ଷ୍ଟୋନ ବଦଳରେ ପୂରା କିଡ୍‌ନୀ କାଢ଼ିଦେଲେ ଡାକ୍ତର, ଏବେ ହସ୍ପିଟାଲ ଦେବ ୧୧.୨୩ ଲକ୍ଷ ଟଙ୍କା

ଅହମଦାବାଦ: ଡାକ୍ତରଙ୍କ ବେପାରୁଆ ଆଚରଣ ଯୋଗୁ ଜଣେ ରୋଗୀଙ୍କ ପରିବାର ସବୁ ଦିନ ପାଇଁ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ଜଣେ ବ୍ୟକ୍ତି କିଡ୍‌ନୀରେ ଷ୍ଟୋନ ହୋଇଥିବାରୁ ଗୁଜରାଟର ବାଲାସିନୋରର କେଏମଜି ଜେନେରାଲ ହସ୍ପିଟାଲକୁ ଆସିଥିଲେ। ତେବେ ତାଙ୍କର ଷ୍ଟୋନ ଅପରେସନ ବେଳେ ଡାକ୍ତର ତାଙ୍କ କିଡ୍‌ନୀକୁ ହିଁ ଶରୀରରୁ ଅଲଗା କରି ଦେଇଥିଲେ। ଏଥିଯୋଗୁ ଅପରେସନର ୪ ମାସ ପରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ଦୀର୍ଘ ୯ ବର୍ଷ ପରେ ପୀଡ଼ିତଙ୍କ ପରିବାରକୁ ଗୁଜରାଟ […]

Kidney

Kidney

Hemant Lenka
  • Published: Tuesday, 19 October 2021
  • Updated: 19 October 2021, 12:44 PM IST

Sports

Latest News

ଅହମଦାବାଦ: ଡାକ୍ତରଙ୍କ ବେପାରୁଆ ଆଚରଣ ଯୋଗୁ ଜଣେ ରୋଗୀଙ୍କ ପରିବାର ସବୁ ଦିନ ପାଇଁ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ଜଣେ ବ୍ୟକ୍ତି କିଡ୍‌ନୀରେ ଷ୍ଟୋନ ହୋଇଥିବାରୁ ଗୁଜରାଟର ବାଲାସିନୋରର କେଏମଜି ଜେନେରାଲ ହସ୍ପିଟାଲକୁ ଆସିଥିଲେ। ତେବେ ତାଙ୍କର ଷ୍ଟୋନ ଅପରେସନ ବେଳେ ଡାକ୍ତର ତାଙ୍କ କିଡ୍‌ନୀକୁ ହିଁ ଶରୀରରୁ ଅଲଗା କରି ଦେଇଥିଲେ।

ଏଥିଯୋଗୁ ଅପରେସନର ୪ ମାସ ପରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ଦୀର୍ଘ ୯ ବର୍ଷ ପରେ ପୀଡ଼ିତଙ୍କ ପରିବାରକୁ ଗୁଜରାଟ ଷ୍ଟେଟ କଞ୍ଜୁମର ଡିସପ୍ୟୁଟ ରିଡ୍ରେସାଲ କମିଶନ ହସ୍ପିଟାଲକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ୧୧.୨୩ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୨ରେ ଘଟଣା ଘଟିଥିବାରୁ ୭.୫% ସୁଧ ହିସାବରେ ଏହି ଟଙ୍କା ପରିବାର ବର୍ଗଙ୍କୁ ମିଳିବ।

ମିଳିଥିବା ସୂଚନା ଅନୁଯାୟୀ, ଖେଡ଼ା ଜିଲ୍ଲାର ଭାଙ୍ଗହୋର୍ଲି ଗାଁରେ ରହୁଥିବା ଦେବନ୍ଦ୍ର ଭାଇ ରାଭାଲ କେଏମଜି ଜେନେରାଲ ହସ୍ପିଟାଲର ଡା ଶିବୁଭାଇ ପଟେଲଙ୍କ ପାଖରେ ନିଜର ସ୍ୱାସ୍ଥ୍ୟ ଯାଞ୍ଚ କରାଇଥିଲେ। ସେ ବ୍ୟାକପେନ ସହ ପରିଶ୍ରାରେ କଷ୍ଟ ଅନୁଭବ କରୁଥିଲେ। ୨୦୧୧ ମେ’ ମାସରେ ହୋଇଥିବା ପରୀକ୍ଷା ସମୟରେ ତାଙ୍କର ବାମପଟ କିଡନୀରେ ୧୪ ଏମଏମର ଗୋଟିଏ ଷ୍ଟୋନ ଥିବା ଜଣାପଡ଼ିଥିଲା।

ତାଙ୍କ ଷ୍ଟୋନ ଅତ୍ୟନ୍ତ ବଡ଼ ଥିବାରୁ ତାଙ୍କୁ ଭଲ ହସ୍ପିଟାଲକୁ ଯିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ସେ କେଏମଜି ଜେନେରାଲ ହସ୍ପିଟାଲରେ ହିଁ ନିଜର ଅପରେସନ କରିବାକୁ କହିଥିଲେ। ୨୦୧୧ ମସିହା ସେପ୍ଟେମ୍ବର ୩ରେ ତାଙ୍କର ଅପରେସନ କରାଯାଇଥିଲା। ଅପରେସନ ବେଳେ ଡାକ୍ତର ତାଙ୍କ ଷ୍ଟୋନ ବାହାର କରିବା ବଦଳରେ ପୂରା କିଡ୍‌ନୀ ବାହାର କରି ଦେଇଥିଲେ।

ପରିବାର ଲୋକ ଏହା ଜାଣିବା ପରେ ଡାକ୍ତରଙ୍କୁ ପଚାରିଥିଲେ। ଦେବେନ୍ଦ୍ରଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏପରି କରିଥିବା ଡାକ୍ତର ସଫେଇ ଦେଇଥିଲେ। ତଥାପି ପରିଶ୍ରାରେ ଦେବେନ୍ଦ୍ର ସମସ୍ୟା ଭୋଗିବାରୁ ତାଙ୍କୁ ନଦିଆରେ ଥିବା କିଡ୍‌ନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗଡ଼ିବାରେ ଲାଗିଥିଲା। ଶେଷରେ ତାଙ୍କୁ ଅହମଦାବାଦର ଆଇକେଡିଆରସିକୁ ଅଣାଯାଇଥିଲା। କିନ୍ତୁ ସେଠାରେ ୨୦୧୨ ମସିହା ଜାନୁଆରୀ ୮ରେ ତାଙ୍କର ମୃତ୍ୟୁ ଘଟିଥିଲା।

ତାଙ୍କ ପତ୍ନୀ ମୀନାବେନ ନଦିଆ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୨ରେ କମିଶନ ଡାକ୍ତର, ହସ୍ପିଟାଲ ଓ ୟୁନାଇଟେଡ ଇଣ୍ଡିଆ ବୀମା କମ୍ପାନୀକୁ ମେଡିକାଲ ଅବହେଳା ପାଇଁ ୧୧.୨୩ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କହିଥିଲେ। ତେବେ କ୍ଷତିପୂରଣ ପ୍ରଦାନକୁ ନେଇ ବୀମା କମ୍ପାନୀ ଓ ହସ୍ପିଟାଲ ମଧ୍ୟରେ ତିକ୍ତତା ଆରମ୍ଭ ହେବାରୁ ମାମଲା ରାଜ୍ୟ କମିଶନଙ୍କ ପାଖରେ ପହଞ୍ଚିଥିଲା। ଶେଷରେ ରାଜ୍ୟ କମିଶନ ଡାକ୍ତରଙ୍କ ଅବହେଳାରୁ ଏପରି ଘଟଣା ଘଟିଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ହିଁ କ୍ଷତିପୂରଣ ଦେବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story