‘ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛୁ, ପ୍ରଭାବିତଙ୍କ କଷ୍ଟ ମୁଁ ଅନୁଭବ କରୁଛି’

ନୂଆଦିଲ୍ଲୀ: ଯେଉଁମାନେ ନିଜ ଲୋକଙ୍କୁ ହରାଇ କଷ୍ଟରେ ଅଛ, ସେତିକି କଷ୍ଟ ମୁଁ ମଧ୍ୟ ଅନୁଭବ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିସାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ପ୍ରଦାନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ଭାରତ ସମେତ ସାରା ବିଶ୍ୱ କରୋନା ମହାମାରୀ ସହିତ ଲଢ଼େଇ କରୁଛି। ଆଉ ଏହି ମହାମାରୀରେ ଅନେକ ପ୍ରାଣ ହରାଇଛନ୍ତି। ଅନେକ ପରିବାର ଛାରଖାର ମଧ୍ୟ ହୋଇଯାଇଛି। ଆମର ଲଢ଼େଇ ଗୋଟିଏ ଅଦୃଶ୍ୟ ଶକ୍ତି […]

pm

pm

Subhransu Sekhar
  • Published: Friday, 14 May 2021
  • Updated: 14 May 2021, 02:23 PM IST

ନୂଆଦିଲ୍ଲୀ: ଯେଉଁମାନେ ନିଜ ଲୋକଙ୍କୁ ହରାଇ କଷ୍ଟରେ ଅଛ, ସେତିକି କଷ୍ଟ ମୁଁ ମଧ୍ୟ ଅନୁଭବ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିସାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ପ୍ରଦାନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ଭାରତ ସମେତ ସାରା ବିଶ୍ୱ କରୋନା ମହାମାରୀ ସହିତ ଲଢ଼େଇ କରୁଛି। ଆଉ ଏହି ମହାମାରୀରେ ଅନେକ ପ୍ରାଣ ହରାଇଛନ୍ତି। ଅନେକ ପରିବାର ଛାରଖାର ମଧ୍ୟ ହୋଇଯାଇଛି। ଆମର ଲଢ଼େଇ ଗୋଟିଏ ଅଦୃଶ୍ୟ ଶକ୍ତି ସହ। ଯିଏକି ବାରମ୍ବାର ରୂପ ବଦଳାଉଛି ବୋଲି ମୋଦି କହିଛନ୍ତି।

ଭିଡିଓ କନଫରେନସିଂ ଜରିଆରେ ଚାଷୀଙ୍କୁ ଉଦବୋଧନ କରିବା ବେଳେ ମୋଦି କହିଛନ୍ତି, ‘କୋଭିଡ ଦ୍ୱାରା ପ୍ରଭାବିତ ଲୋକଙ୍କ ଯନ୍ତ୍ରଣାକୁ ମୁଁ ମଧ୍ୟ ଅନୁଭବ କରୁଛି। ଆମେ ଏକ ଅଦୃଶ୍ୟ ଶତ୍ରୁକୁ ସାମ୍ନା କରୁଛୁ। ଏହି କରୋନା ପାଇଁ ଆମେ ନିଜ ଲୋକଙ୍କୁ ହରାଇଛୁ। ନାଗରିକମାନେ ଯେଉଁ ଭଳି ଯନ୍ତ୍ରଣା ଅନୁଭବ କରିଛନ୍ତି, ଜଣେ ପ୍ରଧାନସେବକ ଭାବରେ ମୁଁ ମଧ୍ୟ ସମାନ ଯନ୍ତ୍ରଣା ଅନୁଭବ କରୁଛି’।

ସେ କହିଛନ୍ତି ଯେ ଏହି ଭାଇରସ ଅନେକ ମ୍ୟୁଟାଣ୍ଟ ଜୀବାଣୁ ସୃଷ୍ଟି କରିଛି। ଯେଉଁଥିପାଇଁ କରୋନାର ଦ୍ୱିତୀୟ ଲହର ଏପରି ଭୟଙ୍କର ରୂପ ନେଇଛି। ପ୍ରାୟ ୧୮ କୋଟି ଟିକା ନେଇଛନ୍ତି। ଦେଶର ସରକାରୀ ମେଡିକାଲରେ ମାଗଣା ଟିକା ଦିଆଯାଉଛି। ତେଣୁ ସମସ୍ତେ ଟିକା ନେବା ଦରକାର।

ଏହି ଟିକା ହିଁ ଆମକୁ କରୋନାରୁ ସୁରକ୍ଷା ଦେଇପାରିବ। ତେଣୁ ସମସ୍ତେ ଟିକା ନେବା ଦରକାର। ଆଉ ଏହି ସମୟରେ ମାସ୍କ ଏବଂ ସାମଜିକ ଦୂରତା ଅବଲମ୍ୱନ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶରେ ଦୈନିକ କରୋନା ମୃତ୍ୟୁ ହାର ୪ ହଜାରରୁ ଅଧିକ ଜାରି ରହିଛି। ଆଜି ବି ଦେଶରେ ଦିନକରେ ୪ ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ରେକର୍ଡ ହୋଇଛି। ଆଜିର ଏହି ନୂଆ ତଥ୍ୟ ସହ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୨ ହଜାର ୩୧୭କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୩ ଲକ୍ଷ ୪୩ ହଜାର ୧୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୦ ଲକ୍ଷ ୪୬ ହଜାର ୮୦୯କୁ ବୃଦ୍ଧି ହୋଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ୩୭ ଲକ୍ଷ ୪ ହଜାର ୮୯୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ସେପଟେ ଦେଶରେ ଏଯାବତ୍ ଆରୋଗ୍ୟଙ୍କ ସଂଖ୍ୟା ୨ କୋଟି ୭୯ ହଜାର ୫୯୯କୁ ବୃଦ୍ଧି ଘଟିଛି। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଚିକିତ୍ସାଧୀନ ଥିବା ୩.୭୦ ଲକ୍ଷ ଆକ୍ରାନ୍ତ ଦେଶର ମୋଟ ସଂକ୍ରମଣର ଏହା ୧୫.୬୫ ପ୍ରତିଶତ। କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ, ରାଜସ୍ଥାନ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ, ଗୁଜୁରାଟ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ହରିଆଣାରୁ ମୋଟ୍ ସଂକ୍ରମଣର ୭୯.୬୭ ପ୍ରତିଶତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story