ଡିଏମକେକୁ ହିନ୍ଦୁ ବିରୋଧୀ କହି ପରାସ୍ତ କରିବାକୁ ଆହ୍ୱାନ ଦେଲେ ସାଂସଦ ତେଜସ୍ୱୀ

ସାଲେମ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଧର୍ମର ଗୋଟି ଚାଳନା କରିଛି ବିଜେପି। ରାଜ୍ୟରେ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ଏମକେ ଷ୍ଟାଲିନଙ୍କ ଡିଏମକେକୁ ବିଜେପି ସାଂସଦ ତଥା ଯୁବ ମୋର୍ଚ୍ଚାର ମୁଖ୍ୟ ତେଜସ୍ୱୀ ସୂର୍ଯ୍ୟ ହିନ୍ଦୁ ବିରୋଧୀ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ଡିଏମକେକୁ ପରାସ୍ତ କରିବା ପାଇଁ ସମସ୍ତେ ଏକାଠି ଆଗକୁ ଆସିବା ଦରକାର ବୋଲି ସେ ଆହ୍ୱାନ ଦେଇଛନ୍ତି। ସାଲେମ ଠାରେ ଆୟୋଜିତ ବିଜେପି ଯୁବ ମୋର୍ଚ୍ଚାର ସମ୍ମିଳନୀରେ […]

tejsvi

tejsvi

Hemant Lenka
  • Published: Monday, 22 February 2021
  • Updated: 22 February 2021, 04:07 PM IST

Sports

Latest News

ସାଲେମ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଧର୍ମର ଗୋଟି ଚାଳନା କରିଛି ବିଜେପି। ରାଜ୍ୟରେ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ଏମକେ ଷ୍ଟାଲିନଙ୍କ ଡିଏମକେକୁ ବିଜେପି ସାଂସଦ ତଥା ଯୁବ ମୋର୍ଚ୍ଚାର ମୁଖ୍ୟ ତେଜସ୍ୱୀ ସୂର୍ଯ୍ୟ ହିନ୍ଦୁ ବିରୋଧୀ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ଡିଏମକେକୁ ପରାସ୍ତ କରିବା ପାଇଁ ସମସ୍ତେ ଏକାଠି ଆଗକୁ ଆସିବା ଦରକାର ବୋଲି ସେ ଆହ୍ୱାନ ଦେଇଛନ୍ତି।

ସାଲେମ ଠାରେ ଆୟୋଜିତ ବିଜେପି ଯୁବ ମୋର୍ଚ୍ଚାର ସମ୍ମିଳନୀରେ ସେ କହିଛନ୍ତି, ଡିଏମକେ ଏକ ଖରାପ ଚିନ୍ତାଧାର ଉପରେ କାର୍ଯ୍ୟ କରୁଛି। ଡିଏମକେର ଆଦର୍ଶ ହିନ୍ଦୁ ବିରୋଧୀ। ପ୍ରତିଟି ତାମିଲ ଲୋକ ହିନ୍ଦୁ ବୋଲି ଗର୍ବ କରନ୍ତି। ତାମିଲନାଡୁ ହେଉଛି ଗୋଟିଏ ଧାର୍ମିକ ସ୍ଥାନ ଓ ଦେଶର ସବୁଠାରୁ ଅଧିକ ମନ୍ଦିର ଏଠାରେ ରହିଛି।


ତାମିଲନାଡୁର ପ୍ରତିଟି ଇଞ୍ଚ ଜମି ଧାର୍ମିକ ଓ ପବିତ୍ର। କିନ୍ତୁ ଡିଏମକେ ହେଉଛି ଗୋଟିଏ ହିନ୍ଦୁ ବିରୋଧୀ ଦଳ। ତେଣୁ ଆମକୁ ଏହି ଦଳକୁ ପରାସ୍ତ କରିବାକୁ ପଡ଼ିବ। ଡିଏମକେ ପାଇଁ ପରିବାର ହିଁ ଦଳ ହୋଇଥିବା ବେଳେ ବିଜେପି ପାଇଁ ଦଳ ହିଁ ପରିବାର। ଡିଏମକେ କ୍ଷମତାରେ ଥିବା ବେଳେ ହିନ୍ଦୁ ସଂଗଠନ ଓ ବିଶ୍ୱାସ ଉପରେ ଆକ୍ରମଣ କରିଥିଲା। କିନ୍ତୁ କ୍ଷମତାରୁ ଚାଲିଯିବା ପରେ ସେମାନେ ହିନ୍ଦୁ ଭୋଟ ମାଗୁଛନ୍ତି। ‌ଆମେ କେବେ ହେଲେ ଏହାକୁ ପ୍ରଶ୍ରୟ ଦେବାକଥା ନୁହେଁ।

ଭାରତୀୟ ଜନତା ପାର୍ଟି ଏକମାତ୍ର ଦଳ ଯିଏ ଭାରତର ସବୁ ଆଞ୍ଚଳିକ ଭାଷାକୁ ସମ୍ମାନ ଓ ଗୁରୁତ୍ୱ ଦେଇଥାଏ। ଯଦି ତାମିଲକୁ ଜୀବତ ରଖିବାକୁ ଚାହୁଁଛନ୍ତି, ତା’ହେଲେ ହିନ୍ଦୁତ୍ୱର ବିଜୟ ହେବା ଦରକାର। ଯଦି କନ୍ନଡ ଜିତିବାକୁ ଚାହୁଁଛି, ତା’ହେଲେ ହିନ୍ଦୁତ୍ୱର ମଧ୍ୟ ବିଜୟ ହେବା ଦରକାର। ବିଜେପି ତାମିଲନାଡୁର ଆତ୍ମା ଓ ତାମିଲ ଭାଷାର ପ୍ରତିନିଧିତ୍ୱ କରୁଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos