ଟ୍ରେନ୍‌ରୁ ମିଳିଲା ୧.୧୬ କୋଟି ଟଙ୍କାର ନକଲି ନୋଟ୍

ଗୌହାଟୀ: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ଅଭାଧ ଆସାମ ଏକ୍ସପ୍ରେସରୁ ବିପୁଳ ପରିମାଣର ନକଲି ନୋଟ୍‌ ଠାବ କରାଯାଇଛି। ଗୋଟିଏ ବ୍ୟାଗ୍‌ରେ ପ୍ରାୟ ୧.୧୬ କୋଟି ଟଙ୍କାର ନକଲି ନୋଟ୍‌ ଠାବ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୦୫୯୧୦ ଅଭାଧ ଆସାମ ଏକ୍ସପ୍ରେସର କୋଚ୍‌ ଏସ୍‌ ୧ରେ ଗୋଟିଏ ବ୍ୟାଗ୍‌ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଟିଟିଇ ଦେଖିବାକୁ ପାଇଥିଲେ।

ଏହାପରେ ଟିଟିଇ ଜଣଙ୍କ ଆରପିଏଫକୁ ଖବର ଦେଇଥିଲେ। ଏହାପରେ ବ୍ୟାଗ୍‌କୁ ଖୋଲା ଯିବାକୁ ଗୋଟିଏ କମ୍ବଳ ଭିତରେ ବିପୁଳ ପରିମାଣ ଟଙ୍କା ରହିଥିବା ଜଣାପଡ଼ିଥିଲା। ଏଗୁଡ଼ିକୁ ଯାଞ୍ଚ କରିବା ପରେ ସବୁ ନକଲି ବୋଲି ଆରପିଏଫ ଅଧିକାରୀମାନେ କହିଛନ୍ତି।


ବ୍ୟାଗ୍‌କୁ ଆରପିଏଫର ପୋଷ୍ଟ ମାରିଅନକୁ ଅଣାଯିବା ପରେ ଟଙ୍କାର ଗଣତି ଆରମ୍ଭ ହୋଇଥିଲା। ଶେଷରେ ବ୍ୟାଗ ମଧ୍ୟରୁ ମୋଟ ୧,୧୬,୯୩,୦୦୦ ନକଲି ଟଙ୍କା ଠାବ କରାଯାଇଥିଲା। କେବଳ ୫ଶହ ଓ ୨ ହଜାର ଟଙ୍କିଆକୁ ଭିଡ଼ା କରି ବ୍ୟାଗ ଭିତରେ ରଖାଯାଇଥିଲା। ଏବେ ଏହି ଟଙ୍କା କେଉଁଠୁ ଆସିଲା ଓ କେଉଁ ଆଡ଼େ ଯାଉଥିଲା, ତା’ର ତଦନ୍ତ ଆରମ୍ଭ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।