ପୁଲୱାମା ହମଲାରେ ଖୁସି ହୋଇଥିବା ଇଞ୍ଜିନୟରିଂ ଛାତ୍ରକୁ ୫ ବର୍ଷ ଜେଲ

ବେଙ୍ଗାଲୁରୁ: ଜମ୍ମୁ-କଶ୍ମୀରର ପୁଲୱାମା ଆତ୍ମଘାତୀ ହମଲାରେ ଖୁସି ହୋଇ ଫେସବୁକରେ ପୋଷ୍ଟ କରିବା ଜଣେ ୨୩ ବର୍ଷୀୟ ଇଞ୍ଜନିୟରିଂ ଛାତ୍ରକୁ ମହଙ୍ଗା ପଡ଼ିଛି। ବେଙ୍ଗାଲୁରୁର ଗୋଟିଏ ସ୍ୱତନ୍ତ୍ର କୋର୍ଟ ଏହି ଘଟଣାରେ ଛାତ୍ର ଜଣକୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାବାଦ ତା’ ଉପରେ ୨୫ ହଜାର ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଯଦି ଜୋରିମାନା ଦେବାକୁ ଛାତ୍ର ଜଣକ ସକ୍ଷମ ନ ହେବ, ତା’ହେଲେ ତା’କୁ […]

pulwama

pulwama

Hemant Lenka
  • Published: Tuesday, 01 November 2022
  • Updated: 01 November 2022, 03:22 PM IST

Sports

Latest News

ବେଙ୍ଗାଲୁରୁ: ଜମ୍ମୁ-କଶ୍ମୀରର ପୁଲୱାମା ଆତ୍ମଘାତୀ ହମଲାରେ ଖୁସି ହୋଇ ଫେସବୁକରେ ପୋଷ୍ଟ କରିବା ଜଣେ ୨୩ ବର୍ଷୀୟ ଇଞ୍ଜନିୟରିଂ ଛାତ୍ରକୁ ମହଙ୍ଗା ପଡ଼ିଛି। ବେଙ୍ଗାଲୁରୁର ଗୋଟିଏ ସ୍ୱତନ୍ତ୍ର କୋର୍ଟ ଏହି ଘଟଣାରେ ଛାତ୍ର ଜଣକୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏହାବାଦ ତା’ ଉପରେ ୨୫ ହଜାର ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଯଦି ଜୋରିମାନା ଦେବାକୁ ଛାତ୍ର ଜଣକ ସକ୍ଷମ ନ ହେବ, ତା’ହେଲେ ତା’କୁ ଆଉ ୬ ମାସ ଜେଲରେ ରହିବାକୁ ପଡ଼ିବ ବୋଲି ସ୍ୱତନ୍ତ୍ର କୋର୍ଟର ବିଚାରପତି ଗଙ୍ଗାଧର ନିର୍ଦ୍ଦେଶ ଦେଇଛନ୍ତି।

୨୦୧୯ ପୁଲୱାମା ହମଲାରେ ଖୁସି ହୋଇ ପୋଷ୍ଟ କରିଥିବା ଛାତ୍ର ଜଣକ ହେଲା ଫୈଜ ରଶିଦ। ତା’ ଘର ବେଙ୍ଗାଲୁରୁର କଚରାକନହାଲ୍ଲି ଅଞ୍ଚଳରେ। ୨୦୧୯ ମସିହା ଫେବୃଆରୀ ୧୪ରେ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା କନଭୟକୁ ଟାର୍ଗେଟ କରି ଆତ୍ମଘାତୀ ହମଲା କରିଥିଲା।

ଏହି ବିସ୍ଫୋରଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ। ପୂରା ଦେଶ ହମଲାରେ ସ୍ତବ୍ଧ ହୋଇଯାଇଥିବା ବେଳେ ରଶିଦ ଖୁସି ହୋଇ ଫେସବୁକରେ ପୋଷ୍ଟ କରିଥିଲା। ତା’ର ବୟାନ ଭାଇରାଲ ହେବା ପରେ ପୁଲିସ୍‌ ଘଟଣାର ୩ ଦିନ ପରେ ତା’କୁ ଗିରଫ କରିଥିଲା। ସେବେଠାରୁ ସେ ବେଙ୍ଗାଲୁରୁର କେନ୍ଦ୍ରୀୟ ଜେଲରେ ରହିଛି।

ରଶିଦ ଜଣେ ଛାତ୍ର ହୋଇଥିବା ବେଳେ ଭୁଲ ବଶତଃ ଏପରି ପୋଷ୍ଟ କରିଥିବା ତା’ ଓକିଲ ଯୁକ୍ତି କରିଥିଲେ। କିନ୍ତୁ ରଶିଦ ଦ୍ୱାରା କରାଯାଇଥିବା ଅପରାଧ ଦେଶ ବିରୋଧୀ ହୋଇଥିବାରୁ, ତା’କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳି ପାରିବ ନାହିଁ ବୋଲି ଦୋଷୀ ସାବ୍ୟସ୍ତ କରିବା ବେଳେ ବିଚାରପତି କହିଛନ୍ତି।

କୋର୍ଟ କହିଛନ୍ତି, ଅଭିଯୁକ୍ତ ଜଣେ ନିରକ୍ଷର ସାଧାରଣ ଲୋକ ନୁହେଁ। ଅପରାଧ ଘଟାଇବା ବେଳେ ସେ ଜଣେ ଇଞ୍ଜିନିୟର ଛାତ୍ର ଥିଲା। ସେ ନିଜ ଜାଣତରେ ଓ ଭଲ ଭାବେ ବୁଝି ଜାଣିଶୁଣି ଫେସବୁକରେ ଦେଶ ବିରୋଧରେ ପୋଷ୍ଟ କରିଥିଲା। ବୀର ଯବାନଙ୍କ ବଳିଦାନକୁ ସେ ତାଚ୍ଛଲ୍ୟ କରିବା ସହ ଫେସବୁକରେ ଖୁସି ମନାଇଥିଲା।

ସେ ଏହି ମହାନ ଦେଶ ବିରୋଧରେ ଅପରାଧ ଘଟାଇଛି। ଏହା ଅତ୍ୟନ୍ତ ଜଘନ୍ୟ। ତେଣୁ ତାକୁ ଦୋଷୀ ସାବ୍ୟସ୍ତ କରାଯାଉଥିବା କୋର୍ଟ କହିଛନ୍ତି। ରଶିଦକୁ ଆଇପିସିର ୧୫୩ଏ ଓ ୨୦୧ ସମେତ ୟୁଏପିଏର ଧାରା ୧୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାରଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos