ରାଗିଗଲେ ଚାଷୀ, ମାଗଣାରେ ବାଣ୍ଟିଲେ ୨୦୦ କ୍ୱିଣ୍ଟାଲ ପିଆଜ

ମୁମ୍ବାଇ: ଦାମ ହଠାତ୍‌ ହ୍ରାସ ପାଇବାରୁ ରାଗି ଯାଇଛନ୍ତି ଜଣେ ଚାଷୀ। ଏଥିପାଇଁ ସେ ନିଜ କଷ୍ଟ ଉପାର୍ଜିତ ପିଆଜକୁ ଲୋକଙ୍କ ମଧ୍ୟରେ ମାଗଣାରେ ବାଣ୍ଟି ଦେଇଛନ୍ତି। ୧୦୦ କି ୫୦୦ କେଜି ନୁହେଁ ଏକଥରେ ୨୦ ହଜାର କେଜି ବା ୨୦୦ କ୍ୱିଣ୍ଟାଲ ପିଆଜ ବାଣ୍ଟି ଚାଷୀ ଜଣଙ୍କ ସରକାରଙ୍କ ଆଗରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ବର୍ତ୍ତମାନ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପିଆଜ ଦର ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହି କାରଣରୁ […]

Onion

Onion

Hemant Lenka
  • Published: Monday, 16 May 2022
  • Updated: 16 May 2022, 10:11 PM IST

Sports

Latest News

ମୁମ୍ବାଇ: ଦାମ ହଠାତ୍‌ ହ୍ରାସ ପାଇବାରୁ ରାଗି ଯାଇଛନ୍ତି ଜଣେ ଚାଷୀ। ଏଥିପାଇଁ ସେ ନିଜ କଷ୍ଟ ଉପାର୍ଜିତ ପିଆଜକୁ ଲୋକଙ୍କ ମଧ୍ୟରେ ମାଗଣାରେ ବାଣ୍ଟି ଦେଇଛନ୍ତି। ୧୦୦ କି ୫୦୦ କେଜି ନୁହେଁ ଏକଥରେ ୨୦ ହଜାର କେଜି ବା ୨୦୦ କ୍ୱିଣ୍ଟାଲ ପିଆଜ ବାଣ୍ଟି ଚାଷୀ ଜଣଙ୍କ ସରକାରଙ୍କ ଆଗରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି

ବର୍ତ୍ତମାନ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପିଆଜ ଦର ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହି କାରଣରୁ ଚାଷୀମାନେ ସେମାନଙ୍କ କଷ୍ଟ ଉପାର୍ଜିତ ପିଆଜର ଉପଯୁକ୍ତ ମୂଲ୍ୟ ପାଉ ନାହାନ୍ତି। ସରକାର ନିରାଶ କରିବାରୁ ଏବେ ସେମାନେ ଭିନ୍ନଭିନ୍ନ ଅନ୍ଦାଜରେ ପ୍ରତିବାଦ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବୁଲଢାଣା ଜିଲ୍ଲାର ଶେଗାଓଁରେ ରହୁଥିବା ଚାଷୀ କୈଳାସ ପିମ୍ପଲଙ୍କ ସାଢ଼େ ତିନି ଏକର ଜମି ରହିଛି। ସେ ଏହା ମଧ୍ୟରୁ ଗୋଟିଏ ଏକର ଜମିରେ ପିଆଜ ଚାଷ କରିନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ସେ ପିଆଜ ଚାଷ କରିଥିଲେ ଓ ଭଲ ଉତ୍ପାଦନ ମଧ୍ୟ ହୋଇଥିଲା।

ସେ ଏକର ଜମିରେ ପିଆଜ ଚାଷ ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଆଶା ଥିଲା ଯେ ପିଆଜ ବିକ୍ରି କରି ସେ ନିଜର ମୂଳଧନ ପାଇଯିବେ। ହେଲେ ଏବେ ହଠାତ୍‌ ମାର୍କେଟରେ ପିଆଜ ଦର ହ୍ରାସ ପାଇଛି। ବଜାରରେ କେଜି ପିଛା ୪ରୁ ୫ ଟଙ୍କାରେ ପିଆଜ ବିକ୍ରି ହେଉଛି। ଫଳରେ ବ୍ୟବସାୟୀମାନେ ଚାଷୀଙ୍କ ଠାରୁ ଆହୁରି କମ ଦାମରେ ପିଆଜ କିଣୁଛନ୍ତି।

ଚାଷୀମାନେ କହିଛନ୍ତି ଯେ ସେମାନଙ୍କ ପିଆଜକୁ ସରକାରୀ ମଣ୍ତିକୁ ନେବା ପାଇଁ କୌଣସି ବ୍ୟବସ୍ଥା କରାଯାଉନି। ବ୍ୟବସାୟୀମାନେ ଉପଯୁକ୍ତ ମୂଲ୍ୟ ନ ଦେବାରୁ ଏଗୁଡ଼ିକ ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଏସବୁ ସଙ୍କଟ ଯୋଗୁ କୈଳାସ ମାଗଣାରେ ୨୦୦ କ୍ୱିଣ୍ଟାଲ ପିଆଜ ଲୋକଙ୍କୁ ବାଣ୍ଟି ଦେଇଛନ୍ତି।

ସେ ପ୍ରଥମେ ନିଜ ଘର ସାମ୍ନାରେ ପ୍ରାୟ ୨୦୦ କ୍ୱିଣ୍ଟାଲ ପିଆଜ ଗଦା କରିଥିଲେ। ଏଗୁଡ଼ିକର ଖରା ପଡ଼ିବାରୁ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଥିଲା। ତେଣୁ ସେ ଲୋକଙ୍କୁ ସବୁ ପିଆଜ ମାଗଣାରେ ନେଇ ଯିବାକୁ ଅନୁରୋଧ କରିଥିଲେ। ପ୍ରଥମେ ଲୋକମାନେ ଏହାକୁ ବିଶ୍ୱାସ କରିପାରି ନଥିଲା। କିନ୍ତୁ କୈଳାସ ବାରମ୍ବାର ଅନୁରୋଧ କରିବାରୁ ଲୋକମାନେ ମାଗଣାରେ ପିଆଜ ନେବାକୁ ଭିଡ଼ ଜମାଇ ଥିଲେ। ଏହାପରେ ଲୋକମାନେ ବସ୍ତାରେ ଭର୍ତ୍ତି କରି ପିଆଜ ବୋହିବାରେ ଲାଗିଥିଲେ। କୈଳାସ ସେଠାରେ ଉପସ୍ଥିତ ରହି ଲୋକଙ୍କୁ କେବଳ ନୀରବ ହୋଇ ଦେଖିଥିଲେ।

ଏହାର କିଛି ଦିନ ପୂର୍ବରୁ ଜିଲ୍ଲାର ଜଣେ ଚାଷୀ ପିଆଜ ଫସଲକୁ ମେଣ୍ଢା ଓ ଛେଳିମାନଙ୍କୁ ଖାଇବାକୁ ଦେଇଦେଇଥିଲେ, ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos