ଏକେ-୪୭ ମିଳିବା ପରେ ଗିରଫ ହେଲେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ

ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ପ୍ରେମ ପ୍ରକାଶଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ବୁଧବାର ବେଆଇନ ଖଣି ଖନନ ମାମଲାରେ ଇଡି ପ୍ରେମ ପ୍ରକାଶଙ୍କ ରାଞ୍ଚି ସ୍ଥିତ ବାସଭବନରେ ରେଡ କରିଥିଲା। ଏହି ସମୟରେ ତାଙ୍କ ଘରୁ ଦୁଇଟି ଏକେ-୪୭ ଓ ୬୦ରୁ ଅଧିକ ବୁଲେଟ ମିଳିଥିଲା। ଇଡି ବେଆଇନ ଖଣି ଖନନ ମାମଲାରେ ତାଙ୍କୁ ବୁଧବାର ଦିନ ତମାମ ଜେରା କରିଥିଲା। ଏହାପରେ ବିଳମ୍ବିତ ରାତିରେ ତାଙ୍କୁ ମନି […]

Prema-Prakash

Prema-Prakash

Hemant Lenka
  • Published: Thursday, 25 August 2022
  • Updated: 25 August 2022, 09:58 AM IST

ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ପ୍ରେମ ପ୍ରକାଶଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ବୁଧବାର ବେଆଇନ ଖଣି ଖନନ ମାମଲାରେ ଇଡି ପ୍ରେମ ପ୍ରକାଶଙ୍କ ରାଞ୍ଚି ସ୍ଥିତ ବାସଭବନରେ ରେଡ କରିଥିଲା। ଏହି ସମୟରେ ତାଙ୍କ ଘରୁ ଦୁଇଟି ଏକେ-୪୭ ଓ ୬୦ରୁ ଅଧିକ ବୁଲେଟ ମିଳିଥିଲା। ଇଡି ବେଆଇନ ଖଣି ଖନନ ମାମଲାରେ ତାଙ୍କୁ ବୁଧବାର ଦିନ ତମାମ ଜେରା କରିଥିଲା। ଏହାପରେ ବିଳମ୍ବିତ ରାତିରେ ତାଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ସେହିପରି ଏକେ-୪୭ ମିଳିବା ପରେ ତାଙ୍କ ନାଁରେ ଆର୍ମସ ଆକ୍ଟରେ ମାମଲା ମଧ୍ୟ କରାଯାଇଛି।

ଝାରଖଣ୍ଡରେ ୧୦୦ କୋଟି ଟଙ୍କାର ବେଆଇନ ଖଣି ଖନନ ମାମଲା ତଦନ୍ତ ଇଡି କରୁଛି। ଏହାର ଯାଞ୍ଚ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାକୁ ଆଧାର କରି ବୁଧବାର ଇଡିର ଏକାଧିକ ଟିମ ରାଞ୍ଚି ସ୍ଥିତ ତାଙ୍କ ବାସଭବନରେ ରେଡ୍‌ କରିଥିଲେ। ଏହି ସମୟରେ ବେଆଇନ ଖଣି ଖନନ ସମ୍ପର୍କିତ ଅନେକ ଦସ୍ତାବିଜ ତାଙ୍କ ପାଖରୁ ମିଳିଥିଲା।

ତେବେ ତାଙ୍କ ଆଲମିରାରୁ ୨ଟି ଏକେ ୪୭ ଓ ୬୦ଟି କ୍ୟାଟ୍ରିଜ୍‌ ମିଳିବା ସମସ୍ତଙ୍କୁ ଚକିତ କରିଥିଲା। ଏହାକୁ ଇଡି ଅଧିକାରୀମାନେ ଠାବ କରିବା ପରେ ସଂପୃକ୍ତ ଅଧୀକାରୀଙ୍କୁ ଖବର ଦେଇଥିଲେ। ସେମାନେ ଘଟଣାସ୍ଥଳରେ ପହଞ୍ଚି ଏକେ୪୭ ଓ କ୍ୟାଟ୍ରିଜକୁ ଜବତ କରିଥିଲେ।

ଏହି ବନ୍ଧୁକ ମିଳିବା ଘଟଣାର ତଦନ୍ତ ଏନଆଇଏ ଦ୍ୱାରା କରିବାକୁ ବିଜେପି ଦାବି କରିଛି। ଦଳର ଗୋଡ୍ଡା ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, “ପ୍ରେମ ପ୍ରକାଶ ଇଡି ଦ୍ୱାରା ଗିରଫ ହୋଇଛନ୍ତି। ପ୍ରକାଶଙ୍କ ସମ୍ପର୍କ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ପାରିବାରିକ ବନ୍ଧୁ ଅମିତ ଅଗ୍ରୱାଲଙ୍କ ସହ ରହିଥିଲା। ଏବେ ପ୍ରକାଶଙ୍କ ଲିଙ୍କ ଏନଆଇଏ ଦ୍ୱାରା କରାଯିବା ଦରକାର।”

ଅନ୍ୟପକ୍ଷରେ ଅରଗୋରା ପୁଲିସ ଷ୍ଟେସନର ଏସଏଚ୍‌ଓ ବିନୋନ୍ଦ କୁମାର କହିଛନ୍ତି, ପ୍ରେମ ପ୍ରକାଶଙ୍କ ଘରୁ ମିଳିଥିବା ବନ୍ଧୁକ ପୁଲିସ୍‌ରେ କାମ କରୁଥିବା ଦୁଇ ଜଣ ସୁରକ୍ଷାକର୍ମୀଙ୍କର। ସେମାନେ ପ୍ରେମ ପ୍ରକାଶଙ୍କ ଘରେ ଏହାକୁ ରଖିଥିଲେ। ଏଥିପାଇଁ ରାଞ୍ଚି ପୁଲିସ୍‌ ଦୁଇ ଜଣ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ କରାଯାଉଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ବେଆଇନ ଖଣି ଖନନ ମାମଲାରେ ମେ’ ମାସରେ ମଧ୍ୟ ଇଡି ପ୍ରେମ ପ୍ରକାଶଙ୍କୁ ଜେରା କରିଥିଲା। ହେଲେ ସେହି ସମୟରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story