କରୋନା ରୋଗୀଙ୍କ ମୃତ୍ୟୁ ପରେ ଲଙ୍କାକାଣ୍ଡ: ଡାକ୍ତର, ନର୍ସଙ୍କୁ ଗୋଡ଼ାଇ ଗୋଡ଼ାଇ ପଟିଲେ

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଜଣେ ମହିଳା ପ୍ରାଣ ହରାଇବା ପରେ ହସ୍ପିଟାଲରେ ଲଙ୍କାକାଣ୍ଡ ଘଟାଇଛନ୍ତି ପରିବାର ଲୋକ। ମୃତ୍ୟୁ ପାଇଁ ସେମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଡାକ୍ତର ଓ ନର୍ସମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ସେହିପରି ହସ୍ପିଟାଲରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଆକ୍ରମଣକାରୀମାନେ କେମିତି କାଠ ଫାଳିଆରେ ହସ୍ପିଟାଲର ଡାକ୍ତର ଓ ନର୍ସଙ୍କୁ ମାଡ଼ ମାରୁଛନ୍ତି, ତା’ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଦିଲ୍ଲୀର ସରିତା ବିହାରରେ ଥିବା ଆପୋଲୋ ହସ୍ପିଟାଲରେ ଘଟିଥିବା […]

Hospitals

Hospitals

Hemant Lenka
  • Published: Tuesday, 27 April 2021
  • Updated: 27 April 2021, 07:21 PM IST

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଜଣେ ମହିଳା ପ୍ରାଣ ହରାଇବା ପରେ ହସ୍ପିଟାଲରେ ଲଙ୍କାକାଣ୍ଡ ଘଟାଇଛନ୍ତି ପରିବାର ଲୋକ। ମୃତ୍ୟୁ ପାଇଁ ସେମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଡାକ୍ତର ଓ ନର୍ସମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ସେହିପରି ହସ୍ପିଟାଲରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି।

ଆକ୍ରମଣକାରୀମାନେ କେମିତି କାଠ ଫାଳିଆରେ ହସ୍ପିଟାଲର ଡାକ୍ତର ଓ ନର୍ସଙ୍କୁ ମାଡ଼ ମାରୁଛନ୍ତି, ତା’ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଦିଲ୍ଲୀର ସରିତା ବିହାରରେ ଥିବା ଆପୋଲୋ ହସ୍ପିଟାଲରେ ଘଟିଥିବା ଘଟଣା କରୋନା ଯୋଦ୍ଧାଙ୍କୁ ଆତଙ୍କିତ କରିଛି।

ସୂଚନା ଅନୁସାରେ, ଆଜି ସକାଳେ ଜଣେ ୬୨ ବର୍ଷୀୟ କରୋନା ଆକ୍ରାନ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଆପୋଲୋ ହସ୍ପିଟାଲ ଆଣିଥିଲେ। ହେଲେ ହସ୍ପିଟାଲରେ ଆଇସିୟୁ ବେଡ୍‌ ଖାଲି ନଥିବାରୁ ମହିଳାଙ୍କୁ ଜରୁରୀ କାଳୀନ ୱାର୍ଡରେ ଅପେକ୍ଷା କରିବାକୁ ପଡ଼ିଥିଲା।

ବହୁତ ସମୟ ଅପେକ୍ଷା କରିବା ପରେ ମହିଳାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା। ସକାଳ ପ୍ରାୟ ୯ଟା ବେଳେ ଏହାକୁ ନେଇ ପରିବାର ଲୋକଙ୍କ ରାଗ ପଞ୍ଚମରେ ପହଞ୍ଚି ଯାଇଥିଲା। ସେମାନେ ହସ୍ପିଟାଲର ଡାକ୍ତର ଓ ନର୍ସଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ହସ୍ପିଟାଲ ବାହାରେ ମଧ୍ୟ ମହିଳାଙ୍କ ପରିବାର ଲୋକ ଡାକ୍ତରମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାଠଫାଳିଆରେ ପିଟୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ହସ୍ପିଟାଲରେ ମଧ୍ୟ ସେମାନେ ଭଙ୍ଗାରୁଜା କରିଛନ୍ତି।

ଆପୋଲୋ ହସ୍ପିଟାଲ ପକ୍ଷରୁ କୁହାଯାଇଛି, ମଙ୍ଗଳବାର ସକାଳେ ମହିଳା ଜଣଙ୍କ ପହଞ୍ଚିବା ପରେ ହସ୍ପିଟାଲ ପକ୍ଷରୁ ତାଙ୍କର ଯାଞ୍ଚ କରାଯାଇଥିଲା। ତେବେ ହସ୍ପିଟାଲରେ ବେଡ୍‌ ନଥିବାରୁ ପରିବାର ଲୋକଙ୍କୁ ରୋଗୀଙ୍କୁ ଅନ୍ୟତ୍ର ନେଇଯିବାକୁ ପରାମର୍ଶ ଦିଆଯାଇଥିଲା।

ତେବେ ସକାଳ ପ୍ରାୟ ୮ଟା ବେଳେ ଦୁର୍ଭାଗ୍ୟବଶତଃ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ମହିଳାଙ୍କ ପରିବାର ଲୋକ ହସ୍ପିଟାଲରେ ଭଙ୍ଗାରୁଜା କରିବା ସହ ଆମ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଶେଷରେ ପୁଲିସ୍ ଫୋର୍ସ ଓ ହସ୍ପିଟାଲର ସିକ୍ୟୁରିଟି ଗାର୍ଡଙ୍କ ସହାୟତାରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।”

ପୁଲିସ୍‌ ଏ ସଂକ୍ରାନ୍ତରେ ଏଯାଏ କୌଣସି ଅଭିଯୋଗ ପାଇ ନଥିବା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story