କରୋନା ପାଇଁ ନଷ୍ଟ ହୋଇ ଯାଇଥିଲା ଫୁସଫୁସ, ୧୪୦ ଦିନର ସଂଘର୍ଷ ପରେ ଆଖି ବୁଜିଲେ ଡାକ୍ତର

ଲକ୍ଷ୍ନୌ: ମହାମାରୀ କରୋନାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। କରୋନା ସଂକ୍ରମଣ ଯୋଗୁ ଫୁସଫୁସ ଜନିତ ସମସ୍ୟାରେ ପଡ଼ିଥିବା ଜଣେ ୩୧ ବର୍ଷୀୟ ମହିଳା ଡାକ୍ତର ଶେଷରେ ପ୍ରାଣ ହରାଇଛନ୍ତି। ଏହି ଡାକ୍ତର ଜଣଙ୍କ ହେଉଛନ୍ତି ଶରଦ ସୁମନ। ସେ ଲକ୍ଷ୍ନୌରେ ଥିବା ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ କାମ କରୁଥିଲେ। ସେ ଦୀର୍ଘ ୧୪୦ ଦିନ କାଳ ଜୀବନ ଯୁଦ୍ଧରେ ଲଢ଼େଇ କରିବା ପରେ ରବିବାର ରାତିରେ ହାଇଦ୍ରାବାଦର […]

Corona

Corona

Hemant Lenka
  • Published: Tuesday, 07 September 2021
  • Updated: 07 September 2021, 03:44 PM IST

Sports

Latest News

ଲକ୍ଷ୍ନୌ: ମହାମାରୀ କରୋନାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। କରୋନା ସଂକ୍ରମଣ ଯୋଗୁ ଫୁସଫୁସ ଜନିତ ସମସ୍ୟାରେ ପଡ଼ିଥିବା ଜଣେ ୩୧ ବର୍ଷୀୟ ମହିଳା ଡାକ୍ତର ଶେଷରେ ପ୍ରାଣ ହରାଇଛନ୍ତି। ଏହି ଡାକ୍ତର ଜଣଙ୍କ ହେଉଛନ୍ତି ଶରଦ ସୁମନ। ସେ ଲକ୍ଷ୍ନୌରେ ଥିବା ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ କାମ କରୁଥିଲେ। ସେ ଦୀର୍ଘ ୧୪୦ ଦିନ କାଳ ଜୀବନ ଯୁଦ୍ଧରେ ଲଢ଼େଇ କରିବା ପରେ ରବିବାର ରାତିରେ ହାଇଦ୍ରାବାଦର କିମ୍ସରେ ଆଖି ବୁଜିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତର ଶରଦ ଏପ୍ରିଲ ମାସରେ କରୋନାରେ ସଂକ୍ରମିତ ହୋଇଥିଲେ। ହସ୍ପିଟାଲରେ ରୋଗୀଙ୍କ ସେବା କରିବା ସମୟରେ ହିଁ ସେ ଭାଇରସ ସଂସ୍ପର୍ଶରେ ଆସିଥିଲେ। ଭାଇରସ ସଂକ୍ରମଣ ଯୋଗୁ ତାଙ୍କ ଫୁସଫୁସ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।

ଏଥିପାଇଁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖା ଯାଇଥିଲେ। ସେ କରୋନାରୁ ସୁସ୍ଥ ହୋଇଥିଲେ ହେଁ ଫୁସଫୁସ ଜନିତ ସମସ୍ୟାକୁ ମୁକୁଳି ପାରି ନଥିଲେ। ଦୀର୍ଘ ୧୪୦ ଦିନ କାଳ ସେ ଭେଣ୍ଟିଲେଣ୍ଟର୍‌ରେ ରହିବା ପରେ ଶେଷରେ ସେପ୍ଟେମ୍ବର ୫ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

କରୋନା ଯୋଗୁ ଡାକ୍ତର ସୁମନଙ୍କ ଫୁସଫୁସ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଏଥିପାଇଁ ତାଙ୍କର ଫୁସଫୁସ ପ୍ରତିରୋପଣ କରିବାକୁ ଡାକ୍ତରମାନେ ଯୋଜନା କରିଥିଲେ। କିନ୍ତୁ ଡୋନରଙ୍କ ଅଭାବରୁ ଏହା ସମ୍ଭବ ହୋଇପାରି ନଥିଲା। ପରିବାର ଲୋକ ତାଙ୍କର ଶେଷକୃତ୍ୟ ହାଇଦ୍ରାବାଦରେ ହିଁ କରିଛନ୍ତି। ଡାକ୍ତର ସୁମନଙ୍କର ସ୍ୱାମୀ ଓ ୪ ମାସର ଛୁଆ ଏବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଗାୟ୍ନୋଲୋଜିଷ୍ଟ ଭାବେ କାମ କରୁଥିବା ଡାକ୍ତର ସୁମନ କରୋନାର ଦ୍ୱିତୀୟ ୱେଭର ପିକ୍‌ ସମୟରେ ବି କାମ କରୁଥିଲେ। ଏତିକି ବେଳେ ସେ କରୋନାରେ ଆକ୍ରାନ୍ତ ହୋଇ ଏପ୍ରିଲ ୧୪ରେ ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଆଡମିଟ ହୋଇଥିଲେ।

ଏହି ସମୟରେ ସେ ୮ ମାସର ଗର୍ଭବତୀ ଥିଲେ। ଡାକ୍ତରମାନେ ତାଙ୍କର ସବୁ ପ୍ରକାରର ଚିକତ୍ସା କରିଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ତାଙ୍କର ଦୁଇଟି ଯାକ ଫୁସଫୁସ ନଷ୍ଟ ହୋଇଯାଇଥିଲା। ସେ ଭେଣ୍ଟିଲେଟର୍‌ରେ ଥିବା ବେଳେ ଡାକ୍ତରମାନେ ତାଙ୍କ ପେଟରେ ଥିବା ଛୁଆର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଶେଷରେ ମେ’ ୧ ତାରିଖରେ ଅପରେସନ ଦ୍ୱାରା ଛୁଆଟିକୁ ଡାକ୍ତରମାନେ ଜନ୍ମ କରାଇଥିଲେ।

ଏବେ ସୁମନଙ୍କ ଛୁଆ ସୁସ୍ଥ ଅଛି। ଦିନକୁ ଦିନ ହସ୍ପିଟାଲର ବିଲ୍‌ ବଢ଼ିବାରୁ ତାଙ୍କ ସ୍ୱାମୀ ଡାକ୍ତର ଅଜୟ ଓ ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହଯୋଗ ଲୋଡ଼ିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିଥିଲା ଓ ଡାକ୍ତର ସୁମନଙ୍କ ଫୁସଫୁସ ପ୍ରତିରୋପଣ କରିବାକୁ ଅନୁମତି ଦେଇଥିଲା।

ଅନୁମତି ମିଳିବା ପରେ ତାଙ୍କୁ ହାଇଦ୍ରାବାଦର କିମ୍ସକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ତାଙ୍କର ଇକ୍‌ମୋ ଚିକତ୍ସା ଚାଲିଥିଲା। ଏଠାରେ ଫୁସଫୁସ ପ୍ରତିରୋପଣ ପାଇଁ ଡୋନରଙ୍କୁ ଖୋଜା ଯାଇଥିଲେ ହେଁ ଏହା ସମୟ ଥାଉଥାଉ ସମ୍ଭବ ହୋପାରି ନଥିଲା। ଶେଷରେ ହାଇଦ୍ରାବାଦରେ ୩୪ ଦିନ ଧରି ଚିକିତ୍ସିତ ହେବା ପରେ ଡାକ୍ତର ସୁମନ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos