ରାଷ୍ଟ୍ରପତି ଭାବେ ଶପଥ ନେଲେ, ମହାମହିମ ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟିଛି। ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜର ଉପରବେଡା ଭଳି ଗୋଟିଏ ଛୋଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ଏବେ ମାଡାମ ପ୍ରେସିଡେଣ୍ଟ ହୋଇଛନ୍ତି। ଆଜି ସେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସି ଏନଭି ରମନ୍ନା ପଦ ଓ ଗୋପାନୀୟତାର ଶପଥ ପାଠ କରାଇଛନ୍ତି। ଦିନ ଠିକ୍‌ ୧୦.୧୩ରେ ଦ୍ରୌପଦୀ ମୁର୍ମୁ ଶପଥ ନେବା […]

CJI

CJI

Hemant Lenka
  • Published: Monday, 25 July 2022
  • Updated: 25 July 2022, 10:33 AM IST

Sports

Latest News

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟିଛି। ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜର ଉପରବେଡା ଭଳି ଗୋଟିଏ ଛୋଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ଏବେ ମାଡାମ ପ୍ରେସିଡେଣ୍ଟ ହୋଇଛନ୍ତି। ଆଜି ସେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସି ଏନଭି ରମନ୍ନା ପଦ ଓ ଗୋପାନୀୟତାର ଶପଥ ପାଠ କରାଇଛନ୍ତି। ଦିନ ଠିକ୍‌ ୧୦.୧୩ରେ ଦ୍ରୌପଦୀ ମୁର୍ମୁ ଶପଥ ନେବା ପରେ ଓଡ଼ିଶା ଓ ଦେଶ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇ ଯାଇଛି। ସେ ପ୍ରଥମ ଆଦିବାସୀ ମହିଳା ଓ ପ୍ରଥମ ଓଡ଼ିଆ ଭାବେ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି। ଜଣେ ଓଡ଼ିଆ ଝିଅର ଏପରି ସଫଳତା ପାଇଁ ଭୁବନେଶ୍ୱରରୁ ରାଇରଙ୍ଗପୁର ଯାଏ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସମସ୍ତେ ଆଜି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି।

ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି ସଂସଦର ସେଣ୍ଟ୍ରାଲ ହଲରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସକାଳ ୮.୧୫ରେ ଶ୍ରୀମତୀ ମୁର୍ମୁ ଦିଲ୍ଲୀର ଉମା ଶଙ୍କର ଦିକ୍ଷୀତ ଲେନରେ ଥିବା ଅସ୍ଥାୟୀ ବାସଭବନରୁ ବାହାରି ରାଜଘାଟକୁ ଯାଇଥିଲେ। ସେଠାରେ ସେ ସକାଳ ପ୍ରାୟ ୮.୪୬ରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାଜଘାଟରୁ ସୁରକ୍ଷା ବଳୟ ମଧ୍ୟରେ ଦ୍ରୌପଦୀମ ମୁର୍ମ ରାଷ୍ଟ୍ରପତି ଭବନକୁ ଯାଇଥିଲେ।

ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ରାଷ୍ଟ୍ରପତି ଭବନରୁ ଦ୍ରୌପଦୀ ମୁର୍ମୁ ବାହାରିଥିଲେ। ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରୀୟ ସଲାମୀ ଦିଆଯାଇଥିଲା। ସେ ମଧ୍ୟ ସଲାମ କରିଥିଲେ। ତାଙ୍କ ପାଖରେ ଦ୍ରୌପଦୀ ମୁର୍ମୁ ଛିଡ଼ା ହୋଇଥିଲେ ମଧ୍ୟ ସେ ସଲାମ କରି ନଥିଲେ। କାରଣ ସଲାମ ବେଳେ ସେ ରାଷ୍ଟ୍ରପତି ହୋଇ ନଥିଲେ।

ପ୍ରୋଟକଲ ଅନୁସାରେ ରାଷ୍ଟ୍ରପତି ହିଁ ସଲାମୀ ଗ୍ରହଣ କରିଛନ୍ତି। ତେଣୁ ଦ୍ରୌପଦୀ ମୁର୍ମୁ ସଲାମ କରି ନଥିଲେ। ସଲାମୀ ପରେ ଉଭୟ ଗାଡ଼ିରେ ଅଶ୍ୱ ଅଙ୍ଗ ରକ୍ଷକଙ୍କ ସହ ସଂସଦର ସେଣ୍ଟ୍ରାଲ ହଲରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ପ୍ରଥମେ ନୌସେନା, ପରେ ବାୟୁସେନା ଓ ଶେଷରେ ସ୍ଥଳ ସେନାର ଯବାନମାନେ ତାଙ୍କୁ ଗାର୍ଡ ଅଫ ଅନର ଦେବାକୁ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ସାଲ୍ୟୁଟ କରିଥିଲେ।

ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଶପଥ ନେବାକୁ ଯାଉଥିବା ଦ୍ରୌପଦୀ ମୁର୍ମୁଙ୍କୁ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ଓ ଲୋକସଭା ବାଚସ୍ପତି ଓମ ବିର୍ଲା ସ୍ୱାଗତ କରିଥିଲେ। ସେ ସଂସଦର ସେଣ୍ଟ୍ରାଲରେ ପହଞ୍ଚିବା ପରେ ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲେ। ଶେଷରେ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ଶ୍ରୀମତୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମାଡାମ ମୁର୍ମୁ ଶପଥ ରେଜିଷ୍ଟର୍‌ରେ ଦସ୍ତଖତ କରି ବିଧିବଦ୍ଧ ଭାବେ ଦେଶର ପ୍ରଥମ ନାଗରିକ ହୋଇଛନ୍ତି। ଏହାପରେ ସେ ଦେଶ ଉଦ୍ଦେଶ୍ୟର ପ୍ରଥମ ଅଭିଭାଷଣ ରଖିଛନ୍ତି। ଜୁହାର ଓ ନମସ୍କାର ଜଣାଇ ସେ ତାଙ୍କର ସମ୍ବୋଧନ ଆରମ୍ଭ କରିଥିଲେ।

ଦ୍ରୌପଦୀ ମୁର୍ମୁଙ୍କ ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସମସ୍ତ କେନ୍ଦ୍ରମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ  ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story