ବିଚ୍‌ ରାସ୍ତାରେ ଡାକ୍ତର ଦମ୍ପତିଙ୍କ କାର୍‌ ଅଟକାଇଲେ, ଗୁଳି କରି ମାରିଦେଲେ

ଭରତପୁର: ବିଚ ରାସ୍ତାରେ, ତା’ପୁଣି ଦିନ ଦ୍ୱିପ୍ରହରରେ ସମସ୍ତଙ୍କୁ ସ୍ତବ୍ଧ କରିବା ଭଳି ଘଟଣା ଘଟିଛି। ରାଜସ୍ଥାନର ଭରତପୁରରେ ଜଣେ ଡାକ୍ତର ଦମ୍ପତିଙ୍କୁ କାର ମଧ୍ୟରେ ଗୁଳି କରି ହତ୍ୟା କରାଯାଇଛି। ଦୁଇ ଜଣ ଯୁବକ ବାଇକରେ ଆସି ଏଭଳି କାଣ୍ଡ ଭିଆଇଛନ୍ତି। ଏହି ଭୟଙ୍କର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଅପରାହ୍ନ ୪.୪୫ରେ ଏହି ଘଟଣା ଘଟିଛି। ଗୁଳିମାଡ଼ ଯୋଗୁ ଘଟଣା ସ୍ଥଳରେ ହିଁ ଡାକ୍ତର ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସୂଚନା […]

Doctors

Doctors

Hemant Lenka
  • Published: Saturday, 29 May 2021
  • Updated: 29 May 2021, 05:17 PM IST

ଭରତପୁର: ବିଚ ରାସ୍ତାରେ, ତା’ପୁଣି ଦିନ ଦ୍ୱିପ୍ରହରରେ ସମସ୍ତଙ୍କୁ ସ୍ତବ୍ଧ କରିବା ଭଳି ଘଟଣା ଘଟିଛି। ରାଜସ୍ଥାନର ଭରତପୁରରେ ଜଣେ ଡାକ୍ତର ଦମ୍ପତିଙ୍କୁ କାର ମଧ୍ୟରେ ଗୁଳି କରି ହତ୍ୟା କରାଯାଇଛି। ଦୁଇ ଜଣ ଯୁବକ ବାଇକରେ ଆସି ଏଭଳି କାଣ୍ଡ ଭିଆଇଛନ୍ତି। ଏହି ଭୟଙ୍କର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଅପରାହ୍ନ ୪.୪୫ରେ ଏହି ଘଟଣା ଘଟିଛି। ଗୁଳିମାଡ଼ ଯୋଗୁ ଘଟଣା ସ୍ଥଳରେ ହିଁ ଡାକ୍ତର ଦମ୍ପତିଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଡାକ୍ତର ଦମ୍ପତି କାରରେ ଆସୁଥିବା ବେଳେ ଭାରତପୁର କ୍ରସିଂ ନିକଟରେ ଦୁଇ ଜଣ ବାଇକ ଆରୋହୀ ସେମାନଙ୍କୁ ଓଭର ଟେକ୍‌ କରିଥିଲେ। ଏହାପରେ ସେମାନେ କାରକୁ ଅଟକାଇ ଦେଇଥିଲେ। ବାଇକରୁ ଓହ୍ଲାଇ ଦୁଇ ଯୁବକ କାର ପାଖରେ ପହଞ୍ଚିବା କ୍ଷଣି ଡାକ୍ତର ଜଣଙ୍କ କାଚ୍‌ ତଳକୁ କରିଥିଲେ।

କେହି କିଛି ବୁଝିବା ଆଗରୁ ଜଣେ ଯୁବକ ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ଦମ୍ପତିଙ୍କ ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଘଟଣା ପଛର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ପୁଲିସ୍‌ ପୁରୁଣା ଶତ୍ରୁତାରୁ ଏଭଳି ଘଟିଥିବା ସନ୍ଦେହ କରିଛି।

ଦୁଇ ବର୍ଷ ତଳର ଜଣେ ଯୁବତୀଙ୍କ ହତ୍ୟା ଘଟଣାରେ ଏହି ଦମ୍ପତି ଅଭିଯୁକ୍ତ ଥିଲେ। ଏହି ଯୁବତୀଙ୍କ ସମ୍ପର୍କ ଡାକ୍ତରଙ୍କ ସହ ଥିଲା। ପରବର୍ତ୍ତୀ ଅବସ୍ଥାରେ ଡାକ୍ତର ଜଣଙ୍କ ତାଙ୍କ ପତ୍ନୀଙ୍କ ସହ ମିଶି ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏବେ ଗୁଳି ଚଳାଇଥିବା ଯୁବକ ଜଣଙ୍କ ଉକ୍ତ ଯୁବତୀଙ୍କ ଭାଇ ବୋଲି ଜଣାପଡ଼ିଛି।

ତେଣୁ ଦୁଇ ବର୍ଷ ତଳର ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଏଭଳି ଘଟିଥିବା ପୁଲିସ୍‌ କହିଛି। ଯୁବତୀଙ୍କ ହତ୍ୟା ଘଟଣାରେ ଡାକ୍ତରଙ୍କ ପତ୍ନୀ ଓ ବୋଉ ମଧ୍ୟ ଅଭିଯୁକ୍ତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos