କରୋନାରେ ମରିଗଲେ ପଡ଼ୋଶୀ, ୧୫ ମାସ ହେଲା ଭୟରେ ରୁମରୁ ବାହାରୁ ନଥିଲେ ୩ ମହିଳା

ପୂର୍ବ ଗୋଦାବରୀ: ମହାମାରୀ କରୋନାର ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। କରୋନା ଭୟରେ କେମିତି ଗୋଟିଏ ପରିବାରର ୩ ଜଣ ସଦସ୍ୟ ୧୫ ମାସ ହେଲା, ନିଜକୁ ଘର ଭିତରେ ବନ୍ଦ କରି ରଖିଥିଲେ, ତା’ର ସୂଚନା ମିଳିଛି। ଏହି ପରିବାର ଲୋକଙ୍କ ପଡ଼ୋଶୀ କରୋନାରେ ପ୍ରାଣ ହରାଇବା ପରେ ସେମାନେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ। ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀର କାଡାଲି ଗାଁରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ […]

Hospital

Hospital

Hemant Lenka
  • Published: Tuesday, 20 July 2021
  • Updated: 20 July 2021, 05:40 PM IST

Sports

Latest News

ପୂର୍ବ ଗୋଦାବରୀ: ମହାମାରୀ କରୋନାର ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। କରୋନା ଭୟରେ କେମିତି ଗୋଟିଏ ପରିବାରର ୩ ଜଣ ସଦସ୍ୟ ୧୫ ମାସ ହେଲା, ନିଜକୁ ଘର ଭିତରେ ବନ୍ଦ କରି ରଖିଥିଲେ, ତା’ର ସୂଚନା ମିଳିଛି। ଏହି ପରିବାର ଲୋକଙ୍କ ପଡ଼ୋଶୀ କରୋନାରେ ପ୍ରାଣ ହରାଇବା ପରେ ସେମାନେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ।

ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀର କାଡାଲି ଗାଁରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସୂଚନା ଅନୁଯାୟୀ, କରୋନା ଦେଶରେ ପ୍ରବେଶ କରିବାର କିଛି ଦିନ ପରେ ପରିବାର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ସେମାନଙ୍କ ପଡ଼ୋଶୀ କରୋନାରେ ପ୍ରାଣ ହରାଇବା ପରେ ଏହି ଭୟ ଆହୁରି ବଢ଼ି ଯାଇଥିଲା। ଏଥିପାଇଁ ପରିବାରର ୫ ଜଣ ସଦସ୍ୟ ଘର ଭିତରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଜରୁରୀ ସାମଗ୍ରୀ ପାଇଁ କେବଳ ଘରର ବାପା ଓ ଭାଇ ବାହାରକୁ ଆସୁଥିଲେ। ହେଲେ ମା’ ଓ ତାଙ୍କର ଦୁଇ ଝିଅ ସବୁବେଳେ ଘରର ଛୋଟିଆ ରୁମ୍‌ରେ ବସି ରହୁଥିଲେ। ଦୀର୍ଘ ୧୫ ମାସ ମଧ୍ୟରେ ସେମାନେ ଥରେ ହେଲେ ବି ବାହାରକୁ ଗୋଡ଼ କାଢ଼ି ନଥିଲେ। ଏପରି ଅବସ୍ଥାରେ ରହି ସେମାନେ ଅବସାଦ ମଧ୍ୟକୁ ଚାଲି ଯାଇଛନ୍ତି।

ଗାଁର କିଛି ସ୍ୱେଚ୍ଛାସେବୀ ପରିବାରରେ ରହୁଥିବା ମହିଳାଙ୍କ ସମ୍ପର୍କରେ ପତ୍ତା ନ ମିଳିବାରୁ ଯାଞ୍ଚ କରିଥିଲେ। ଏହି ସମୟରେ ରୁଥାମ୍ମା ଓ ତାଙ୍କର ଦୁଇ ଝିଅ କାନ୍ଥାମଣି(୩୦) ଏବଂ ରାଣୀ(୩୨) ୧୫ ମାସ ହେଲା ଗୋଟିଏ ରୁମ୍‌ରେ ବନ୍ଦ ହୋଇ ରହିଥିବା ଜଣାପଡ଼ିଥିଲା।

ପୁଲିସ୍‌ ଏ ସମ୍ପର୍କରେ ଖବର ପାଇ ସମସ୍ତଙ୍କୁ ଘର ଭିତରୁ ଉଦ୍ଧାର କରିଥିଲା। ଏହାପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେଠାରେ ୩ ଜଣଙ୍କର ଚିକିତ୍ସା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos