କରୋନା ପରେ ନୋରୋ ଭାଇରସ ବଢ଼ାଇଲା ଚିନ୍ତା

ଲଣ୍ଡନ: ସାରା ଦେଶରେ କରୋନା ସଂକ୍ରମଣ ନିଜର କାୟା ବିସ୍ତାର କରିଛି। ଏବେ ଏହାର ମୁକାବିଲା କରୁଛି ବିଶ୍ୱ। ଏହାରି ଭିତରେ ଲଂଲଣ୍ଡରେ ବ୍ୟାପିବାରେ ଲାଗିଛି ନୋରୋ ଭାଇରସ। ଏହା କରୋନା ଅପେକ୍ଷା ଅଧିକ ଘାତକ ବୋଲି ଇଂଲଣ୍ଡର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ପାଞ୍ଚ ସପ୍ତାହରେ ଏଯାବତ ୧୫୪ ଜଣ ଏହି ସଂକ୍ରମଣର ଶିକାର ହୋଇସାରିଛନ୍ତି। ବ୍ରିଟେନରେ ଲକଡାଉନ୍ ନିୟମ ହଟିଲା ପରେ ବ୍ରିଟେନବାସୀ ପୁଣିଥରେ ଜୀବନଶୈଳୀ ସ୍ୱାଭାବିକ ମୁହଁ ହେବ ବୋଲି ଚିନ୍ତାକରୁଥିବା ବେଳେ ନୋରୋ […]

noro-viruse

noro-viruse

Subhransu Sekhar
  • Published: Wednesday, 21 July 2021
  • Updated: 21 July 2021, 11:48 AM IST

Sports

Latest News

ଲଣ୍ଡନ: ସାରା ଦେଶରେ କରୋନା ସଂକ୍ରମଣ ନିଜର କାୟା ବିସ୍ତାର କରିଛି। ଏବେ ଏହାର ମୁକାବିଲା କରୁଛି ବିଶ୍ୱ। ଏହାରି ଭିତରେ ଲଂଲଣ୍ଡରେ ବ୍ୟାପିବାରେ ଲାଗିଛି ନୋରୋ ଭାଇରସ। ଏହା କରୋନା ଅପେକ୍ଷା ଅଧିକ ଘାତକ ବୋଲି ଇଂଲଣ୍ଡର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ପାଞ୍ଚ ସପ୍ତାହରେ ଏଯାବତ ୧୫୪ ଜଣ ଏହି ସଂକ୍ରମଣର ଶିକାର ହୋଇସାରିଛନ୍ତି। ବ୍ରିଟେନରେ ଲକଡାଉନ୍ ନିୟମ ହଟିଲା ପରେ ବ୍ରିଟେନବାସୀ ପୁଣିଥରେ ଜୀବନଶୈଳୀ ସ୍ୱାଭାବିକ ମୁହଁ ହେବ ବୋଲି ଚିନ୍ତାକରୁଥିବା ବେଳେ ନୋରୋ ଭାଇରସ ଚିନ୍ତା ବଢ଼ାଇଛି।

ବ୍ରିଟେନର ପବ୍ଲିକ୍ ହେଲଥ ଇଂଲଣ୍ଡ କହିଛି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଲଗାତର ନଜର ରଖାଯାଇଛି। ନୋରୋ ଭାଇରସ କରୋନା ତୁଳନାରେ ତିନି ଗୁଣା ବୃଦ୍ଧି ପାଉଛି। ମୁଖ୍ୟତଃ ଏହି ଭାଇରସର ଶିକାର ଛୋଟ ପିଲାମାନେ ହେଉଛନ୍ତି। ନର୍ସରୀ ଏବଂ ଚାଇଲ୍ଡ କେୟାର ସେଣ୍ଟରରେ ରହୁଥିବା ପିଲାମାନେ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି। ତେବେ ଏଯାବତ ଏହି ଭାଇରସରେ କେହି ମୃତ୍ୟୁ ବରଣ କରିଥିବା ରିପୋର୍ଟ ଆସିନାହିଁ।

ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ କହିଛି ନୋରୋ ଭାଇରସ କରୋନା ଅପେକ୍ଷା ଅଧିକ ବେଗରେ ବ୍ୟାପୁଛି। ଏହା କରୋନା ଅପେକ୍ଷା ଅଧିକ ଘାତକ। ତେଣୁ ସଂକ୍ରମଣ ହାର ଅଧିକ ରହିଛି। ଯେଉଁମାନେ ଏହି ଭାଇରସର ଶିକାର ହେଉଛନ୍ତି ସେମାନଙ୍କ ପାଖରେ ଡାଇରିଆ ଏବଂ ବାନ୍ତି ଭଳି ଲକ୍ଷଣ ରହିଛି।

ସିଡିସି କହିଛି ଯେ ନୋରୋ ଭାଇରସରେ ଅନେକ ଭାଇରସ ରହିଛି। ଯିଏ ଏହି ଭାଇରସ ବା ଜୀବାଣୁରେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସେହି ବ୍ୟକ୍ତିର ଖାଦ୍ୟ ଖାଏ, ସଂକ୍ରମିତ ବ୍ୟଙ୍କିଙ୍କୁ ଛୁଇଁଲେ, ହାତ ନଧୋଇ ଖାଦ୍ୟ ଖାଇଲେ ଏହି ଭାଇରସର ଶିକାର ହେବା ଏକ ପ୍ରକାର ଥୟ।

ସିଡିସି କହିଛି ନୋରୋ ଭାଇରସ ଦ୍ୱାରା ବାନ୍ତି ଏବଂ ଝାଡ଼ା ଆଦି ରୋଗକୁ ପ୍ରୋତ୍ସାହିତ କରେ। ନୋରୋ ଭାଇରସ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଅନେକ ପ୍ରକାର ଜୀବାଣୁ ତିଆରି ହୁଏ। ନୋରୋ ଭାଇରସ 'ବାନ୍ତି ବଗ' ଭାବରେ ମଧ୍ୟ ଜଣାଶୁଣା। ତେଣୁ ଏହାର ପ୍ରତିକାର ପାଇଁ କୌଣସି ଜିନିଷ ଛୁଇଁବା ପରେ, ବାହାରୁ ଆସିବା ପରେ ଏବଂ କିଛି ଖାଇବା ପୂର୍ବରୁ ସବୁବେଳେ ହାତ ଓ ମୁହଁକୁ ପରିଷ୍କାର ଭାବରେ ଧୋଇବା ଜରୁରୀ। ଏହା ବ୍ୟତୀତ କୋଭିଡ ସଂକ୍ରମଣକୁ ଏଡାଇବା ପାଇଁ ଯେଉଁ ସାନିଟାଇଜର ବ୍ୟବହାର କରାଯାଉଛି ସମାନ ସାନିଟାଇଜର ଏହି ଭାଇରସ ପାଇଁ ପ୍ରଭାବଶାଳୀ ରହିଛି ବୋଲି ସିଡିସି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos