ଓମିକ୍ରନରୁ ସୁସ୍ଥ ହୋଇଥିବା ଡାକ୍ତର ପୁଣି କରୋନାରେ ଆକ୍ରାନ୍ତ

ବେଙ୍ଗାଲୁରୁ: ମହାମାରୀ କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ବେଙ୍ଗାଲୁରୁର ୪୬ ବର୍ଷୀୟ ଡାକ୍ତରଙ୍କ ରିପୋର୍ଟ ପୁଣି ପଜିଟିଭ ଆସିଛି। ସେ ଓମିକ୍ରନରୁ ସୁସ୍ଥ ହେବାର କିଛି ଦିନ ପରେ ପୁଣି କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଦକ୍ଷିଣ ଆଫ୍ରିକାର ଜଣେ ନାଗରିକ ଓ ଏହି ଡାକ୍ତର ଜଣଙ୍କ ଦେଶର ପ୍ରଥମ ଦୁଇ ବ୍ୟକ୍ତି ଭାବେ ଓମିକ୍ରନରେ ସଂକ୍ରମିତ ହୋଇଥିଲେ। ଡାକ୍ତର ଜଣଙ୍କ ନିୟମ ଅନୁସାରେ ହସ୍ପିଟାଲରେ ରହିଥିଲେ ହେଁ ଦକ୍ଷିଣ […]

Omicron1

Omicron1

Hemant Lenka
  • Published: Tuesday, 07 December 2021
  • Updated: 07 December 2021, 03:18 PM IST

Sports

Latest News

ବେଙ୍ଗାଲୁରୁ: ମହାମାରୀ କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ବେଙ୍ଗାଲୁରୁର ୪୬ ବର୍ଷୀୟ ଡାକ୍ତରଙ୍କ ରିପୋର୍ଟ ପୁଣି ପଜିଟିଭ ଆସିଛି। ସେ ଓମିକ୍ରନରୁ ସୁସ୍ଥ ହେବାର କିଛି ଦିନ ପରେ ପୁଣି କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଦକ୍ଷିଣ ଆଫ୍ରିକାର ଜଣେ ନାଗରିକ ଓ ଏହି ଡାକ୍ତର ଜଣଙ୍କ ଦେଶର ପ୍ରଥମ ଦୁଇ ବ୍ୟକ୍ତି ଭାବେ ଓମିକ୍ରନରେ ସଂକ୍ରମିତ ହୋଇଥିଲେ। ଡାକ୍ତର ଜଣଙ୍କ ନିୟମ ଅନୁସାରେ ହସ୍ପିଟାଲରେ ରହିଥିଲେ ହେଁ ଦକ୍ଷିଣ ଆଫ୍ରିକାର ନାଗରିକ ଜଣଙ୍କ ନିୟମ ଭାଙ୍ଗି ଦୁବାଇ ଚାଲି ଯାଇଛନ୍ତି।

ଆଜି ବେଙ୍ଗାଲୁରୁ ମହାନଗର ପାଳିକାର ଜଣେ ଅଧିକାରୀ କହିଛନ୍ତି, “ଓମିକ୍ରନରୁ ସୁସ୍ଥ ହୋଇଥିବା ଡାକ୍ତର ଜଣଙ୍କ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛି। ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ଆଇସୋଲେସନରେ ରଖାଯାଇଛି। ତେବେ ତାଙ୍କ ଶରୀରରେ କୌଣସି ପ୍ରକାରର କରୋନା ଲକ୍ଷଣ ଦେଖାଯାଇ ନାହିଁ। ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।”

ଅନ୍ୟପକ୍ଷରେ ନିୟମ ଭାଙ୍ଗି ଦୁବାଇ ଚାଲିଯାଇଥିବା ଦକ୍ଷିଣ ଆଫ୍ରିକା ନାଗରିକଙ୍କ ନାଁରେ ଆଜି ମାମଲା ରୁଜୁ କରାଯାଇଛି। ସେହିପରି ସେ ରହୁଥିବା ପଞ୍ଚତାରକା ହୋଟେଲ କର୍ତ୍ତୃପକ୍ଷଙ୍କ ନାଁରେ ମଧ୍ୟ ମାମଲା ହୋଇଛି। ବ୍ୟକ୍ତି ଜଣଙ୍କ ହୋଟେଲରୁ ଯିବା ବେଳେ କାହିଁକି କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇ ନଥିଲେ, ସେଥିପାଇଁ ମାମଲା କରାଯାଇଛି। ସମସ୍ତଙ୍କ ନାଁରେ ମହାମାରୀ ଆଇନ ଓ ଆଇପିସିର ବିଭିନ୍ନ ଦଫାରେ ମାମଲା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos