ଦ୍ୱିତୀୟ ରାଉଣ୍ଡରେ ବି ବାଜି ମାରିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ବି ବାଜି ମାରିଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରଥମ ରାଉଣ୍ଡରେ ସମସ୍ତ ସାଂସଦଙ୍କ ଭୋଟ ଗଣତି କରାଯାଇଥିଲା। ଦ୍ୱିତୀୟ ରାଉଣ୍ଡରେ ୧୦ଟି ରାଜ୍ୟର ବିଧାୟକଙ୍କ ଭୋଟ ଗଣତି କରାଯାଇଛି। ଏହି ୧୦ଟି ରାଜ୍ୟର ମୋଟ ବୈଧ ଭୋଟ ସଂଖ୍ୟା ହେଉଛି ୧୧୩୮ ଓ ଭୋଟ ମୂଲ୍ୟ ହେଉଛି ୧,୪୯,୫୭୫। ଏହି ୧୧୩୮ ଖଣ୍ଡ ଭୋଟ ମଧ୍ୟରୁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ୮୦୯ ଖଣ୍ଡ ଭୋଟ […]

NDA

NDA

Hemant Lenka
  • Published: Thursday, 21 July 2022
  • Updated: 21 July 2022, 05:51 PM IST

ନୂଆଦିଲ୍ଲୀ: ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ବି ବାଜି ମାରିଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରଥମ ରାଉଣ୍ଡରେ ସମସ୍ତ ସାଂସଦଙ୍କ ଭୋଟ ଗଣତି କରାଯାଇଥିଲା। ଦ୍ୱିତୀୟ ରାଉଣ୍ଡରେ ୧୦ଟି ରାଜ୍ୟର ବିଧାୟକଙ୍କ ଭୋଟ ଗଣତି କରାଯାଇଛି। ଏହି ୧୦ଟି ରାଜ୍ୟର ମୋଟ ବୈଧ ଭୋଟ ସଂଖ୍ୟା ହେଉଛି ୧୧୩୮ ଓ ଭୋଟ ମୂଲ୍ୟ ହେଉଛି ୧,୪୯,୫୭୫।

ଏହି ୧୧୩୮ ଖଣ୍ଡ ଭୋଟ ମଧ୍ୟରୁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ୮୦୯ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ଭୋଟ ମୂଲ୍ୟ ୧,୦୫,୨୯୯। ସେହିପରି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନା ୩୨୯ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ଭୋଟର ମୂଲ୍ୟ ୪୪, ୨୭୬। ଏହାର ଅର୍ଥ ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ପରେ ଯଶୱନ୍ତଙ୍କ ଠାରୁ ଦ୍ରୌପଦୀ ମୁର୍ମୁ ଯଥେଷ୍ଟ ଆଗରେ ରହିଛନ୍ତି।

ପ୍ରଥମ ରାଉଣ୍ଡରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୫୪୦ ଖଣ୍ଡ ଭୋଟ ପାଇଥିଲେ। ଯାହାର ମୂଲ୍ୟ ୩,୭୮,୦୦୦। ସେହିପରି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଯଶୱନ୍ତ ସିହ୍ନା ୨୦୮ ଖଣ୍ଡ ଭୋଟ ପାଇଥିଲେ। ଏହାର ମୂଲ୍ୟ ୧,୪୫,୬୦୦। ପ୍ରଥମ ରାଉଣ୍ଡରେ ୧୫ ଜଣ ସାଂସଦଙ୍କ ଭୋଟ ନାକଚ ହୋଇଥିଲା।

ଦୁଇ ରାଉଣ୍ଡର ଭୋଟ ଗଣତିକୁ ମିଶାଇଲେ ଏଯାଏ ବୈଧ ଥିବା ଭୋଟ ସଂଖ୍ୟା ହେଉଛି ୧୮୮୬। ଏହାର ମୂଲ୍ୟ ୬,୭୩,୧୭୫। ଏହା ମଧ୍ୟରୁ ଶ୍ରୀମତୀ ମୁର୍ମୁ ୧୩୪୯ ଖଣ୍ଡ ଭୋଟ ଓ ଶ୍ରୀ ସିହ୍ନା ୫୩୭ ଖଣ୍ଡ ଭୋଟ ପାଇଛନ୍ତି। ମୁର୍ମୁଙ୍କ ସପକ୍ଷରେ ପଡ଼ିଥିବା ଭୋଟର ମୂଲ୍ୟ ୪,୮୩,୨୯୯ ଓ ଯଶୱନ୍ତ ସିହ୍ନାଙ୍କ ଭୋଟର ମୂଲ୍ୟ ୧,୮୯,୮୭୬।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos