୱାଲସେ ପାଟିଲ। ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅନୀଲ ଦେଶମୁଖଙ୍କ ଇସ୍ତଫାପତ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ନିକଟକୁ ପଠାଇଛନ୍ତି। ଏଥିସହ ଏବେ ରାଜ୍ୟର ଗୃହମନ୍ତ୍ରୀ ଭାବେ ଦିଲୀପ ୱାଲସେ ପାଟିଲ କାର୍ଯ୍ୟ କରିବେ ବୋଲି କହିଛନ୍ତି।

୭ ଥର ବିଧାୟକ ହୋଇଥିବା ପାଟିଲ ତାଙ୍କ ରାଜନୀତିକ କ୍ୟାରିୟର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପର୍ସନାଲ ଆସିସଷ୍ଟାଣ୍ଟ ଭାବେ ଆରମ୍ଭ କରିଥିଲେ। ଅମ୍ବେଗାଓଁରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ପାଟିଲ ଏବେ ମହାବିକାଶ ଅଘାଡ଼ି ସରକାରେ ଅବକାରୀ ଓ ଶ୍ରମ ରାଜ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

ସେ ଆଜି ଗୃହମନ୍ତ୍ରୀ ହୋଇଥିବାରୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମିଳିବ। ଏବେ ସେ ଉପ ମୁଖ୍ୟମନ୍ତ୍ରୀ ପଦ ସହ ମହାରାଷ୍ଟ୍ରର ଅର୍ଥ ବିଭାଗ ସମ୍ଭାଳୁଛନ୍ତି। ସେହିପରି ରାଜ୍ୟର ନୂଆ ଶ୍ରମ ମନ୍ତ୍ରୀ ଭାବେ ହାସନ ମୁଶରିଫଙ୍କୁ ଦାୟିତ୍ୱ ମିଳିବ। ହାସନ ହେଉଛନ୍ତି କଂଗ୍ରେସ ବିଧାୟକ। ମହାବିକାଶ ଅଘାଡ଼ି ସରକାରରେ ସେ ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ଗୃହମନ୍ତ୍ରୀ ହୋଇଥିବା ଦିଲୀପଙ୍କ ବାପା ଦତ୍ତାତ୍ରୟ ୱାଲସେ ପାଟିଲ କଂଗ୍ରେସର ପୂର୍ବତନ ବିଧାୟକ। ଜୁନିୟର ପାଟିଲଙ୍କ ଭଳି ସିନିୟର ପାଟିଲ ମଧ୍ୟ ଶରଦ ପାୱାରଙ୍କ ବେଶ ଘନିଷ୍ଠ। ୧୯୯୦ରେ ପାଟିଲ ପ୍ରଥମଥର କଂଗ୍ରେସ ଟିକେଟରୁ ଆମ୍ବେଗାଓଁରୁ ନିର୍ବାଚନ ଜିତିଥିଲେ। ସେ ୧୯୯୯ରେ ଶରଦ ପାୱାରଙ୍କୁ ଅନୁସରଣ କରି କଂଗ୍ରେସରୁ ବାଏବାଏ କହିଥିଲେ ଓ ଏନସିପିରେ ମିଶିଥିଲେ। ୨୦୦୯ରୁ ୨୦୧୪ ମଧ୍ୟରେ ସେ ମହାରାଷ୍ଟ୍ର ବିଧାନସଭାର ସ୍ଥାୟୀ ବାଚସ୍ପତି ରହିଥିଲେ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅନୀଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ବଟି ଆଦାୟ ଅଭିଯୋଗ ଆସିଛି। ଖୋଦ୍‌ ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ପରମବୀର ସିଂହ ଏହି ଅଭିଯୋଗ ଆଣିଥିଲେ। ଆଜି ବମ୍ବେ ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ଦେବାରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିବାରୁ ଗୃହମନ୍ତ୍ରୀ ପଦରେ ରହିବା ଠିକ୍‌ ନୁହେଁ ବୋଲି ଶ୍ରୀ ଦେଶମୁଖ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos