ଶେଷରେ ହରକ ସିଂହ ରାୱତଙ୍କୁ ଗ୍ରହଣ କଲା କଂଗ୍ରେସ

ଡେରାଡୁନ: ବହୁବାଦ ବିବାଦର ଅନ୍ତ ଘଟିଛି। ଶେଷରେ କଂଗ୍ରେସକୁ ଫେରିଛନ୍ତି ବହିଷ୍କୃତ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ହରକ ସିଂହ ରାୱତ। ଆଗକୁ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଥିବା ବେଳେ ଆଜି ଶ୍ରୀ ରାୱତ କଂଗ୍ରେସରେ ସାମିଲ ହୋଇଛନ୍ତି। ରବିବାର ଶ୍ରୀ ରାୱତଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯିବା ସହ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଥିଲା। ଏହାପରେ ସେ କଂଗ୍ରେସକୁ ଫେରିବାକୁ ଆଗ୍ରହ ଦେଖାଇଥିଲେ। କିନ୍ତୁ ୨୦୧୬ରେ ସେ […]

Harak-singh

Harak-singh

Hemant Lenka
  • Published: Friday, 21 January 2022
  • Updated: 21 January 2022, 05:49 PM IST

Sports

Latest News

ଡେରାଡୁନ: ବହୁବାଦ ବିବାଦର ଅନ୍ତ ଘଟିଛି। ଶେଷରେ କଂଗ୍ରେସକୁ ଫେରିଛନ୍ତି ବହିଷ୍କୃତ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ହରକ ସିଂହ ରାୱତ। ଆଗକୁ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଥିବା ବେଳେ ଆଜି ଶ୍ରୀ ରାୱତ କଂଗ୍ରେସରେ ସାମିଲ ହୋଇଛନ୍ତି। ରବିବାର ଶ୍ରୀ ରାୱତଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯିବା ସହ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଥିଲା।

ଏହାପରେ ସେ କଂଗ୍ରେସକୁ ଫେରିବାକୁ ଆଗ୍ରହ ଦେଖାଇଥିଲେ। କିନ୍ତୁ ୨୦୧୬ରେ ସେ କଂଗ୍ରେସକୁ ଧୋକ୍କା ଦେଇଥିବାରୁ ଦଳର ବରିଷ୍ଠ ନେତା ହରିଶ ରାୱତ ତାଙ୍କୁ ଗ୍ରହଣ କରିବାକୁ ରାଜି ହୋଇ ନଥିଲେ। ହେଲେ ହରକ ସିଂହ ରାୱତ ନିଜ ଭୁଲ ପାଇଁ ସର୍ବସମ୍ମୁଖରେ କ୍ଷମା ମାଗିବାକୁ ପ୍ରସ୍ତୁତ ଥିବା କହିବା ପରେ ତାଙ୍କର ଘର ବାହୁଡ଼ା ହୋଇଛି।

ଆଜି ନିଜେ ହରିଶ ରାୱତ ତାଙ୍କୁ କଂଗ୍ରେସକୁ ସ୍ୱାଗତ କରିଛନ୍ତି। କଂଗ୍ରେସରେ ମିଶିବା କ୍ଷଣି ହରକ ସିଂହ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “କଂଗ୍ରେସ ଯେତେବେଳେ ମାର୍ଚ୍ଚ ୧୦ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ଜିତିବ, ତାହା ହିଁ ହେବ ମୋ ଭୁଲର ପ୍ରାୟଶ୍ଚିତ। ବିଜେପି ମୋତେ ବ୍ୟବହାର କରି ଫୋପାଡ଼ି ଦେଇଛି।

ମୁଁ ବହୁତ କଷ୍ଟ ପାଇଛି। ମୁଁ ସ୍ୱରାଷ୍ଟ୍ର ଅମିତ ଶାହଙ୍କ ସହ ମୋର ବନ୍ଧୁତା ଶେଷ ମୁର୍ହୂତ୍ତ ଯାଏ ଭାଙ୍ଗି ନ ଥିଲି। କାରଣ ମୁଁ ଏପରି କରିବି ନାହିଁ ବୋଲି ପ୍ରତିଜ୍ଞା କରିଥିଲି।”

୨୦୧୬ ମାର୍ଚ୍ଚ ମାସରେ ୯ ଜଣ କଂଗ୍ରେସ ବିଧାୟକ ହରିଶ ରାୱତଙ୍କ ସରକାର ବିରୋଧରେ ବିଦ୍ରୋହ କରିଥିଲେ। ଏଥିପାଇଁ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲା। ଏହାପରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ବିଦ୍ରୋହ ଘୋଷଣା କରିଥିବା ୯ ବିଧାୟକଙ୍କ ମଧ୍ୟରେ ହରକ ସିଂହ ରାୱତ ଥିଲେ। ଯେଉଁ ବିଧାୟକଙ୍କ ପାଇଁ କଂଗ୍ରେସ ଏତେ ସମସ୍ୟାରେ ପଡ଼ିଥିଲା, ତାଙ୍କୁ ପୁଣି ଦଳରେ ସାମିଲ କରିବା ସପକ୍ଷରେ ହରିଶ ରାୱତ ନଥିଲେ।

ତେବେ ଗୁରୁବାର ହରକ ସିଂହ ରାୱତ ଦିଲ୍ଲୀରେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ। ସେଠାରେ ସେ ନିଜର ଭୁଲ ସ୍ୱୀକାର କରିଥିଲେ। ଏହାପରେ ତାଙ୍କୁ କଂଗ୍ରେସ ନିଜ ସହ ସାମିଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos