ସବୁ ରେକର୍ଡ ଭାଙ୍ଗିଲା, ଗୋଟିଏ ମଦ ଦୋକାନ ୯୯୯ କୋଟିରେ ନିଲାମ ହେଲା

ଜୟପୁର: ମଦ ଦୋକାନ ହାସଲ କରିବା ପାଇଁ ଚାଲିଥିବା ଇ-ନିଲାମ ସବୁ ପୁରୁଣା ରେକର୍ଡ ଭାଙ୍ଗିଛି। ରାଜସ୍ଥାନ ସହରରେ ଥିବା ଗୋଟିଏ ମଦ ଦୋକାନର ମୂଳ ଦର ୧.୮୪ କୋଟି ଟଙ୍କା ଥିବା ବେଳେ ଏହା ୯୯୯ କୋଟି ଅଧିକ ଟଙ୍କାରେ ନିଲାମ ହୋଇଛି। ଅବକାରୀ ବିଭାଗ ଇ-ନିଲାମୀ ଦ୍ୱାରା ଚାଲିଥିବା ଏହି ମଦ ଦୋକାନର ଦାମ ଦେଖି ଜଳକା ମଧ୍ୟ ହୋଇଯାଇଛନ୍ତି। ଏହି ମଦ ଦୋକାନଟି ଦଉସା ଜିଲ୍ଲାରେ ରହିଛି। ଏହାକୁ ନେବା ପାଇଁ ଏକାଧିକ […]

wine

wine

Hemant Lenka
  • Published: Monday, 12 April 2021
  • Updated: 12 April 2021, 06:46 PM IST

Sports

Latest News

ଜୟପୁର: ମଦ ଦୋକାନ ହାସଲ କରିବା ପାଇଁ ଚାଲିଥିବା ଇ-ନିଲାମ ସବୁ ପୁରୁଣା ରେକର୍ଡ ଭାଙ୍ଗିଛି। ରାଜସ୍ଥାନ ସହରରେ ଥିବା ଗୋଟିଏ ମଦ ଦୋକାନର ମୂଳ ଦର ୧.୮୪ କୋଟି ଟଙ୍କା ଥିବା ବେଳେ ଏହା ୯୯୯ କୋଟି ଅଧିକ ଟଙ୍କାରେ ନିଲାମ ହୋଇଛି। ଅବକାରୀ ବିଭାଗ ଇ-ନିଲାମୀ ଦ୍ୱାରା ଚାଲିଥିବା ଏହି ମଦ ଦୋକାନର ଦାମ ଦେଖି ଜଳକା ମଧ୍ୟ ହୋଇଯାଇଛନ୍ତି।

ଏହି ମଦ ଦୋକାନଟି ଦଉସା ଜିଲ୍ଲାରେ ରହିଛି। ଏହାକୁ ନେବା ପାଇଁ ଏକାଧିକ ଲୋକ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲେ। କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଶେଷରେ ଏହା ୯୯୯ କୋଟିରୁ ଅଧିକ ଟଙ୍କାରେ ନିଲାମ ହୋଇଛି।

ଜିଲ୍ଲା ଅବକାରୀ ଅଧିକାରୀ ଅନୀଲ ଜୈନ କହିଛନ୍ତି, ରାଜ୍ୟରେ ପ୍ରଥମଥର ପାଇଁ କୌଣସି ମଦ ଦୋକାନ ଏତେ ଟଙ୍କାରେ ନିଲାମ ହୋଇଛି। ଏପ୍ରିଲ ୧୦ ତାରିଖ ସକାଳ ୧୧ଟାରେ ଏହି ଦୋକାନ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୪ଟା ଯାଏ ଏହା ଚାଲିଥିଲା। ଦୁଇ ଜଣ ବ୍ୟକ୍ତି ଦୋକାନକୁ ନେବା ପାଇଁ ଅର୍ଥ ଲଗାଇ ଚାଲିଥିଲେ। ଫଳରେ ଏହାର ଦାମ ଆକାଶ ଛୁଆଁ ହୋଇଥିଲା। ଶେଷରେ ଅନଲାଇନ୍‌ରେ ପଞ୍ଜୀକରଣ ଲିମିଟ୍‌ ଯେତିକି ଥିଲା ସେତିକି ଟଙ୍କାରେ ଦୋକାନର ନିଲାମ ଦାମ ପହଞ୍ଚି ଯାଇଥିଲା।

ସାହପୁର ପକହର ଗାଁରେ ଏହି ଘଟଣା ଘଟିଛି। କରନ ସିଂହ ଗୁଜର ଓ ନଭଲ କିଶୋର ମୀନା ଇ- ନିଲାମୀରେ ଭାଗ ନେଇ ଗୋଟିଏ ମଦ ଦୋକାନ କିଣିବାକୁ ବିଡ୍‌ ପକାଇଥିଲେ। ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ବେଶ ତୀବ୍ର ହୋଇଥିଲା। ଗୁଜର ମଦ ଦୋକାନ କିଣିବା ପାଇଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୯୯୯, ୯୯,୯୫,୨୧୯ ଟଙ୍କା ଲଗାଇଥିଲେ।

ମୀନା ସମାନ ମଦ ଦୋକାନ ପାଇଁ ୯୯,୯୯,୯୦,୨୧୬ ଟଙ୍କା ଲଗାଇଥିଲେ। କମ୍ୟୁଟର୍‌ରେ ୧୦୦୦ କୋଟିରୁ ଅଧିକ ଟଙ୍କା ଲଗାଇବାର ବ୍ୟବସ୍ଥା ନଥିଲା। ନଚେତ୍‌ ଉଭୟ ଏହାକୁ ମଧ୍ୟ ପାର୍‌ କରିଯାଇଥାଆନ୍ତେ। ଶେଷରେ ଗୁଜର ମଦ ଦୋକାନ ନିଲାମ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଏବେ ତାଙ୍କୁ ଦୋକାନ ପାଇଁ ଟଙ୍କା ପୈଠ କରିବାକୁ ଚିଠି କରାଯିବ। ସେ ଯଦି ଧାର୍ଯ୍ୟ ସମୟରେ ୯୯,୯୯,୯୫,୨୧୯ ଟଙ୍କା ପୈଠ ନ କରିପାରିବେ, ତା’ହେଲେ ମୀନାଙ୍କୁ ସୁଯୋଗ ମିଳିବ। ଯଦି ଉଭୟ ଟଙ୍କା ଦେବାକୁ ଅକ୍ଷମ ହେବେ, ତେବେ ସେମାନଙ୍କୁ ୩ ବର୍ଷ ପାଇଁ କଳା ତାଲିକା ଭୁକ୍ତ କରାଯିବ।

ସେମାନେ ଅବକାରୀ ବିଭାଗ ପକ୍ଷରୁ ମଦ ଦୋକାନ ଓ ବିୟର ବାର୍‌ ପାଇଁ ଭବିଷ୍ୟତରେ ହେବାକୁ ଥିବା ବିଡ୍ସରେ ଆଉ ସାମିଲ ହୋଇପାରିବେ ନାହିଁ। ସେହିପରି ନିଲାମରେ ସାମିଲ ହେବା ପାଇଁ ସେମାନେ ଦାଖଲ କରିଥିବା ୨.୬୦ ଲକ୍ଷକୁ ମଧ୍ୟ ଫ୍ରିଜ୍‌ କରିଦିଆଯିବ।

ଏହା ପୂର୍ବରୁ ରାଜସ୍ଥାନର ହନୁମାନଗଡ଼ ଜିଲ୍ଲା ନୋହାର ଗାଁରେ ଥିବା ଗୋଟିଏ ମଦ ଦୋକାନ ୫୧୦ କୋଟି ଟଙ୍କାରେ ନିଲାମ ହୋଇଥିଲା। ଉକ୍ତ ମଦ ଦୋକାନର ମୂଳଦର ୭୨ ଲକ୍ଷ ଟଙ୍କା ରହିଥିଲା। ଗତବର୍ଷ ନୋହାର ଏହି ଦୋକାନଟି ଲଟେରୀ ଅନୁସାରେ ବିକ୍ରି ହୋଇଥିଲା। ୬୫ ଲକ୍ଷ ଟଙ୍କା ଦେଇ ଜଣେ ବ୍ୟକ୍ତି ଏହାକୁ କିଣିଥିଲେ। ହେଲେ ଚଳିତ ବର୍ଷ ଦୁଇ ମହିଳା ଗୋଟିଏ ବର୍ଷ ପାଇଁ ୫୧୦ କୋଟି ଟଙ୍କାରେ ମଦ ଦୋକାନଟିକୁ ନେଇଛନ୍ତି।

ବସୁନ୍ଧରା ରାଜେ କ୍ଷମତାରେ ଥିବା ବେଳେ ଇ-ଅକ୍ସନ ବ୍ୟବସ୍ଥାକୁ ଉଚ୍ଛେଦ କରି ଲଟେରୀ ସିଷ୍ଟିମ ଲାଗୁ କରିଥିଲେ। ହେଲେ ଅଶୋକ ଗେହେଲଟ ମୁଖ୍ୟମନ୍ତ୍ରୀ ହେବା ପରେ ପୁଣିଥରେ ଇ-ନିଲାମ ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ଥିବା ପ୍ରାୟ ୭ ହଜାର ମଦ ଦୋକାନ ଇ-ନିଲାମ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story