ମୁଖ୍ୟମନ୍ତ୍ରୀଙ୍କ ନିକଟ ଅଧିକାରୀଙ୍କ ଘରେ ରେଡ୍‌

ରାୟପୁର: ଆକ୍ସନ ମୁଡ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନିକଟ ଅଧିକାରୀଙ୍କ ଘରେ ଇଡି ଚଢ଼ାଉ କରିଛି। ଆଜି ସକାଳ ସାଢ଼େ ୭ଟା ବେଳେ ଇଡିର ଏକ ଟିମ୍ ଏହି ରେଡ୍ ଆରମ୍ଭ କରିଛି। ପ୍ରାୟ ୧୨ରୁ ଅଧିକ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି।

ସୂଚନା ମୁତାବକ, ରାୟଗଡ ଜିଲ୍ଲାପାଳ ରାନୁ ସାହୁଙ୍କ ଘରେ ଆଜି ସକାଳୁ ଇଡି ରେଡ୍ କରିଛି। ଏହି ରେଡ୍‌ରେ ଇଡିର ୧୨ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି। ରାୟଗଡ ଗଞ୍ଜା ଛକ ବାସିନ୍ଦା ନବନୀତ ତିୱାରୀଙ୍କ ଘରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। ଦୁର୍ଗ, ଭିଲାଇ, ରାୟପୁର ସମେତ ଅନେକ ସ୍ଥାନରେ ଇଡି ଦ୍ୱାରା ଚଢ଼ାଉ କରାଯାଇଛି।

ଅନ୍ୟପକ୍ଷରେ ଦେବେନ୍ଦ୍ର ନଗରର ସିଏ ବିଜୟ ମାଲୁ, ଡେପୁଟି ସେକ୍ରେଟାରୀ, କଲେକ୍ଟର ରାନୁ ସାହୁଙ୍କ ରାୟଗଡ ବାସଭବନ, ନେତା ଅଗ୍ନି ଚନ୍ଦ୍ରକର, ଅନୁପମ ନଗରର ସୂର‌୍ୟ୍ୟକାନ୍ତ ତିୱାରୀ, ରାୟପୁରରେ ଖଣି ମୁଖ୍ୟ ଆଇଏସ ଜେପି ମୌର୍ଯ୍ୟଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି। ଜେପି ମୌର୍ଯ୍ୟ ହେଉଛନ୍ତି ରାନୁ ସାହୁଙ୍କ ସ୍ୱାମୀ। ଏମାନଙ୍କ ବ୍ୟତୀତ ଅନ୍ୟ କେତେକ ଅଧିକାରୀଙ୍କ ଠିକଣା ଉପରେ ମଧ୍ୟ ଚ ଢ଼ାଉ କରାଯାଇଛି।

ତେବେ କେଉଁ କାରଣରୁ ଇଡି ଏଭଳି ଚଢ଼ାଉ କରିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ମନି ଲଣ୍ଡରିଂ ମାମଲାରେ ଏହି ଚଢ଼ାଇ କରାଯାଇଥିବା କୁହାଯାଉଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।