ସୀମାରେ ୪ ଭାରତୀୟଙ୍କ ଭୟଙ୍କର ମୃତ୍ୟୁ, ପ୍ରବଳ ଥଣ୍ଡା ଯୋଗୁ ବରଫ ପାଲଟି ଗଲେ

ଟରୋଣ୍ଟୋ: ଆମେରିକା-କାନାଡା ସୀମାରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କର ଭୟଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଭାରତୀୟ ବୋଲି ଜଣାପଡ଼ିଛି। ପ୍ରବଳ ଥଣ୍ଡା ଓ ପବନ ଯୋଗୁ ସମସ୍ତେ ବରଫ ପାଲଟି ଯାଇଛନ୍ତି। ଏହି କାରଣରୁ ସେମାନଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ନବଜାତ ଶିଶୁ ମଧ୍ୟ ଅଛନ୍ତି। ଆମେରିକା ଓ କାନାଡା ସୀମାରେ ବେଆଇନ ମାନବ ଚାଲାଣ ଚାଲିଥିବା ବେଳେ ଏପରି ଘଟଣା ଘଟିଛି। ମାନିଟୋବା ରୟାଲ କାନାଡିୟାନ ମାଉଣ୍ଟେଡ ପୁଲିସ (ଆରସିଏମପି) କହିଛି […]

ICe

ICe

Hemant Lenka
  • Published: Friday, 21 January 2022
  • Updated: 21 January 2022, 08:01 PM IST

Sports

Latest News

ଟରୋଣ୍ଟୋ: ଆମେରିକା-କାନାଡା ସୀମାରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କର ଭୟଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଭାରତୀୟ ବୋଲି ଜଣାପଡ଼ିଛି। ପ୍ରବଳ ଥଣ୍ଡା ଓ ପବନ ଯୋଗୁ ସମସ୍ତେ ବରଫ ପାଲଟି ଯାଇଛନ୍ତି। ଏହି କାରଣରୁ ସେମାନଙ୍କ ଜୀବନ ଯାଇଛି।

ମୃତକଙ୍କ ମଧ୍ୟରେ ଜଣେ ନବଜାତ ଶିଶୁ ମଧ୍ୟ ଅଛନ୍ତି। ଆମେରିକା ଓ କାନାଡା ସୀମାରେ ବେଆଇନ ମାନବ ଚାଲାଣ ଚାଲିଥିବା ବେଳେ ଏପରି ଘଟଣା ଘଟିଛି। ମାନିଟୋବା ରୟାଲ କାନାଡିୟାନ ମାଉଣ୍ଟେଡ ପୁଲିସ (ଆରସିଏମପି) କହିଛି ଯେ ବୁଧବାର ଏମର୍ସନ ନିକଟ କାନାଡା-ଆମେରିକା ସୀମାର କାନାଡା ପାର୍ଶ୍ୱରେ ୪ ଜଣଙ୍କ ମୃତଦେହ ମିଳିଛି।

ସେମାନଙ୍କ ମଧ୍ୟରୁ ଦୁଇ ଜଣ ପ୍ରାପ୍ତ ବୟସ୍କ ହୋଇଥିବା ବେଳେ ଜଣେ ନାବାଳକ ଓ ଆଉ ଜଣେ ନବଜାତ। ପ୍ରାଥମିକ ତଦନ୍ତ ଅନୁସାରେ ସମସ୍ତେ ଭାରତୀୟ ବୋଲି ଜଣାପଡ଼ୁଛନ୍ତି। ସେମାନେ ସମ୍ଭବତଃ କାନାଡାରୁ ସୀମା ଡେଇଁ ଆମେରିକାରେ ପ୍ରବେଶ ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ସେମାନଙ୍କର ଜୀବନ ଯାଇଥିବା ଆଶଙ୍କା କରାଯାଉଛି। ସମସ୍ତେ ତୁଷାର ପାତ ଯୋଗୁ ପୂରା ଜଡ଼ ପାଲଟି ଯାଇଛନ୍ତି।

ଆରସିଏମପିର ଆସିସଷ୍ଟାଣ୍ଟ କମିଶନର ଜେନ ମ୍ୟାକଲାଟଚୀ କହିଛନ୍ତି, “ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ସୀମାରେ ଚାଲିଥିବା ତୁଷାର ପାତ ଓ ପ୍ରବଳ ପବନ ବହିବା ଯୋଗୁ ସମସ୍ତଙ୍କର ମୃତ୍ୟୁ ଘଟିଛି। ଏହା ଅନେକକୁ ଯନ୍ତ୍ରଣା ଦେଉଥିବ। ତେବେ ସୀମାରେ ଏପରି ଏକ ଦୁଃଖଦ ଘଟଣା ଘଟିଛି।

ସୀମାଠାରୁ ୯ରୁ ୧୨ ମିଟର ଦୂରରେ ଏହି ୪ଟି ମୃତଦେହ ମିଳିଛି। ଆମେରିକାରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା କିଛି ଲୋକଙ୍କୁ କାବୁ କରାଯାଇଥିଲା। ସେହି ଗ୍ରୁପ୍‌ ସହ ଏମାନେ ମଧ୍ୟ ସୀମା ପାର କରିବାକୁ ଆସିଥିଲେ ବୋଲି ଅନୁମାନ କରାଯାଉଛି।”

ଏମର୍ସନ ନିକଟରେ କିଛି ଲୋକ ସୀମା ପାର କରିଥିବା ଆମେରିକା କଷ୍ଟମ୍ସ ଓ ସୀମା ସୁରକ୍ଷା ବିଭାଗ ପକ୍ଷରୁ ଆରସିଏମପିକୁ ସୂଚନା ଦିଆଯାଇଥିଲା। ଏହି ଲୋକଙ୍କ ମଧ୍ୟରେ ଥିବା ଜଣେ କିଶୋର ନିଜ ସହ ନବଜାତଙ୍କ ପାଇଁ ଦରକାର ସାମଗ୍ରୀ ଧରିଥିଲେ। ହେଲେ ସୀମା ପାର କରିଥିବା ଲୋକଙ୍କ ମଧ୍ୟରେ କୌଣସି ନବଜାତ ନଥିଲେ।

ଏହି ସୂଚନା ମିଳିବା ପରେ ସୀମାର ଉଭୟ ପାର୍ଶ୍ୱରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଅପରାହ୍ନରେ ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି, ମହିଳା ଓ ନବଜାତ ଶିଶୁର ମୃତଦେହ ମିଳିଥିଲା। ଏହାର କିଛି ସମୟରେ ଜଣେ କିଶୋରଙ୍କ ମୃତଦେହ ମଧ୍ୟକୁ ଠାବ କରାଯାଇଥିଲା। ସମସ୍ତେ ଥଣ୍ଡା ଯୋଗୁ ବରଫ ପାଲଟି ଯାଇଥିଲେ। ଏବେ ସୀମାନ୍ତ ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୩୫ ଡିଗ୍ରୀ ରହିଛି। ସେହିପରି ପ୍ରବଳ ପବନ ମଧ୍ୟ ବହୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story