ବିଜେପି ନେତାଙ୍କୁ ଗିରଫ ନିର୍ଦ୍ଦେଶ ଦେଇଥିବା ପୂର୍ବତନ ଆଇପିଏସ୍‌ ଟିଏମସିରେ ମିଶିଲେ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୀତିକ ହଟଚମଟ ଜାରି ରହିଛି। କିଛିଦିନ ତଳେ ଚନ୍ଦନନଗର ପୁଲିସ୍ କମିଶନର ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ପୂର୍ବତନ ଆଇପିଏସ ହୁମାୟୁନ କବିର ଆଜି ଟିଏମସିରେ ସାମିଲ ହୋଇଛନ୍ତି। ଆଜି କଲନାରେ ଟିଏମସି ପକ୍ଷରୁ ଗୋଟିଏ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟ ସାମିଲ ହୋଇଥିଲେ। ତାଙ୍କ ଉପସ୍ଥିତିରେ କବିର ଟିଏମସିରେ ମିଶିଛନ୍ତି। କମିଶନର ପଦରେ ଥିବା ବେଳେ ଗୋଟିଏ ବିବାଦୀୟ […]

kabir

kabir

Hemant Lenka
  • Published: Tuesday, 09 February 2021
  • Updated: 09 February 2021, 08:07 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୀତିକ ହଟଚମଟ ଜାରି ରହିଛି। କିଛିଦିନ ତଳେ ଚନ୍ଦନନଗର ପୁଲିସ୍ କମିଶନର ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ପୂର୍ବତନ ଆଇପିଏସ ହୁମାୟୁନ କବିର ଆଜି ଟିଏମସିରେ ସାମିଲ ହୋଇଛନ୍ତି।

ଆଜି କଲନାରେ ଟିଏମସି ପକ୍ଷରୁ ଗୋଟିଏ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟ ସାମିଲ ହୋଇଥିଲେ। ତାଙ୍କ ଉପସ୍ଥିତିରେ କବିର ଟିଏମସିରେ ମିଶିଛନ୍ତି।

କମିଶନର ପଦରେ ଥିବା ବେଳେ ଗୋଟିଏ ବିବାଦୀୟ ନାରାକୁ କେନ୍ଦ୍ର କରି କବିର ବିଜେପିର କିଛି ନେତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ବିଜେପି କବିରଙ୍କୁ ଟାର୍ଗେଟ କରିଥିଲା। ଆଜି ସେ ଟିଏମସିରେ ମିଶିବା ପରେ ବିଜେପିକୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ମମତା ବାନାର୍ଜୀ ବିକାଶ ବେଙ୍ଗଲକୁ ଆଣିଛନ୍ତି। ମୁଁ ତାଙ୍କ ସହ କାମ କରିଛି ଓ ମୁଁ ଜାଣିଛି ଯେ ସେ ସବୁବେଳେ ଲୋକଙ୍କ ସହ ଛିଡ଼ା ହୁଅନ୍ତି। ମୁଁ ତାଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇଛି। କିନ୍ତୁ ଗୋଟିଏ ବାହାର ଦଳ ବିଭାଜନ କରି ଏଠାରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି। ମୋର ବିଶ୍ୱାସ ବେଙ୍ଗଲର ଲୋକମାନେ ଉକ୍ତ ଦଳକୁ ଉଚିତ ଜବାବ ଦେବେ। ମମତା ବାନାର୍ଜୀ ପୁଣିଥରେ କ୍ଷମତାକୁ ଫେରିବେ ବୋଲି ସେ କହିଛନ୍ତି।

ଏପ୍ରିଲ ମାସରେ କବିରଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା। ତାଙ୍କ ପତ୍ନୀ ଅନିଦିତା ପୂର୍ବରୁ ହିଁ ଟିଏମସି ସହ ରହିଛନ୍ତି। ହଠାତ୍ କବିର ପଦ ଛାଡ଼ିଥିବାରୁ ସେ ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ସତକୁ ସତ ସେ ଆଜି ଟିଏମସିରେ ମିଶିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos