ମରିଗଲା ମାନବିକତା! ମଣିଷ ଶବକୁ ଝୁଣି ଖାଇଲେ କୁକୁର

ଡେରାଡୁନ: ମହାମାରୀ କରୋନା ସମୟରେ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପୂର୍ବରୁ କୁଢ଼କୁଢ଼ ଶବ ନଦୀରେ ଭାସୁଥିବା ବେଳେ ଏବେ କୁକୁର ଏଗୁଡ଼ିକ ଖାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡର ନଦୀ କୂଳରେ ଶବକୁ କୁକୁରମାନେ ଝୁଣି ଖାଉଥିବା ଘଟଣା ସାରା ଦେଶକୁ ବିଚଳିତ କରିଦେଇଛି। ଉତ୍ତରାଖଣ୍ଡର ଉତ୍ତରକାଶି ଠାରେ ଥିବା ଭାଗିରଥୀ ନଦୀର କେଦାର ଘାଟ ନିକଟରେ ଏପରି ଘଟଣା ଘଟିଛି। ସ୍ଥାନୀୟ ଲୋକମାନେ କହିଛନ୍ତି, କିଛି ଦିନ ହେଲା ବର୍ଷା ଲାଗି […]

Dead-Body

Dead-Body

Hemant Lenka
  • Published: Tuesday, 01 June 2021
  • Updated: 01 June 2021, 05:24 PM IST

Sports

Latest News

ଡେରାଡୁନ: ମହାମାରୀ କରୋନା ସମୟରେ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପୂର୍ବରୁ କୁଢ଼କୁଢ଼ ଶବ ନଦୀରେ ଭାସୁଥିବା ବେଳେ ଏବେ କୁକୁର ଏଗୁଡ଼ିକ ଖାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡର ନଦୀ କୂଳରେ ଶବକୁ କୁକୁରମାନେ ଝୁଣି ଖାଉଥିବା ଘଟଣା ସାରା ଦେଶକୁ ବିଚଳିତ କରିଦେଇଛି। ଉତ୍ତରାଖଣ୍ଡର ଉତ୍ତରକାଶି ଠାରେ ଥିବା ଭାଗିରଥୀ ନଦୀର କେଦାର ଘାଟ ନିକଟରେ ଏପରି ଘଟଣା ଘଟିଛି।

ସ୍ଥାନୀୟ ଲୋକମାନେ କହିଛନ୍ତି, କିଛି ଦିନ ହେଲା ବର୍ଷା ଲାଗି ରହିଥିବାରୁ ଭାଗିରଥୀ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଏହି କାରଣରୁ ମଣିଷ ଶରୀର ଅଙ୍ଗ ପ୍ରତ୍ୟେଙ୍ଗ, ଅର୍ଦ୍ଧଦଗ୍ଧ ଶବ ଓ ଅନ୍ୟାନ୍ୟ ଜିନିଷ କୂଳକୁ ଆସିବାରେ ଲାଗିଥିଲା। ନଦୀ କୂଳରେ ଜଣେ ଲୋକ କାମ କରୁଥିବା ବେଳେ ଗୋଟିଏ ଅର୍ଦ୍ଧଦଗ୍ଧ ଶବ ଦେଖିଥିଲେ।

ଏହାର କିଛି ସମୟ ପରେ ବୁଲା କୁକୁରମାନେ ଏହାକୁ ଝୁଣି ଖାଇବା ଆରମ୍ଭ କରିଥିଲେ। ଜିଲ୍ଲା ପ୍ରଶାସନ ଓ ମ୍ୟୁନସିପାଲ କର୍ପୋରେସନ ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ଦରକାର। ଏହା ଚିନ୍ତାର ବିଷୟ। ଏହି ଦୃଶ୍ୟକୁ ଦେଖିବା ପରେ ମାନବିକତା ମରିଗଲା ଭଳି ଲାଗୁଥିବା ଜଣେ ସ୍ଥାନୀୟ ଲୋକ କହିଛନ୍ତି।

ଆଉ ଜଣେ ବ୍ୟକ୍ତି କହିଛନ୍ତି, ଏହି ଶବଗୁଡ଼ିକ କରୋନା ଆକ୍ରାନ୍ତଙ୍କ ହୋଇଥାଇ ପାରେ। ତେଣୁ ପ୍ରଶାସନ ଏହା ଉପରେ ତୁରନ୍ତ ପଦକ୍ଷେପ ନେଇ ସଂକ୍ରମଣ ଯେମିତି ନ ବ୍ୟାପିବ, ତା’ ଉପରେ ବ୍ୟବସ୍ଥା କରିବା ଦରକାର। ପୌରପାଳିକା ଖବର ପାଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ମ୍ୟୁନିସିପାଲଟି ସଭାପତି ରମେଶ ସେମୱାଲ କହିଛନ୍ତି, ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ କେଦାର ଘାଟ ପାଇଁ ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ଘାଟରେ ପଡ଼ିଥିବା ଅର୍ଦ୍ଧଦଗ୍ଧ ଶବଗୁଡ଼ିକର ସତ୍କାର କରିବେ ଓ କୂଳକୁ ସଫା କରିବେ। କିଛି ଦିନ ହେଲା ଆମ ଅଞ୍ଚଳରେ ମୃତକଙ୍କ ସଂଖ୍ୟା ବଢ଼ୁଛି। ଏଗୁଡ଼ୁକୁ ଠିକ ଭାବେ ପୋଡ଼ା ଯାଉ ନାହିଁ। ତେଣୁ ମୁଁ ପ୍ରଶାସନକୁ ଅର୍ଦ୍ଧଦଗ୍ଧ ଶବଗୁଡ଼ୁକୁ କେଦାର ଘାଟରେ ଅନ୍ତିମ ସଂସ୍କାର କରିବାକୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଛନ୍ତି।

ପୂର୍ବରୁ ବିହାର ଓ ଉତ୍ତର ପ୍ରଦେଶ ଦେଇ ଯାଇଥିବା ଗଙ୍ଗାରେ ଶତାଧିକ ଶବ ଭାସୁଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ସ୍ଥାନ ନ ପାଇବାରୁ ଶବ ଗୁଡ଼ିକୁ ନଦୀରେ ଭସାଇ ଦେଇଥିବା ସେତେବେଳେ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos