ଏଣିକି ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ, ସନ୍ଧ୍ୟା ୭ରୁ ସକାଳ ୧୦ ଯାଏ ରାଲି ମନା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ଆଜି ବଡ଼ ପଦକ୍ଷେପ ନେଇଛନ୍ତି। ରାଜନୀତିକ ଦଳଗୁଡ଼ିକ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ କୌଣସି ପ୍ରକାରର ବୈଠକ କିମ୍ବା ରାଲି କରିପାରିବେ ନାହିଁ ବୋଲି କମିଶନ କହିଛନ୍ତି। ଆଜିଠାରୁ ହିଁ ଏହି ନିୟମ ଲାଗୁ ହୋଇଛି। କରୋନା ସଂକ୍ରମଣ ଭିତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେଉଥିବାରୁ ଚାରିଆଡ଼େ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି। ଏସବୁ ଭିତରେ ଆସନ୍ତାକାଲି ରାଜ୍ୟରେ ୫ମ ପର୍ଯ୍ୟାୟ ଭୋଟିଂ […]

BJP

BJP

Hemant Lenka
  • Published: Friday, 16 April 2021
  • Updated: 16 April 2021, 07:31 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ଆଜି ବଡ଼ ପଦକ୍ଷେପ ନେଇଛନ୍ତି। ରାଜନୀତିକ ଦଳଗୁଡ଼ିକ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ କୌଣସି ପ୍ରକାରର ବୈଠକ କିମ୍ବା ରାଲି କରିପାରିବେ ନାହିଁ ବୋଲି କମିଶନ କହିଛନ୍ତି। ଆଜିଠାରୁ ହିଁ ଏହି ନିୟମ ଲାଗୁ ହୋଇଛି।

କରୋନା ସଂକ୍ରମଣ ଭିତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେଉଥିବାରୁ ଚାରିଆଡ଼େ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି। ଏସବୁ ଭିତରେ ଆସନ୍ତାକାଲି ରାଜ୍ୟରେ ୫ମ ପର୍ଯ୍ୟାୟ ଭୋଟିଂ ହେବ। ୪ର୍ଥ ପର୍ଯ୍ୟାୟ ହିଂସା ଦୃଷ୍ଟିରୁ ୫ମ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ସମୟକୁ ଗୋଟିଏ ଦିନ ହ୍ରାସ କରା ଯାଇଥିଲା। ଅର୍ଥାତ ୭୨ ଘଣ୍ଟା ପୂର୍ବରୁ ୫ମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଥିଲା।

ଏବେ ରାଜ୍ୟରେ ବାକି ଥିବା ୩ଟି ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ସମାନ ନିୟମ ଲାଗୁ ହେବ। ଅର୍ଥାତ ବିଭିନ୍ନ ରାଜନୀତିକ ଦଳ ନିଜର ପ୍ରାର୍ଥୀଙ୍କ ପାଇଁ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବେ। ପୂର୍ବରୁ ଏହା ୪୮ ଘଣ୍ଟା ବା ଦୁଇ ଦିନ ରହିଥିଲା। କରୋନା ସଂକ୍ରମଣ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏପରି ନିଷ୍ପତ୍ତି ନେଇଛନ୍ତି। ଭୋଟିଂ ପୂର୍ବରୁ ଏହି ୭୨ ଘଣ୍ଟାକୁ ସାଇଲେଣ୍ଟ ପିରିୟଡ ଭାବେ ବିବେଚନ କରାଯିବ।

ସେହିପରି କମିଶନ ପଶ୍ଚିମବଙ୍ଗର ବାକି ୩ ପର୍ଯ୍ୟାୟ ନିର୍ବାଚନ ପାଇଁ ଦୈନିକ ପ୍ରଚାର ସମୟରେ ମଧ୍ୟରେ ପରିବର୍ତ୍ତନ କରିଛନ୍ତି। ଏଣିକି ରାଜନୀତିକ ଦଳ ଗୁଡ଼ିକ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ଯାଏ କୌଣସି ପ୍ରକାରର ରାଲି କିମ୍ବା ସମାବେଶ କରିପାରିବେ ନାହିଁ। ଏହି ସମୟରେ କୌଣସି ପ୍ରଚାର ହୋଇପାରିବ ନାହିଁ। ଏହାର ଅର୍ଥ ରାଜନୀତିକ ଦଳଗୁଡ଼ିକ ସକାଳ ୧୦ଟା ପରଠାରୁ ସନ୍ଧ୍ୟା ୭ଟା ମଧ୍ୟରେ ନିଜ ଇଚ୍ଛା ଅନୁସାରେ ସମାବେଶ ଓ ରାଲି କରିପାରିବେ। ଆଜିଠାରୁ ହିଁ ଏହି ନିୟମ ତତ୍କାଳ ଭାବେ ଲାଗୁ ହୋଇଛି।

ରାଜ୍ୟରେ ଦିନକୁ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏକାଥରକେ ୩ଟି ଯାକ ପର୍ଯ୍ୟାୟର ଭୋଟିଂ ଶେଷ କରିବାକୁ ନିର୍ବାଚନ କମିଶନକୁ ପ୍ରସ୍ତାବ ଦେଇଥିଲେ। ହେଲେ ନିର୍ବାଚନ କମିଶନ ଏହି ପ୍ରସ୍ତାବକୁ ଗ୍ରହଣ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story