ମୋଷ୍ଟ ୱାଣ୍ଟେଣ୍ଡ ଗ୍ୟାଙ୍ଗଷ୍ଟର ଓ ତା’ ସହଯୋଗୀକୁ ଗୁଳି କଲା ପୁଲିସ୍‌

କୋଲକାତା: ଆତଙ୍କ ସୃଷ୍ଟି କରି ଗ୍ୟାଙ୍ଗଷ୍ଟର ବନିଥିବା ଜୈପାଲ ଭୁଲ୍ଲାରର ଖେଳ ଖତମ। କୋଲକତାର ନ୍ୟୁ ଟାଉନ ଅଞ୍ଚଳରେ ଜୈପାଲ ଓ ତା’ର ସହଯୋଗୀ ଜସି ଖରାରକୁ ପୁଲିସ୍‌ ଏନକାଉଣ୍ଟର କରିଛି। ଏହି ଦୁଇ କୁଖ୍ୟାତ ଅପରାଧୀଙ୍କୁ କାବୁ କରିବା ପାଇଁ ପଞ୍ଜାବ ପୁଲିସ୍‌ ଓ ଏସ୍‌ଟିଏଫ ସ୍ୱତନ୍ତ୍ର ଅପରେସନ କରିଥିଲେ। ଏହି ଯୁଗ୍ମ ଅପରେସନକୁ ଶେଷରେ ସଫଳତା ମିଳିଛି। ସୂଚନା ଅନୁସାରେ, ଜୈପାଲ ପଞ୍ଜାବ ପୁଲିସର ମୋଷ୍ଟୱାଣ୍ଟେଡ ତାଲିକାରେ ରହିଥିଲା। ପଞ୍ଜାବ, ହରିଆଣା, ରାଜସ୍ଥାନ ଓ […]

Punjab

Punjab

Hemant Lenka
  • Published: Wednesday, 09 June 2021
  • Updated: 09 June 2021, 07:57 PM IST

Sports

Latest News

କୋଲକାତା: ଆତଙ୍କ ସୃଷ୍ଟି କରି ଗ୍ୟାଙ୍ଗଷ୍ଟର ବନିଥିବା ଜୈପାଲ ଭୁଲ୍ଲାରର ଖେଳ ଖତମ। କୋଲକତାର ନ୍ୟୁ ଟାଉନ ଅଞ୍ଚଳରେ ଜୈପାଲ ଓ ତା’ର ସହଯୋଗୀ ଜସି ଖରାରକୁ ପୁଲିସ୍‌ ଏନକାଉଣ୍ଟର କରିଛି। ଏହି ଦୁଇ କୁଖ୍ୟାତ ଅପରାଧୀଙ୍କୁ କାବୁ କରିବା ପାଇଁ ପଞ୍ଜାବ ପୁଲିସ୍‌ ଓ ଏସ୍‌ଟିଏଫ ସ୍ୱତନ୍ତ୍ର ଅପରେସନ କରିଥିଲେ। ଏହି ଯୁଗ୍ମ ଅପରେସନକୁ ଶେଷରେ ସଫଳତା ମିଳିଛି।

ସୂଚନା ଅନୁସାରେ, ଜୈପାଲ ପଞ୍ଜାବ ପୁଲିସର ମୋଷ୍ଟୱାଣ୍ଟେଡ ତାଲିକାରେ ରହିଥିଲା। ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ତା’ ନାଁରେ ୫୦ରୁ ଅଧିକ ମାମଲା ରହିଛି। ତାକୁ ଧରିବା ପାଇଁ ପୁଲିସ୍‌ ୧୦ ଲକ୍ଷ ଟଙ୍କା ଓ ତା’ର ସହଯୋଗୀ ଜସି ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

ବୁଧବାର କୋଲକାତାର ନ୍ୟୁ ଟାଉନ ଅଞ୍ଚଳରେ ଥିବା ସପୋରଜି ପଲାଞ୍ଜି କମ୍ଲେକ୍ସରେ ଜସି ଓ ଜୈପାଲ ଥିବା ପୁଲିସ୍‌ ଖବର ପାଇଥିଲା। ପଞ୍ଜାବ ପୁଲିସ୍‌, ଏସ୍‌ଟିଏଫ ସହ ରାପିଡ ଆକ୍ସନ ଫୋର୍ସର କମାଣ୍ଡୋମାନେ ପୂରା ଅଞ୍ଚଳକୁ ଘେରି ଯାଇ ଅପରେସନ ଆରମ୍ଭ କରିଥିଲେ।

ବିଧାନନଗର ସିପି, ଏସ୍‌ଟିଏଫର ଏଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ବ-୧୫୪ ଫ୍ଲାଟରେ କିଛି ବନ୍ଧୁକ ବେପାରି ରହିଥିବା ଖବର ମିଳିବା ପରେ ଏହି ଅପରେସନ ଆରମ୍ଭ ହୋଇଥିଲା। ପ୍ରଥମେ ଉଭୟଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ହେଲେ ସେମାନେ ଏହାର ଜବାବ ଗୁଳିରେ ଦେଇଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଶେଷରେ ଜୈପାଲ ଓ ଜସି ନିହତ ହୋଇଥିଲେ। ସେମାନଙ୍କ ଠାରୁ ୪ଟି ପିସ୍ତଲ ସହ କିଛି ଅଫୁଟା ଗୁଳି ଜବତ ହୋଇଛି। ସେମାନଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀଙ୍କ ଦେହରେ ମଧ୍ୟ ଗୁଳି ବାଜିଛି।

ଜୈପାଲ ହେଉଛି ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ପୁଅ। ଲୁଧିଆନାରେ ସେ ଦୁଇ ଜଣ ପୁଲିସ୍‌ କର୍ମଚାରୀଙ୍କୁ ମଧ୍ୟ ହତ୍ୟା କରିଥିଲା। ଜାଗରାଓନ ସିଟି ପୁଲିସ୍ ଷ୍ଟେସନର ଏଫଆଇଆର ଅନୁଯାୟୀ, ଜୈପାଲ ଓ ୩ ଜଣ ସହଯୋଗୀ ପୁଲିସ୍‌ କର୍ମଚାରୀଙ୍କୁ ଗୁଳିମାଡ଼ କରିଥିଲେ। ଏଥିରେ ଦୁଇ ଜଣ କର୍ମଚାରୀ ପ୍ରାଣ ହରାଇଥିଲେ। ଏହି ସମୟରେ ପୁଲିସର ପାଲଟା ଆକ୍ରମଣରେ ଜୈପାଲର ଦୁଇ ସହଯୋଗୀ ଭିକ୍କି ଓ ପ୍ରେମା ଲାହୋରିଆ ମଧ୍ୟ ନିହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos