ବିଗ୍‌ବସ୍‌ରେ ସାଜିଦ ଝଡ଼: ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ଦୁଷ୍କର୍ମ ଧମକ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ବହୁ ଚର୍ଚ୍ଚିତ ଶୋ’ ବିଗ୍‌ବସ୍ । ତେବେ ଏହି ଶୋ’କୁ ଯେବେଠୁ ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାନ୍ ପ୍ରତିଯୋଗୀ ହୋଇ ଆସିଛନ୍ତି ସେବେଠୁ ତାଙ୍କୁ ନେଇ ଆରମ୍ଭ ହୋଇଛି ଝଡ । ବିଭିନ୍ନ ମହଲରୁ ସାଜିଦ ଖାନଙ୍କୁ ବିରୋଧ କରାଯାଉଛି । ଏପରିକି ନିକଟରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ସାଜିଦ ଖାନ୍‌ଙ୍କୁ ଶୋ’ରୁ ବାହାର କରିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଏହାପର ଠାରୁ କୁଆଡେ ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ଦୁଷ୍କର୍ମ ଧମକ ମିଳୁଥିବା ଅଭିଯୋଗ ହୋଇଛି ।

Image

ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ଇନଷ୍ଟଗ୍ରାମରେ ଦୁଷ୍କର୍ମ ଧମକ ମିଳିଛି। ମାଲିୱାଲଙ୍କୁ ଦୁଇଟି ଅଲଗା ଅଲଗା ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଧମକ ମିଳିଛି। ଏହି ଦୁଇଜଣ ଇନଷ୍ଟାଗ୍ରାମ ବ୍ୟବହାରକାରୀ ସ୍ୱାତୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଦୁଷ୍କର୍ମ ଧମକ ଦେଉଛନ୍ତି। ଏନେଇ ସ୍ୱାତୀ ଦିଲ୍ଲୀ ପୁଲିସରେ ଅଭିଯୋଗ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ସ୍ୱାତୀ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଦୁଇଟି ଯାକ ଧମକପୂର୍ଣ୍ଣ ମେସେଜର ସ୍କ୍ରିନସର୍ଟ ବି ଶେଆର କରିଛନ୍ତି । ସେ ଲେଖିଛନ୍ତି, ଯେବେଠାରୁ ସେ ସାଜିଦ ଖାନଙ୍କୁ ବିଗବସରୁ ବାହାର କରିବା ନେଇ ଚିଠି ଲେଖିଛନ୍ତି ସେବେଠାରୁ ତାଙ୍କୁ ଏଭଳି ଧମକପୂର୍ଣ୍ଣ ମେସେଜ ମିଳୁଛି।

‘ମିଠୁ’ ଅଭିଯାନ ବେଳେ ୨୦୧୮ରେ ସାଜିଦ ଖାନଙ୍କ ବିରୋଧରେ ଫିଲ୍ମ ଇଣ୍ଡଷ୍ଟ୍ରିଜର ୧୦ରୁ ଅଧିକ ମହିଳା ସେକ୍ସୁଆଲ ହାରାସମେଣ୍ଟ ଅଭିଯୋଗ ଆଣିଥିଲେ। ଏହା ପରେ ସାଜିଦଙ୍କୁ ଏକ ବର୍ଷ ପାଇଁ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନର ଡାଇରେକ୍ଟର୍ସ ଆସୋସିଏସନ୍ ଦ୍ୱାରା ନିଲମ୍ବିତ କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।