ନାରଦା ଷ୍ଟିଙ୍ଗ ମାମଲା: ଇଡିର ଚାର୍ଜଶିଟ୍‌ରେ ମମତାଙ୍କ ଏକାଧିକ ମନ୍ତ୍ରୀଙ୍କ ନାଁ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜଶିଟ୍‌ ଦାଖଲ କରିଛି। ଚାର୍ଜଶିଟ୍‌ରେ ସଂସ୍ଥା ପଶ୍ଚିମବଙ୍ଗର ପରିବହନ ଓ ନଗର ଉନ୍ନୟନ ମନ୍ତ୍ରୀ ଫିରହଦ ହକିମ ଏବଂ ପଞ୍ଚାୟତ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ନାଁ ରହିଛି। କୋଲକାତାରେ ଥିବା ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ଇଡି ପୂର୍ବତନ ମନ୍ତ୍ରୀ ମଦନ ମିତ୍ର, କୋଲକାତାର ପୂର୍ବତନ ମେୟର ସୋଭନ ଚାଟାର୍ଜୀ ଓ ଆଇପିଏସ୍‌ ଅଫିସର ଏସ୍‌ଏମଏଚ୍‌ ମିର୍ଜାଙ୍କ ନାଁ ରହିଛି। ଇଡି ସମସ୍ତ […]

TMC

TMC

Hemant Lenka
  • Published: Wednesday, 01 September 2021
  • Updated: 01 September 2021, 09:07 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜଶିଟ୍‌ ଦାଖଲ କରିଛି। ଚାର୍ଜଶିଟ୍‌ରେ ସଂସ୍ଥା ପଶ୍ଚିମବଙ୍ଗର ପରିବହନ ଓ ନଗର ଉନ୍ନୟନ ମନ୍ତ୍ରୀ ଫିରହଦ ହକିମ ଏବଂ ପଞ୍ଚାୟତ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ନାଁ ରହିଛି। କୋଲକାତାରେ ଥିବା ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ଇଡି ପୂର୍ବତନ ମନ୍ତ୍ରୀ ମଦନ ମିତ୍ର, କୋଲକାତାର ପୂର୍ବତନ ମେୟର ସୋଭନ ଚାଟାର୍ଜୀ ଓ ଆଇପିଏସ୍‌ ଅଫିସର ଏସ୍‌ଏମଏଚ୍‌ ମିର୍ଜାଙ୍କ ନାଁ ରହିଛି।

ଇଡି ସମସ୍ତ ଅଭିଯୁକ୍ତଙ୍କୁ ମନି ଲଣ୍ଡରିଂ ମାମଲାରା ସର୍ବାଧିକ ଦଣ୍ଡଦେବାକୁ ନିବେଦନ କରିଛି। ଏଥିସହ ସେମାନେ ଲାଞ୍ଚ ଆକାରରେ ଜବତ କରିଥିବା ଟଙ୍କାର ବ୍ୟବହାର ଉପରେ ରୋକ ଲଗାଇବାକୁ କୋର୍ଟଙ୍କୁ କହିଛି। କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ ଅଭିଯୁକ୍ତମାନେ ନିଜର ମନ୍ତ୍ରୀ ଓ ଆଇପିଏସ୍‌ ପଦର ଅପବ୍ୟବହାର କରି ଜଣେ ବ୍ୟକ୍ତିଙ୍କୁ ସହଯୋଗ କରିବା ପାଇଁ ଲାଞ୍ଚ ନେଇଛନ୍ତି।

ଉକ୍ତ ବ୍ୟକ୍ତି ଜଣଙ୍କ ନିଜକୁ ଗୋଟିଏ କମ୍ପାନୀର ପ୍ରତିନିଧି ଭାବେ ପରିଚୟ ଦେଇ ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ପାଖକୁ ଯାଇଥିଲେ। ଏହି ଲାଞ୍ଚ ଟଙ୍କାକୁ ଅଭିଯୁକ୍ତମାନେ ହେରଫେର କରିଥିଲେ ବୋଲି ଚାର୍ଜଶିଟ୍‌ରେ କହିଛି।

ସୂଚନାରଯୋଗ୍ୟ, ୨୦୧୪ରେ ନାରଦା ଲାଞ୍ଚ କାରବାର ମାମଲା ଘଟିଥିଲା। ନାରଦା ନ୍ୟୁଜ ପୋର୍ଟାଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନରେ ଟିଏମସିର ୧୨ ଜଣ ମନ୍ତ୍ରୀ, ନେତା ଓ ଆଇପିଏସ୍‌ ଅଧିକାରୀମାନେ ଲାଞ୍ଚ ନେଉଥିବା ଦେଖିବାକୁ ମିଳିଥିଲା।

୨୦୧୪ରୁ ଷ୍ଟିଙ୍ଗ କରାଯାଇଥିଲେ ହେଁ ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ରିଲିଜ୍‌ କରାଯାଇଥିଲା। ଏହି ଘଟଣାରେ ସିବିଆଇ ବେଙ୍ଗଲ ମନ୍ତ୍ରୀ ଫିରହାଦ ହକିମ, ସୁବ୍ରତ ମୁଖାର୍ଜୀ, ବରିଷ୍ଠ ବିଧାୟକ ମଦନ ମିତ୍ର ଓ ପୂର୍ବତନ ଟିଏମସି ନେତା ସୋଭନ ଚାଟାର୍ଜୀଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos