୭୨ ଘଣ୍ଟା ମଧ୍ୟରେ ପେଟ୍ରୋଲ ପମ୍ପରୁ ମୋଦିଙ୍କ ଫଟୋ ଥିବା ହୋର୍ଡିଂ ହଟାଇବାକୁ ଇସିଙ୍କ ନିର୍ଦ୍ଦେଶ

କୋଲକାତା: ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ଓ ପୁଡୁଚେରୀରେ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକୁ ଆଜି ନିର୍ବାଚନ କମିଶନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ହୋର୍ଡିଂକୁ ହଟାଇବା ପାଇଁ ଇସି କହିଛନ୍ତି। ଇସି କହିଛନ୍ତି, ପେଟ୍ରୋଲ ପମ୍ପରେ ଲାଗିଥିବା ହୋର୍ଡିଂ ଗୁଡ଼ିକରେ କେନ୍ଦ୍ରୀୟ ସ୍କିମର ବିଜ୍ଞାପନ ଦିଆଯାଉଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ ରହିଛି। ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ। […]

Modi

Modi

Hemant Lenka
  • Published: Wednesday, 03 March 2021
  • Updated: 03 March 2021, 10:21 PM IST

Sports

Latest News

କୋଲକାତା: ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ଓ ପୁଡୁଚେରୀରେ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକୁ ଆଜି ନିର୍ବାଚନ କମିଶନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ହୋର୍ଡିଂକୁ ହଟାଇବା ପାଇଁ ଇସି କହିଛନ୍ତି।

ଇସି କହିଛନ୍ତି, ପେଟ୍ରୋଲ ପମ୍ପରେ ଲାଗିଥିବା ହୋର୍ଡିଂ ଗୁଡ଼ିକରେ କେନ୍ଦ୍ରୀୟ ସ୍କିମର ବିଜ୍ଞାପନ ଦିଆଯାଉଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ ରହିଛି। ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ। ତେଣୁ ପେଟ୍ରୋଲ ପମ୍ପରୁ ହୋର୍ଡିଂ ଗୁଡ଼ିକୁ ହଟାଇବାକୁ ୭୨ ଘଣ୍ଟାର ସମୟ ଦିଆଯାଉଛି।

ଗତ ଶୁକ୍ରବାର ନିର୍ବାଚନ କମିଶନ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଥିଲେ। ସେବେଠାରୁ ହିଁ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏପରି ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos