ତାମିଲନାଡୁ ରାଜନୀତିରେ ପ୍ରବେଶ କରିବେ ଶଶିକଳା, ଦେଲେ ବଡ଼ ବୟାନ

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଥିବା ଶଶିକଳା ଖୁବଶୀଘ୍ର ପୂର୍ଣ୍ଣକାଳୀନ ରାଜନୀତିରେ ପ୍ରବେଶ କରିବେ। ଏଆଏଡିଏମକେରୁ ଶଶିକଳା ବହିଷ୍କୃତ ହୋଇଥିଲେ ହେଁ ସେ ରାଜନୀତିକୁ କମବ୍ୟାକ୍‌ କରିବେ ବୋଲି ଆଜି କହିଛନ୍ତି। ଆଜି ସେ ଗଣମାଧ୍ୟମକୁ କହିଛନ୍ତି, “ମୁଁ ଖୁବଶୀଘ୍ର ଆପଣମାନଙ୍କୁ ଭେଟିବି। ମୁଁ ପୂର୍ଣ୍ଣକାଳୀନ ରାଜନୀତିକୁ ଆସୁଛି।” ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳାଙ୍କୁ ୪ ବର୍ଷ ଜେଲ ଦଣ୍ଡ ମିଳିଥିଲା। ସେ […]

h

h

Hemant Lenka
  • Published: Monday, 08 February 2021
  • Updated: 08 February 2021, 07:31 PM IST

Sports

Latest News

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଥିବା ଶଶିକଳା ଖୁବଶୀଘ୍ର ପୂର୍ଣ୍ଣକାଳୀନ ରାଜନୀତିରେ ପ୍ରବେଶ କରିବେ। ଏଆଏଡିଏମକେରୁ ଶଶିକଳା ବହିଷ୍କୃତ ହୋଇଥିଲେ ହେଁ ସେ ରାଜନୀତିକୁ କମବ୍ୟାକ୍‌ କରିବେ ବୋଲି ଆଜି କହିଛନ୍ତି।

ଆଜି ସେ ଗଣମାଧ୍ୟମକୁ କହିଛନ୍ତି, “ମୁଁ ଖୁବଶୀଘ୍ର ଆପଣମାନଙ୍କୁ ଭେଟିବି। ମୁଁ ପୂର୍ଣ୍ଣକାଳୀନ ରାଜନୀତିକୁ ଆସୁଛି।” ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳାଙ୍କୁ ୪ ବର୍ଷ ଜେଲ ଦଣ୍ଡ ମିଳିଥିଲା।

ସେ ବେଙ୍ଗାଲୁରୁରେ ଜେଲରୁ ବାହାରିବା ପରେ ଜାନୁଆରୀ ୩୧ ଯାଏ ହସ୍ପିଟାଲରେ ରହିଥିଲେ। ସେଠାରୁ ଡିଜଚାର୍ଜ ହେବା ପରେ ବେଙ୍ଗାଲୁରୁ ଠାରୁ ୩୫ କିମି ଦୂର ଗୋଟିଏ ରିଜର୍ଟରେ ରହିଥିଲେ। ହେଲେ ଆଜି ତାମିଲନାଡୁ ଫେରିଛନ୍ତି। ଶଶିକଳା ତାମିଲନାଡୁରେ ପହଞ୍ଚିବା କ୍ଷଣି ତାଙ୍କ ସମର୍ଥକମାନେ ବାଜା ବଜାଇ ସ୍ୱାଗତ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶଶିକଳା ଏଆଇଏଡିଏମକେରୁ ବହିଷ୍କୃତ ହୋଇଥିଲେ ହେଁ ଦଳର ସଂଘର୍ଷ କଥା ସମସ୍ତଙ୍କୁ କହିଛନ୍ତି। ସେ କହିଛନ୍ତି, “ଏଆଇଏଡିଏମକେ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲା। ହେଲେ ଦଳ ସବୁ ସମସ୍ୟାକୁ ପଛରେ ପକାଇ ଆଗକୁ ଆସିଛି। ଆମେ ସମସ୍ତେ ଏକାଠି ହୋଇ ଆମ ମାନଙ୍କର ଏକମାତ୍ର ଶତ୍ରୁକୁ ପରାସ୍ତ କରିବା।”

ଶଶିକଳାଙ୍କ କମବ୍ୟାକ୍‌କୁ କୌଣସି ଉତ୍ସବ ଭାବେ ଏଆଇଏଡିଏମକେ ପାଳନ କରିନାହିଁ। ଦଳ ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେଇନାହିଁ। ଏପରି କି ଶଶିକଳା ବେଆଇନ ଭାବେ ଦଳର ପତାକା ବ୍ୟବହାର କରିବା ଓ ରାଜ୍ୟରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଏଆଇଏଡିଏମକେ ଦୁଇଟି ମାମଲା କରିଛି।

ଆଜି ଶଶିକଳାଙ୍କୁ ଏଆଇଏଡିଏମକେ ପାର୍ଟି ଅଫିସକୁ ଯିବେ କି ନାହିଁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ଦେଇ ସେ କହିଛନ୍ତି, ସ୍ୱର ଦବାଇ ଦେଉଥିବା ଲୋକଙ୍କ ଆଗରେ ମୁଁ କେବେ ହେଲେ ଆତ୍ମସମର୍ପଣ କରିବି ନାହିଁ।

ଏଆଇଏଡିଏମକେର ପତାକା ବ୍ୟବହାର କରିଥିବାରୁ ମୋ ନାଁରେ ମାମଲା ହୋଇଛି। ଏହା ଦଳୀୟ ନେତାଙ୍କ ଭୟକୁ ଦର୍ଶାଉଛି। ଆଗକୁ କ’ଣ ହେଉଛି, ସେକଥା ଖାଲି ଆପଣ ଅପେକ୍ଷା କରନ୍ତୁ ଓ ଦେଖନ୍ତୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story