ରୁଷର ଶସ୍ତା ତେଲ ଭାରତକୁ ଦେଇଛି ୩୫ ହଜାର କୋଟିର ଲାଭ

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଯୋଗୁ ଭାରତ ୩୫ ହଜାର କୋଟି ଟଙ୍କାର ଲାଭ ପାଇଛି। ରିହାତି ଦରରେ ଭାରତ ସରକାର ରୁଷ ଠାରୁ ଅଶୋଧିତ ତୈଳ କିଣିବାରୁ ୩୫ ହଜାର କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି। ରୁଷ ପଡ଼ୋଶୀ ୟୁକ୍ରେନ ସହ ଯୁଦ୍ଧ କରିବାରୁ ବିଭିନ୍ନ ରାଷ୍ଟ୍ର ମସ୍କୋ ଉପରେ କଟକଣା ଲଗାଇଥିଲେ। ଏଥିଯୋଗୁ ରୁଷର ଅଶୋଧିତ ତୈଳକୁ ପୂର୍ବରୁ କିଣୁଥିବା ଦେଶଗୁଡ଼ିକ ପଛଘୁଞ୍ଚା ଦେବା ଆରମ୍ଭ କରିଥିଲେ। ଏହାର ଫାଇଦା ଉଠାଇବା […]

Oil-Price

Oil-Price

Hemant Lenka
  • Published: Monday, 19 September 2022
  • Updated: 19 September 2022, 08:51 AM IST

Sports

Latest News

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଯୋଗୁ ଭାରତ ୩୫ ହଜାର କୋଟି ଟଙ୍କାର ଲାଭ ପାଇଛି। ରିହାତି ଦରରେ ଭାରତ ସରକାର ରୁଷ ଠାରୁ ଅଶୋଧିତ ତୈଳ କିଣିବାରୁ ୩୫ ହଜାର କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି। ରୁଷ ପଡ଼ୋଶୀ ୟୁକ୍ରେନ ସହ ଯୁଦ୍ଧ କରିବାରୁ ବିଭିନ୍ନ ରାଷ୍ଟ୍ର ମସ୍କୋ ଉପରେ କଟକଣା ଲଗାଇଥିଲେ।

ଏଥିଯୋଗୁ ରୁଷର ଅଶୋଧିତ ତୈଳକୁ ପୂର୍ବରୁ କିଣୁଥିବା ଦେଶଗୁଡ଼ିକ ପଛଘୁଞ୍ଚା ଦେବା ଆରମ୍ଭ କରିଥିଲେ। ଏହାର ଫାଇଦା ଉଠାଇବା ପାଇଁ ରୁଷ ସହ ଭାରତ ସରକାର ବୁଝାମଣା କରିଥିଲେ। ଆଲୋଚନା ଫଳପ୍ରଦ ହେବା ପରେ ରୁଷ ଠାରୁ ଭାରତ ସରକାର ଶସ୍ତାରେ ଅଶୋଧିତ ତୈଳ କିଣିବାକୁ ନିଷ୍ପତ୍ତି ନେଇଥିଲେ। ବିକଶିତ ରାଷ୍ଟ୍ରଗୁଡ଼ିକ ଭାରତକୁ ଏଥିପାଇଁ ନାଲି ଆଖି ଦେଖାଇଥିଲେ ମଧ୍ୟ ନୂଆଦିଲ୍ଲୀ ପଛଘୁଞ୍ଚା ଦେଇ ନଥିଲା। ଯୋଜନା ଅନୁସାରେ ଭାରତ ସରକାର ରୁଷ ଠାରୁ ଅଶୋଧିତ ତୈଳ ଆମଦାନୀ ଆରମ୍ଭ କରିଥିଲେ।

ସ୍ଥିତି ଏପରି ହୋଇଥିଲା ଯେ ତୈଳ ଆମଦାନୀରେ ଚାଇନା ପରେ ଭାରତ ହେଉଛି ରୁଷ ଦ୍ୱିତୀୟ ବଡ଼ ପାର୍ଟନ। ଭାରତ କିଣିଥିବା ମୋଟ ଅଶୋଧିତ ତୈଳର ୧୨% ରୁଷରୁ ଆମଦାନୀ ହେଉଛି। ୟୁକ୍ରେନ ଯୁଦ୍ଧ ପୂର୍ବରୁ ଏହା ୧%ରୁ କମ ଥିଲା। ଜୁଲାଇ ମାସରେ ଭାରତର ଦ୍ୱିତୀୟ ସର୍ବବୃହତ୍ତକାରୀ ତୈଳ ରପ୍ତାନୀକାରୀ ଦେଶ ଭାବେ ରୁଷ ମାନ୍ୟତା ପାଇଥିଲା। ଫଳରେ ସାଉଦ ଆରବ ତୃତୀୟ ସ୍ଥାନକୁ ଖସି ଯାଇଥିଲା। କିନ୍ତୁ ଅଗଷ୍ଟରେ ଏହି ସ୍ଥିତି ବଦଳିବା ସହ  ରିୟାଦ ପୁଣି ଦ୍ୱିତୀୟ ସ୍ଥାନକୁ ଫେରିଥିଲା। ଏବେ ରୁଷ ତୃତୀୟ ସ୍ଥାନରେ ରହିଥିବା ରୟଟର୍ସ ରିପୋର୍ଟ ପ୍ରକାଶ କରିଛି।

କର୍ମସ ବିଭାଗର ତଥ୍ୟ ଅନୁସାରେ, ଏପ୍ରିଲ-ଜୁଲାଇ ମଧ୍ୟରେ ରୁଷରୁ ଭାରତର ମିନରାଲ ତୈଳ ଆମଦାନୀ ପ୍ରାୟ ୮ଗୁଣ ବଢ଼ି ୧୧.୨ ବିଲୟନ ଡଲାରରେ ପହଞ୍ଚିଥିଲା। ଗତବର୍ଷ ସମାନ ସମୟରେ ଏହା ୧.୩ ବଲିୟନ ଡଲାର ଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତ ସରକାର ଯେତେବେଳେ ରୁଷ ଠାରୁ ଅଶୋଧିତ ତୈଳା ଆମଦାନୀ କରିବାକୁ ନିଷ୍ପତ୍ତି ନେଲେ ଏହା ୧୨ ବିଲିୟନ ଡଲାର ଛୁଇଁଥିଲା। ଗତବର୍ଷ ରୁଷ ଠାରୁ ମାତ୍ର ୧.୫ ବିଲିୟନ ଡଲାରର ତୈଳ ଆମଦାନୀ ହୋଇଥିଲା। ଏହି ୧୨ ବିଲିୟନ ଡଲାର ଆମଦାନୀ ମଧ୍ୟରୁ କେବଳ ୭ ବିଲିୟନର ଡଲାରର ଆମଦାନୀ ଜୁନ ଓ ଜୁଲାଇରେ ହୋଇଛି।

୨୦୨୦ରେ ମଧ୍ୟ ତୈଳ ମାର୍କେଟରେ ମୂଲଚାଲ କରି ଭାରତ ବେଶ ଆର୍ଥିକ ଲାଭ ପାଇଥିଲା। ୨୦୨୦ରେ ମହାମାରୀ ଯୋଗୁ ପୂରା ବିଶ୍ୱ ଠପ ହୋଇ ଯାଇଥିଲା। ତୈଳର ଚାହିଦା କମି ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମୂଲଚାଲ ଆରମ୍ଭ କରିଥିଲେ। ବେଶ ଯୋଜନାବଦ୍ଧ ରଣନୀତି ଅନୁଯାୟୀ ସରକାର ଶସ୍ତାରେ ତେଲ କିଣିବା ସହ ଏହାକୁ ବିଭିନ୍ନ ଭଣ୍ଡାର ଓ ଶିପ୍‌ରେ ଗଚ୍ଛିତ କରି ରଖିଥିଲେ। ଏଥିଯୋଗୁ ସରକାର ୨୫ ହଜାର କୋଟି ଟଙ୍କାର ଲାଭ ପାଇଥିଲେ।

ଭାରତରେ ତୈଳ ଦାମର ଗୁରୁତ୍ୱ ବେଶ ରହିଛି। କାରଣ ଏହାର ପ୍ରଭାବ ସିଧାସଳଖ ଦେଶର ଅର୍ଥନୀତି ଉପରେ ପଡ଼ିଥାଏ। ଏପରି ସ୍ଥିତିରେ ଭାରତ ସରକାର ମୋଟ ଚାହିଦାର ୮୩% ତୈଳ ବିଦେଶରୁ ଆଣନ୍ତି। ୨୦୨୧-୨୨ରେ ସରକାରଙ୍କ ଆମଦାନୀ ବିଲ୍‌ ଦୁଇ ଗୁଣା ଅର୍ଥାତ ୧୧୯ ବିଲିୟନ ଡଲାର ରହିଥିଲା।

ମହାମାରୀ ପରେ ଅର୍ଥନୀତି ଟ୍ରାକକୁ ଫେରୁଥିବାରୁ ତେଲର ଚାହିଦା ମଧ୍ୟ ବଢ଼ିଛି। ତେଣୁ ସରକାରଙ୍କୁ ଅଧିକରୁ ଅଧିକ ଅଶୋଧିତ ତୈଳ ଆମଦାନୀ କରିବାକୁ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story