ସଂସଦ ଅଭିମୁଖେ ଟ୍ରାକ୍ଟର ରାଲି କରିବେନି, କିନ୍ତୁ ଆନ୍ଦୋଳନ ଜାରି ରଖିବେ ଚାଷୀ

ନୂଅଦିଲ୍ଲୀ: ସଂସଦ ଅଭିମୁଖେ ଟ୍ରାକ୍ଟର ରାଲି କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚ ନେଇଥିବା ନିଷ୍ପତ୍ତିକୁ ଆଜି ସ୍ଥଗିତ ରଖାଯାଇଛି। ଆସନ୍ତା ସୋମବାର ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ ୬୦ଟି ଟ୍ରାକ୍ଟରରେ ହଜାରେ ଚାଷୀ ସଂସଦ ଅଭିମୁଖେ ଯିବାର ଥିଲା। କିନ୍ତୁ ଆଜି ଟ୍ରାକ୍ଟର ରାଲିକୁ ପରବର୍ତ୍ତୀ ନିଷ୍ପତ୍ତି ଯାଏ ସ୍ଥଗିତ ରଖାଯାଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଟ୍ରାକ୍ଟର ରାଲି ସ୍ଥଗିତ ରହିଥିଲେ ମଧ୍ୟ ଚାଷୀମାନେ ଦିଲ୍ଲୀ ସୀମାନ୍ତରେ ନିଜର […]

Farmer

Farmer

Hemant Lenka
  • Published: Saturday, 27 November 2021
  • Updated: 27 November 2021, 03:54 PM IST

Sports

Latest News

ନୂଅଦିଲ୍ଲୀ: ସଂସଦ ଅଭିମୁଖେ ଟ୍ରାକ୍ଟର ରାଲି କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚ ନେଇଥିବା ନିଷ୍ପତ୍ତିକୁ ଆଜି ସ୍ଥଗିତ ରଖାଯାଇଛି। ଆସନ୍ତା ସୋମବାର ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ ୬୦ଟି ଟ୍ରାକ୍ଟରରେ ହଜାରେ ଚାଷୀ ସଂସଦ ଅଭିମୁଖେ ଯିବାର ଥିଲା।

କିନ୍ତୁ ଆଜି ଟ୍ରାକ୍ଟର ରାଲିକୁ ପରବର୍ତ୍ତୀ ନିଷ୍ପତ୍ତି ଯାଏ ସ୍ଥଗିତ ରଖାଯାଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଟ୍ରାକ୍ଟର ରାଲି ସ୍ଥଗିତ ରହିଥିଲେ ମଧ୍ୟ ଚାଷୀମାନେ ଦିଲ୍ଲୀ ସୀମାନ୍ତରେ ନିଜର ଆନ୍ଦୋଳନ ଜାରି ରଖିବେ। ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା, ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପାଇଁ କ୍ଷତି ପୂରଣ ଓ ଲଖିମପୁର ଖେରି ହିଂସା ଘଟଣାରେ ନ୍ୟାୟ ନ ମଳିବା ଯାଏ ଆନ୍ଦୋଳନ ବନ୍ଦ ହେବ ବୋଲି ମୋର୍ଚ୍ଚ କହିଛି। ସେହିପରି ଆସନ୍ତା ୪ ତାରିଖରେ ମୋର୍ଚ୍ଚାର ଆଉ ଏକ ବୈଠକ ବସିବ। ଏହାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ଜଣାପଡ଼ିଛି।

ଚାଷୀ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବୈଠକ ହୋଇଥିଲା। ବୈଠକ ବେଳେ ସୋମାବାର ସଂସଦ ଅଭିମୁଖେ ଯିବାକୁ ଥିବା ଟ୍ରାକ୍ଟର ରାଲି ପ୍ରସଙ୍ଗ ଉଠିଥିଲା। ତେବେ ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବାକୁ ସ୍ୱତନ୍ତ୍ର ବିଲ୍ ଆଣିବେ। ତେଣୁ ସେହିଦିନ ସଂସଦ ଅଭିମୁଖେ ଟ୍ରାକ୍ଟର ରାଲି କରିବାର ଆବଶ୍ୟକ ନାହିଁ ବୋଲି ଅନେକ ଚାଷୀ ନେତା ମତ ଦେଇଥିଲେ।

ଏହାପରେ ସର୍ବସମ୍ମତିକ୍ରମେ ଟ୍ରାକ୍ଟର ରାଲି ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏ ସମ୍ପର୍କରେ ଚାଷୀ ନେତା ଦର୍ଶନ ପାଲ ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ ପରେ ୨୯ ତାରିଖରେ ହେବାକୁ ଥିବା ଟ୍ରାକ୍ଟର ରାଲିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଏମଏସ୍‌ପି ଓ ଅନ୍ୟାନ୍ୟ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ। ଆମେ ଗୋଟିଏ ଚିଠି ଜରିଆରେ ଆମ ଦାବି ଗୁଡ଼ିକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛୁ। ଆସନ୍ତା ୪ ତାରିଖ ଯାଏ ଆମେ ଏହି ଚିଠିର ଉତ୍ତରକୁ ଅପେକ୍ଷା କରିବୁ। ଯଦି କୌଣସି ସୁଫଳ ନ ମିଳିଲା, ତା’ହେଲେ ଆନ୍ଦୋଳନର ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ସେ କହିଛନ୍ତି।

ବିକେୟୁ ନେତା ରାଜବୀର ସିଂହ ଜାଦାଉନ କହିଛନ୍ତି, “ସରକାର ଆମ ସହ ଏମଏସପି ପ୍ରସଙ୍ଗରେ ଆଲୋଚନା ନ କରିବା ଯାଏ ଆମେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛୁ। ଆନ୍ଦୋଳନ ବେଳେ ଅନେକ ଚାଷୀ ପ୍ରାଣ ହରାଇଛନ୍ତି। ଲଖିମପୁର ଖେରି ଘଟଣାରେ ଏଯାଏ ନ୍ୟାୟ ମିଳିନି। ତେଣୁ ଏସବୁ ପ୍ରସଙ୍ଗରେ ସରକାର ଆଲୋଚନା ନ କରିବା ଯାଏ ଆମେ କୁଆଡ଼େ ବି ଯିବୁନି। ସେହିପରି ଆସନ୍ତା ୪ ତାରିଖରେ ମୋର୍ଚ୍ଚା ପକ୍ଷରୁ ପୁଣି ବୈଠକ ବସିବ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।”

ଅନ୍ୟପକ୍ଷରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆନ୍ଦୋଳନରତ ଚାଷୀଙ୍କୁ ଘରକୁ ଫେରିଯିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, “୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଥିବାରୁ ଆଉ ଆନ୍ଦୋଳନ କରିବାର କୌଣସି କାରଣ ନାହିଁ। ଚାଷୀମାନେ ସେମାନଙ୍କ ବିକ୍ଷୋଭ ବନ୍ଦ କରି ଘରୁ ଚାଲି ଯିବା ପାଇଁ ମୁଁ ନିବେଦନ କରୁଛି।”

ଏହାବାଦ ଶ୍ରୀ ତୋମାର ଚାଷୀଙ୍କ ଏମଏସ୍‌ପି ଉପରେ ନିଷ୍ପତ୍ତି ନେବା ପାଇଁ ଗୋଟିଏ କମିଟି ଗଠନ କରାଯିବ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିରୋ ଫାର୍ମିଂ ଓ ଏମଏସପି ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବାକୁ କମିଟି ଗଠନ କରାଯିବ ବୋଲି କହି ସାରିଛନ୍ତି। ଏହି କମିଟି ସବୁ କିଛି ନିଷ୍ପତ୍ତି ନେବ। କମିଟିରେ ଚାଷୀ ସଂଗଠନର ପ୍ରତିନିଧି ମଧ୍ୟ ରହିବେ।”

ଚାଷୀଙ୍କ ଅନ୍ୟାନ୍ୟ ଦାବି ସମ୍ପର୍କରେ ଶ୍ରୀ ତୋମାର କହିଛନ୍ତି, ସରକାର ନଡ଼ା ଜାଳିବା ଆଉ ଅପରାଧ ନୁହେଁ ବୋଲି କହି ସାରିଛନ୍ତି। ସେହିପରି ଚାଷୀଙ୍କ ନାଁରେ ଥିବା ମାମଲା ଓ କ୍ଷତି ପୂରଣ ପ୍ରସଙ୍ଗ ହେଉଛି ରାଜ୍ୟର ବ୍ୟାପାର। ଆନ୍ଦୋଳନ ବେଳେ ରାଜ୍ୟ ସରକାରମାନେ ଚାଷୀଙ୍କ ନାଁରେ ମାମଲା କରିଥିଲେ। ଏହା ଉପରେ ନିଷ୍ପତ୍ତି ସେମାନେ ନେବେ। ରାଜ୍ୟର ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ ଅଧିକାର ସ୍ଥାନୀୟ ସରକାରର ରହିଛି ବୋଲି ଶ୍ରୀ ତୋମାର କହିଛନ୍ତି।

ତୋମାରଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ଦେଇ ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି, ଆଜି ସରକାରଙ୍କ ପକ୍ଷରୁ ଆସିଥିବା ବୟାନକୁ ଆମେ ଗ୍ରହଣ କରୁନୁ। ଆନ୍ଦୋଳନ ବେଳେ ଚାଷୀଙ୍କ ନାଁରେ ରୁଜୁ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାର ଓ ରେଳବାଇକୁ ନିର୍ଦ୍ଦେଶ ଦିଅନ୍ତୁ। ତାଙ୍କ ନିର୍ଦ୍ଦେଶ ପରେ ହିଁ ସବୁ କିଛି ସମାଧାନ ହୋଇପାରିବ ବୋଲି ମୋର୍ଚ୍ଚା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story