ପେଗାସସ୍‌ ଟାର୍ଗେଟ ଲିଷ୍ଟରୁ ମିଳିଲା ପୂର୍ବତନ ସିବିଆଇ ମୁଖ୍ୟ ଓ ଅନୀଲ ଅମ୍ବାନୀଙ୍କ ଫୋନ ନମ୍ବର!

ନୂଆଦିଲ୍ଲୀ: ସ୍ପାଇୱେୟାର ପେଗାସସ୍‌ର ଟାର୍ଗେଟ ଲିଷ୍ଟରେ ଥିବା ଆଉ କିଛି ଲୋକଙ୍କ ବିଷୟରେ ତଥ୍ୟ ସାମ୍ନାକୁ ଆସିଛି। ପୂର୍ବରୁ ଗୁଇନ୍ଦାଗିରି କରାଯିବାକୁ ଥିବା ଲୋକଙ୍କ ତାଲିକାରୁ ଦଲାଇଲାମାଙ୍କ ପରାମର୍ଶଦାତାମାନଙ୍କ ନମ୍ବର ମିଳିଥିଲା। ଏବେ ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଫୋନ ନମ୍ବର ମଧ୍ୟ ସମ୍ଭାବ୍ୟ ହ୍ୟାକ ତାଲିକାରେ ରହିଥିବା ଜଣାପଡ଼ିଛି। ନ୍ୟୁଜ ୱେବସାଇଟ ଦ ୱେୟାର ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଏହି ସ୍ପାଇୱେୟାର ପେଗାସସ୍‌କୁ ନିର୍ମାଣ କରିଥିବା […]

anil

anil

Hemant Lenka
  • Published: Thursday, 22 July 2021
  • Updated: 22 July 2021, 10:43 PM IST

ନୂଆଦିଲ୍ଲୀ: ସ୍ପାଇୱେୟାର ପେଗାସସ୍‌ର ଟାର୍ଗେଟ ଲିଷ୍ଟରେ ଥିବା ଆଉ କିଛି ଲୋକଙ୍କ ବିଷୟରେ ତଥ୍ୟ ସାମ୍ନାକୁ ଆସିଛି। ପୂର୍ବରୁ ଗୁଇନ୍ଦାଗିରି କରାଯିବାକୁ ଥିବା ଲୋକଙ୍କ ତାଲିକାରୁ ଦଲାଇଲାମାଙ୍କ ପରାମର୍ଶଦାତାମାନଙ୍କ ନମ୍ବର ମିଳିଥିଲା। ଏବେ ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଫୋନ ନମ୍ବର ମଧ୍ୟ ସମ୍ଭାବ୍ୟ ହ୍ୟାକ ତାଲିକାରେ ରହିଥିବା ଜଣାପଡ଼ିଛି।

ନ୍ୟୁଜ ୱେବସାଇଟ ଦ ୱେୟାର ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଏହି ସ୍ପାଇୱେୟାର ପେଗାସସ୍‌କୁ ନିର୍ମାଣ କରିଥିବା ସଂସ୍ଥା କେବଳ ସରକାରୀ ଏଜେନ୍ସିକୁ ଏହା ବିକ୍ରି କରିଥାଏ। ତେଣୁ କାହିଁକି ସରକାର ଅନୀଲ ଅମ୍ବାନୀ ଓ ଆଲୋକ ବର୍ମାଙ୍କ ଫୋନ ନମ୍ବରକୁ ଟାର୍ଗେଟ କରିଥିଲେ, ତା’ହା ଜଣାପଡ଼ିନି।

ଆଲୋକ ବର୍ମା ୨୦୧୮ରେ ସିବିଆଇ ମୁଖ୍ୟ ପଦରୁ ବିଦା ହେବା ପରେ ତାଙ୍କ ନମ୍ବରକୁ ହ୍ୟାକ୍‌ କରାଯିବାକୁ ଥିବା ତାଲିକାରେ ସାମିଲ କରାଯାଇଛି। ସରକାରଙ୍କ ସହ ବିବାଦ କାରଣରୁ ସେ ସିବିଆଇ ମୁଖ୍ୟ ପଦ ହରାଇଥିଲେ। ସେ ପଦ ହରାଇବା ମାତ୍ରେ ତାଙ୍କ ନାଁକୁ ପେଗାସସ୍‌ ପକ୍ଷରୁ ହ୍ୟାକ୍‌ କରାଯିବା ଥିବା ତାଲିକାରେ ଯୋଡ଼ା ଯାଇଥିଲା। ଏପରି କାହିଁକି କରାଯାଇଥିଲା, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ସେହିପରି ଅନୀଲ ଅମ୍ବାନୀଙ୍କ ବ୍ୟତୀତ ରିଲାଏନ୍ସ ଏଡିଜି ଗ୍ରୁପ୍‌ର ଆଉ ଜଣେ ବରିଷ୍ଠ ଅଧିକାରୀଙ୍କ ଫୋନ ନମ୍ବର ମଧ୍ୟ ଏହି ହ୍ୟାକ ତାଲିକାରେ ରହିଛି। ରାଫେଲ ଯୁଦ୍ଧ ବିମାନ ଭାରତକୁ ଦେଇଥିବା ଡାସଲ୍ଟ ଆଭିଏସନର ଭାରତୀୟ ପ୍ରତିନିଧି ଭେଙ୍କଟ ରାଓ, ପୂର୍ବତନ ସବ ଇଣ୍ଡିଆ ମୁଖ୍ୟ ଇନ୍ଦରଜିତ ସିଆଲ ଓ ବୋଇଂ ଇଣ୍ଡିଆ ବସ୍‌ ପ୍ରତ୍ୟୁଷ କୁମାରଙ୍କ ଫୋନ ନମ୍ବର ମଧ୍ୟ ପେଗାସସ୍‌ ହ୍ୟାକ ତାଲିକାରେ ରହିଛି।

ଅନ୍ୟପକ୍ଷରେ ଦଲାଇଲାମାଙ୍କ ପରାମର୍ଶଦାତାମାନଙ୍କ ବାଦ ଅନ୍ୟ ବୌଦ୍ଧ ଧର୍ମଗୁରୁ, ଏକାଧିକ ତିବ୍ଦତୀୟ ଅଧିକାରୀ ଓ ସ୍ୱେଚ୍ଛାସେବୀଙ୍କ ଫୋନ ନମ୍ବର ମଧ୍ୟ ସମ୍ଭାବ୍ୟ ହ୍ୟାକ କରାଯିବାକୁ ଥିବା ତାଲିକାରେ ରହିଛି। ଏହି ନମ୍ବରଗୁଡ଼ିକ ୨୦୧୭ ଶେଷ ଭାଗରୁ ୨୦୧୯ ଯାଏ ମନିଟରିଂ କରିବାକୁ ଲିକ୍‌ ଦସ୍ତାବିଜ୍‌ରେ ସର୍କଲ କରାଯାଇଛି।

ପ୍ରକୃତରେ ଏହାକୁ ମନିଟରିଂ କରାଯାଇଛି କି, ସେକଥା ଦ ୱେୟାର ଜାଣିବାକୁ ପାଇନାହିଁ। କେବଳ ଫରେନ୍ସି ଯାଞ୍ଚ ଦ୍ୱାରା ତାଲିକାରେ ଥିବା ଫୋନ ନମ୍ବରଗୁଡ଼ିକ ପେଗାସସ୍‌ ଦ୍ୱାରା ହ୍ୟାକ କରାଯାଇଛି କି ନାହିଁ, ସେକଥା ଜଣାପଡ଼ିବ।

ଏହାପୂର୍ବରୁ ଏହି ସମ୍ଭାବ୍ୟ ହ୍ୟାକ୍‌ ତାଲିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ରାଜନୀତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର, ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ, ପୂର୍ବତନ ନିର୍ବାଚନ କମିଶନ ଅଶୋକ ଲାଭସା, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ୪୦ରୁ ଅଧିକ ସାମ୍ବାଦିକ, ସାମାଜିକ କର୍ମୀ ଓ ବିଚାରପତିଙ୍କ ଫୋନ ନମ୍ବର ରହିଥିବା ରିପୋର୍ଟ ପ୍ରକାଶ ପାଇଛି।

ଆମ୍‌ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌ ସହିତ ଆଉ କେତେକ ସଂସ୍ଥା ମିଶି ପେଗାସସ୍‌ ପ୍ରକଳ୍ପ ନାମରେ କିଛି ବର୍ଷ ହେଲା ଏକ ଅନୁସନ୍ଧାନ ଚଳେଇଥିଲେ। ଅନୁସନ୍ଧାନର ଲକ୍ଷ୍ୟଥିଲା ପେଗାସସ୍‌ କେଉଁମାନଙ୍କ ବିରୋଧରେ ଗୁଇନ୍ଦାଗିରି କରୁଛି ତାହା ଲୋକଲୋଚନକୁ ଆଣିବା।

ଏହି ମିଶନରେ ସାମିଲ ଥିବା ଅନ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ହେଲେ ଆମେରିକାର ୱାଶିଂଟନ୍‌ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍‌, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର।

ମିଳିଥିବା ସୂଚନା ଅନୁସାରେ ବିଶ୍ୱର ସହସ୍ରାଧିକ ଫୋନ୍‌ ନମ୍ବର ଉପରେ ପେଗାସସ୍‌ କାର୍ଯ୍ୟ କରୁଛି। ସେଥିରୁ କେଉଁ କେଉଁ ଫୋନ୍‌ର ତଥ୍ୟ ପେଗାସସ୍‌ ଚୋରେଇ ନେଇଛି ବା ହ୍ୟାକ୍‌ କରିଛି ତାହା ଜାଣିବାକୁ ହେଲେ ସେସବୁ ଫୋନ୍‌ ଓ ପେଗାସସ୍‌ ତଥ୍ୟର ଡିଜିଟାଲ୍‌ ଫୋରେନ୍ସିକ ଯାଞ୍ଚ ଦରକାର।

ତେବେ ତଦନ୍ତ ସମୟରେ ଏଭଳି ୩୭ ଫୋନ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି। ଏହି ଫୋନ୍‌ ମଧ୍ୟରେ ଭାରତର ୯ଟି ଆଇଫୋନ୍‌ ଓ ଗୋଟିଏ ଆଣ୍ଡ୍ରଏଡ୍‌ ଫୋନ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos