ବାହାରକୁ ନ ଯାଇ ମଧ୍ୟ ଓମିକ୍ରନରେ ଆକ୍ରାନ୍ତ ହେଲେ ଡାକ୍ତର

କୋଲକାତା: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମନାକୁ ଆସିଛି। ବିଦେଶ କିମ୍ବା ରାଜ୍ୟ ବାହାରକୁ ନ ଯାଇ ମଧ୍ୟ କୋଲକାତାରେ ଜଣେ ଜୁନିୟର ଡାକ୍ତର ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। ସେ କୌଣସି ଓମିକ୍ରନ ସଂକ୍ରମିତଙ୍କ ସଂସ୍ପର୍ଶରେ ମଧ୍ୟ ଆସି ନଥିଲେ। ତଥାପି ତାଙ୍କ ଶରୀରରୁ ଓମିକ୍ରନ ଭୂତାଣୁ ଠାବ ହେବା ସମସ୍ତଙ୍କୁ ବିଚଳିତ କରିଛି। ଡାକ୍ତରଙ୍କ ଶରୀରରୁ ଓମିକ୍ରନ ଭୂତାଣୁ ଠାବ ହୋଇଥିବା […]

Omicron1

Omicron1

Hemant Lenka
  • Published: Saturday, 25 December 2021
  • Updated: 25 December 2021, 04:55 PM IST

Sports

Latest News

କୋଲକାତା: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମନାକୁ ଆସିଛି। ବିଦେଶ କିମ୍ବା ରାଜ୍ୟ ବାହାରକୁ ନ ଯାଇ ମଧ୍ୟ କୋଲକାତାରେ ଜଣେ ଜୁନିୟର ଡାକ୍ତର ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି।

ସେ କୌଣସି ଓମିକ୍ରନ ସଂକ୍ରମିତଙ୍କ ସଂସ୍ପର୍ଶରେ ମଧ୍ୟ ଆସି ନଥିଲେ। ତଥାପି ତାଙ୍କ ଶରୀରରୁ ଓମିକ୍ରନ ଭୂତାଣୁ ଠାବ ହେବା ସମସ୍ତଙ୍କୁ ବିଚଳିତ କରିଛି। ଡାକ୍ତରଙ୍କ ଶରୀରରୁ ଓମିକ୍ରନ ଭୂତାଣୁ ଠାବ ହୋଇଥିବା ଆଜି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାକୁ ମିଶାଇ ପଶ୍ଚିମବଙ୍ଗରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି।

ପ୍ରଶାସନର ସୂଚନା ଅନୁଯାୟୀ, ୨୧ ବର୍ଷୀୟ ଡାକ୍ତର ଜଣଙ୍କ ଜ୍ୱରରେ ପୀଡ଼ିତ ହେବାରୁ ତାଙ୍କର ଟେଷ୍ଟ କରାଯାଇଥିଲା। ଏହା କରୋନା ପଜିଟିଭ ଆସିବାରୁ ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଶୁକ୍ରବାର ରାତିରେ ଜେନୋମ ସିକ୍ୱେନ୍ସିଂ ରିପୋର୍ଟ ଆସିବା ପରେ ଡାକ୍ତର ଜଣଙ୍କ ‌ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଏବେ ତାଙ୍କୁ କୋଲକାତାରେ ଥିବା ବେଲେଘାଟ ସଂକ୍ରାମକ ରୋଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଜୁନିୟର ଡାକ୍ତରଙ୍କ ଘର ନଦିଆ ଜିଲ୍ଲାର କ୍ରିଷ୍ଣାନଗର ଅଞ୍ଚଳରେ। ତାଙ୍କର କୌଣସି ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରୀ ନାହିଁ। ସେ ବାହାର ରାଜ୍ୟକୁ ମଧ୍ୟ ଯାଇ ନଥିଲେ। ତଥାପି ତାଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଡିସେମ୍ବର ୧୫ରେ ଜଣେ ୭ ବର୍ଷୀୟ ଶିଶୁ ବେଙ୍ଗଲରେ ପ୍ରଥମଥର ପାଇଁ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲେ। ଏହି ଶିଶୁ ଜଣଙ୍କ ତାଙ୍କ ବାପା ମା’ଙ୍କ ସହ ଦୁବାଇରୁ ଆସିଥିଲେ। ଏହାପରେ ଡିସେମ୍ବର ୨୩ରେ ନାଇଜେରିଆ ଓ ବ୍ରିଟେନରୁ ଫେରିଥିବା ଦୁଇ ଜଣ ଯୁବକଙ୍କ ଶରୀରରୁ ଓମିକ୍ରନ ଠାବ ହୋଇଥିଲା।

ପଶ୍ଚିମବଙ୍ଗ ସରକାର ସମସ୍ତ କରୋନା ପଜିଟିଭ ଚିହ୍ନଟ ହେଉଥିବା ଲୋକଙ୍କର ଜେନୋମ ସିକ୍ୱେନ୍ସିଂ କରୁଛନ୍ତି। ଏହି ସମୟରେ ହିଁ ଜୁନିୟର ଡାକ୍ତର ଜଣଙ୍କ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ବେଙ୍ଗଲ ବ୍ୟତୀତ ଆଜି ଉତ୍ତର ପ୍ରଦେଶରୁ ମଧ୍ୟ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ୟୁପରେ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story