ବିଧାନସଭାରେ କହିଲେ ବିଧାୟକ, ଦୁଷ୍କର୍ମର ମଜା ନିଅ

ବେଙ୍ଗାଲୁରୁ: ବିଧାନସଭା ଭଳି ପବିତ୍ର ଗୃହରେ ଅପଶବ୍ଦ ପ୍ରୟୋଗ କରି ଅଡ଼ୁଆରେ ପଡ଼ିଛନ୍ତି ଜଣେ କଂଗ୍ରେସ ବିଧାୟକ। ସେ ଗୃହରେ ଦୁଷ୍କର୍ମରୁ ବର୍ତ୍ତି ନ ପାରିଲେ, ତଳେ ଶୋଇ ଏହାର ମଜା ନେବାକୁ କହି ବିବାଦ ସୃଷ୍ଟି କରିଛନ୍ତି। କର୍ଣ୍ଣାଟକା ବିଧାନସଭାରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ଚାଲିଥିଲା। ଏହି ସମୟରେ ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ବର୍ଷା ଯୋଗୁ ଘଟିଥିବା କ୍ଷୟକ୍ଷତିର ତଥ୍ୟ ଗୃହରେ ଉପସ୍ଥାପନ କରିବାକୁ ଚାହୁଁଥିଲେ। ବିଧାନସଭା ବାଚସ୍ପତି ବିଶ୍ୱେଶ୍ୱର […]

Congress

Congress

Hemant Lenka
  • Published: Friday, 17 December 2021
  • Updated: 17 December 2021, 08:50 AM IST

Sports

Latest News

ବେଙ୍ଗାଲୁରୁ: ବିଧାନସଭା ଭଳି ପବିତ୍ର ଗୃହରେ ଅପଶବ୍ଦ ପ୍ରୟୋଗ କରି ଅଡ଼ୁଆରେ ପଡ଼ିଛନ୍ତି ଜଣେ କଂଗ୍ରେସ ବିଧାୟକ। ସେ ଗୃହରେ ଦୁଷ୍କର୍ମରୁ ବର୍ତ୍ତି ନ ପାରିଲେ, ତଳେ ଶୋଇ ଏହାର ମଜା ନେବାକୁ କହି ବିବାଦ ସୃଷ୍ଟି କରିଛନ୍ତି। କର୍ଣ୍ଣାଟକା ବିଧାନସଭାରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ଚାଲିଥିଲା। ଏହି ସମୟରେ ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ବର୍ଷା ଯୋଗୁ ଘଟିଥିବା କ୍ଷୟକ୍ଷତିର ତଥ୍ୟ ଗୃହରେ ଉପସ୍ଥାପନ କରିବାକୁ ଚାହୁଁଥିଲେ।

ବିଧାନସଭା ବାଚସ୍ପତି ବିଶ୍ୱେଶ୍ୱର ହେଗଡେ କାଗେରି ସମୟ କମ ଥିବାରୁ ସେ ଆଲୋଚନାକୁ ସନ୍ଧ୍ୟା ୬ଟା ମଧ୍ୟରେ ଶେଷ କରିବାକୁ ଚାହୁଁଥିଲେ। କିନ୍ତୁ ବିରୋଧୀ ବିଧାୟକମାନେ ସମୟ ବଢ଼ାଇବାକୁ ଦାବି କରିଥିଲେ। ଚାଷୀମାନେ ଭୋଗୁଥିବା ସମସ୍ୟା ଉପରେ ଆଲୋଚନା କରିବାକୁ କଂଗ୍ରେସ ବିଧାୟକମାନେ କହିଥିଲେ। ତେବେ ବାଚସ୍ପତି ସ୍ମିତ ହାସ୍ୟ ଦେଇ କହିଥିଲେ ଯେ “ଯଦି ସମସ୍ତଙ୍କୁ ସମୟ ଦିଆଯିବ, ତା’ହେଲେ ଅଧିବେଶ କେମିତି ସରିବ? ମୁଁ ଏମିତି ସ୍ଥିତିରେ ଅଛି ଯେଉଁଠାରେ ମୋତେ ମଜା ନେବାକୁ ହେବ ଓ ଆପଣମାନେ ଯାହା କହିବେ ସେଥିରେ ହଁ ଭରିବାକୁ ପଡ଼ିବ। ଠିକ୍ ଅଛି। ମୋତେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ନ କରିବା ଦରକାର? ମୁଁ ଏବେ ଭାବୁଛି ଯେ ମୋତେ ସ୍ଥିତିକୁ ଉପଭୋଗ କରିବା ଦରକାର?”

ଏହାପରେ କଂଗ୍ରେସର ବରିଷ୍ଠ ବିଧାୟକ କେଆର ରମେଶ ଏହି ମନ୍ତବ୍ୟକୁ ଦୁଷ୍କର୍ମ ସହ ତୁଳନା କରିଥିଲେ। ସେ ସ୍ମିତ ହାସ୍ୟ ଦେଇ କହିଥିଲେ ଯେ “କଥାରେ ଅଛି ଯେତେବେଳେ ଆପଣ ଦୁଷ୍କର୍ମକୁ ଅଟକାଇ ପାରିବେ ନାହିଁ କିମ୍ବା ବର୍ତ୍ତିପାରିବେ ନାହିଁ ସେତେବେଳେ ତଳେ ଶୋଇ ପଡ଼ିବେ ଓ ଏହାକୁ ଉପଭୋଗ କରିବା ଉଚିତ। ବର୍ତ୍ତମାନ ଆପଣ ସେଭଳି ସ୍ଥିତିରେ ରହିଛନ୍ତି।” ଏହା ଶୁଣି ବାଚସ୍ପତିଙ୍କ ସମେତ ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ହସିବାରେ ଲାଗିଥିଲେ।


ସୂଚନାଯୋଗ୍ୟ, କର୍ଣ୍ଣାଟକାରେ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି। ୨୦୧୯ ଜାନୁଆରୀରୁ ୨୦୨୧ ମେ’ ମଧ୍ୟରେ ସମଗ୍ର ରାଜ୍ୟରେ ୧୧୬୮ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ଦୁଷ୍କର୍ମ ମାମଲାର ହାରକୁ ବିଚାରକୁ ନେଲେ ପ୍ରତିଦିନ ଗୋଟିଏ ଘଟଣା ଘଟୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos