ସୋଶାଲ ମିଡିଆ ବନ୍ଧୁଙ୍କୁ ହସ୍ପିଟାଲ ଡାକିଲେ, ୨ ବନ୍ଧୁଙ୍କ ସହ ମିଶି ଦୁଷ୍କର୍ମ କଲେ ଡାକ୍ତର

ବସ୍ତି(ୟୁପି): ଉତ୍ତର ପ୍ରଦେଶର ବସ୍ତିରେ ପୁଲିସ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି। ଜଣେ ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଏପରି ପଦକ୍ଷେପ ନେଇଛି। ବସ୍ତି ସଦର କୋଟୱାଲି ଅଞ୍ଚଳରେ ଥିବା ଗୋଟିଏ ହସ୍ପିଟାଲରେ ଏହି ଡାକ୍ତର ଜଣଙ୍କ କାର୍ଯ୍ୟ କରୁଥିଲେ। ପ୍ରଥମେ ସେ ମହିଳାଙ୍କ ସହ ସୋଶାଲ ମିଡିଆରେ ବନ୍ଧୁତା କରିଥିଲେ। ଏହାପରେ ତାଙ୍କୁ ନିଜ ହସ୍ପିଟାଲକୁ ସମୟ ଦେଖି ଆସିବାକୁ ପ୍ରସ୍ତାବ ଦେଇଥିଲେ। ମହିଳା ଜଣଙ୍କ ମଧ୍ୟ ଡାକ୍ତରଙ୍କ କଥାରେ ରାଜି ହୋଇ ହସ୍ପିଟାଲକୁ […]

stopRape

stopRape

Hemant Lenka
  • Published: Tuesday, 04 October 2022
  • Updated: 04 October 2022, 06:17 PM IST

ବସ୍ତି(ୟୁପି): ଉତ୍ତର ପ୍ରଦେଶର ବସ୍ତିରେ ପୁଲିସ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି। ଜଣେ ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଏପରି ପଦକ୍ଷେପ ନେଇଛି। ବସ୍ତି ସଦର କୋଟୱାଲି ଅଞ୍ଚଳରେ ଥିବା ଗୋଟିଏ ହସ୍ପିଟାଲରେ ଏହି ଡାକ୍ତର ଜଣଙ୍କ କାର୍ଯ୍ୟ କରୁଥିଲେ। ପ୍ରଥମେ ସେ ମହିଳାଙ୍କ ସହ ସୋଶାଲ ମିଡିଆରେ ବନ୍ଧୁତା କରିଥିଲେ। ଏହାପରେ ତାଙ୍କୁ ନିଜ ହସ୍ପିଟାଲକୁ ସମୟ ଦେଖି ଆସିବାକୁ ପ୍ରସ୍ତାବ ଦେଇଥିଲେ।

ମହିଳା ଜଣଙ୍କ ମଧ୍ୟ ଡାକ୍ତରଙ୍କ କଥାରେ ରାଜି ହୋଇ ହସ୍ପିଟାଲକୁ ଆସିଥିଲେ। ସେଠାରେ ଉଭୟ କିଛି ସମୟ କଥା ହୋଇଥିଲେ। କଥାବାର୍ତ୍ତା ସରିବା ପରେ ଡାକ୍ତର ଜଣଙ୍କ ମହିଳାଙ୍କୁ ବିଭିନ୍ନ ଆଳ ଦେଖାଇ ନିଜ ହଷ୍ଟେଲ ରୁମକୁ ନେଇ ଯାଇଥିଲେ। ସେଠାରେ ସେ ଓ ତାଙ୍କର ଦୁଇ ଜଣ ବନ୍ଧୁ ମିଳିତ ଭାବେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ମହିଳା ଜଣଙ୍କ ଗୋଟିଏ ପ୍ରାଇଭେଟ ଶିକ୍ଷାନୁଷ୍ଠାନରେ ପିଲାଙ୍କୁ ପାଠପଢ଼ାନ୍ତି। ଘଟଣା ପରେ ସେ ଚୁପଚାପ ବସ୍ତିରୁ ଲକ୍ଷ୍ନୌ ଚାଲି ଆସିଥିଲେ। ଲକ୍ଷ୍ନୌରେ ପହଞ୍ଚିବା ପରେ ସେ ବିଧିବଦ୍ଧ ଭାବେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରିବା ପରେ ହସ୍ପିଟାଲକୁ ଯାଇ ଡାକ୍ତରଙ୍କୁ ଗିରଫ କରିଛି। ଏବେ ତାଙ୍କର ଦୁଇ ସାଙ୍ଗକୁ ପୁଲିସ୍‌ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos