ଚାଷୀଙ୍କ ମହାପଞ୍ଚାୟତ ପୂର୍ବରୁ ସରକାରଙ୍କୁ ଖୋଲା ଚେତାବନୀ ଦେଲେ ରାକେଶ ଟିକାୟତ

ମୁଜାଫରନଗର: କେନ୍ଦ୍ରର ୩ଟି ଯାକ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଆସନ୍ତାକାଲି ଉତ୍ତର ପ୍ରଦେଶର ମୁଜାଫରନଗରରେ ମହାପଞ୍ଚାୟତ ଆୟୋଜନ କରିବ। ଏହି ମହାପଞ୍ଚାୟତରେ ହଜାର ହଜାର ଚାଷୀ ଯୋଗ ଦେଇ ୧୦ମାସ ହେଲା କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଘୋଷଣା କରିବେ। ସେହିପରି ଆନ୍ଦୋଳନର ଆଗାମୀ ରଣନୀତି ମଧ୍ୟ ମହାପଞ୍ଚାୟତରେ ସ୍ଥିର କରାଯିବ। ତେବେ ମହାପଞ୍ଚାୟତ ପୂର୍ବରୁ ସରକାରରଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ଭାରତୀୟ କିଷାନ ୟୁନିୟନର ନେତା […]

Rakesh-Tikat

Rakesh-Tikat

Hemant Lenka
  • Published: Saturday, 04 September 2021
  • Updated: 04 September 2021, 01:19 PM IST

Sports

Latest News

ମୁଜାଫରନଗର: କେନ୍ଦ୍ରର ୩ଟି ଯାକ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଆସନ୍ତାକାଲି ଉତ୍ତର ପ୍ରଦେଶର ମୁଜାଫରନଗରରେ ମହାପଞ୍ଚାୟତ ଆୟୋଜନ କରିବ। ଏହି ମହାପଞ୍ଚାୟତରେ ହଜାର ହଜାର ଚାଷୀ ଯୋଗ ଦେଇ ୧୦ମାସ ହେଲା କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଘୋଷଣା କରିବେ। ସେହିପରି ଆନ୍ଦୋଳନର ଆଗାମୀ ରଣନୀତି ମଧ୍ୟ ମହାପଞ୍ଚାୟତରେ ସ୍ଥିର କରାଯିବ।

ତେବେ ମହାପଞ୍ଚାୟତ ପୂର୍ବରୁ ସରକାରରଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ। ଚାଷୀଙ୍କ ମହାପଞ୍ଚାୟତରେ ହଜାର ହଜାର ଲୋକ ଯୋଗଦେବେ ବୋଲି ସେ ଦମ୍ଭୋକ୍ତି ମଧ୍ୟ କରିଛନ୍ତି। ସେ କହିଛନ୍ତି, “ମହାପଞ୍ଚାୟତରେ କେତେ ଲୋକ ଯୋଗଦେବେ, ତା’ର ନିର୍ଦ୍ଦିଷ୍ଟ ସଂଖ୍ୟା କହିବା ଅସମ୍ଭବ।

କିନ୍ତୁ ମୁଁ ନିଶ୍ଚିତ ଯେ ବିପୁଳ ସଂଖ୍ୟାରେ ଲୋକ କାଲି ଏକାଠି ହେବେ। ମହାପଞ୍ଚାୟତରେ ଚାଷୀଙ୍କ ଯୋଗଦାନକୁ କେହି ବି ଅଟକାଇ ପାରିବେନି। ଯଦି ସେମାନେ ଆମକୁ ଅଟକାଇବେ, ତା’ହେଲେ ଆମେ ଏହି ଗତିରୋଧକୁ ଭାଙ୍ଗିବୁ ଓ ମହାପଞ୍ଚାୟତରେ ପହଞ୍ଚିବୁ। ୫ ସେପ୍ଟେମ୍ବରେ ମୁଜାଫରନଗର ନଗର ଚାଷୀଙ୍କ ମହାପଞ୍ଚାୟତ ଐତିହାସିକ ହେବ। ୫ ସେପ୍ଟେମ୍ବରରେ ସମସ୍ତେ ମୁଜାଫରନଗର ଚାଲନ୍ତୁ।

ଏହି ମହାପଞ୍ଚାୟତକୁ ଉତ୍ତର ପ୍ରଦେଶ ନିର୍ବାଚନ ସହ ଲିଙ୍କ କରା ନଯାଉ। ନିର୍ବାଚନକୁ ଆହୁରି ୬ ମାସ ସମୟ ରହିଛି। ଉତ୍ତର ପ୍ରଦେଶରେ ଚାଷୀମାନେ କଷ୍ଟରେ ଜୀବନ ବିତାଉଛନ୍ତି। ବିଜୁଳି ଦର ମଧ୍ୟ ୟୁପିରେ ଅଧିକ। ୨୦୧୬ରୁ ଆଖୁ ପାଇଁ ଦର ବୃଦ୍ଧି ହୋଇନାହିଁ। କେନ୍ଦ୍ର ସରକାର କେବଳ ୫ ଟଙ୍କା ୫ ପଇସା ବୃଦ୍ଧି କରିଛନ୍ତି। କ’ଣ କେନ୍ଦ୍ର ସରକାର ଚାଷୀଙ୍କୁ ଅପମାନିତ କରିବାକୁ ଚାହୁଁଛନ୍ତି? ”


ମିଳିଥିବା ସୂଚନା ଅନୁସାରେ, କାଲିର ମହାପଞ୍ଚାୟତରେ ପଞ୍ଜାବରୁ ପ୍ରାୟ ୨ ହଜାର ଚାଷୀ ଯୋଗଦେବେ। ଏହି ଚାଷୀମାନେ ଆଜି ସନ୍ଧ୍ୟା ୪ଟାରେ ଅମୃତସର, ୫ଟାରେ ଲୁଧିଆନା ଓ ୬ଟାରେ ଜଲନ୍ଧରରୁ ଏକ୍ସପ୍ରେସ ଟ୍ରେନ ଯୋଗେ ମୁଜାଫରନଗରରେ ପହଞ୍ଚିବେ। ସେହିପରି ଦିଲ୍ଲୀର ବିଭିନ୍ନ ସୀମାରେ ଦୀର୍ଘ ୧୦ ମାସ ହେଲା ଆନ୍ଦୋଳଦନ କରୁଥିବା ଚାଷୀଙ୍କ ମଧ୍ୟରୁ ୪୦୦ରୁ ୫୦୦ ଜଣ ମଧ୍ୟ କାଲି ମୁଜାଫରନଗର ଯିବେ।

ଆନ୍ଦୋଳନସ୍ଥଳରୁ ଶୁକ୍ରବାର ୨ଟି ବସ୍‌ ଚାଷୀଙ୍କୁ ନେଇ ବାହାରିଥିବା ବେଳେ ଆଜି ସକାଳୁ ଆଉ ଦୁଇଟି ବସରେ ଚାଷୀମାନେ ମୁଜାଫରନଗର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେହିପରି ଅପରାହ୍ନ ୪ଟାରେ ଆଉ ୨ଟି ବସ୍‌ ମଧ୍ୟ ମହାପଞ୍ଚାୟତ ପାଇଁ ଚାଷୀଙ୍କୁ ନେଇ ଯାତ୍ରା କରିବ। ଚାଷୀଙ୍କୁ ମୁଜାଫରନଗର ନେବା ପାଇଁ ପ୍ରାୟ ୫୦୦ ବସ୍‌ ଭଡ଼ା କରାଯାଇଛି।

ଚାଷୀଙ୍କୁ ଠିକ ଭାବେ ସଭାସ୍ଥଳରେ ପହଞ୍ଚାଇବା ପାଇଁ ୫ ହଜାର ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ସେମାନେ ଚାଷୀଙ୍କୁ ଉପଯୁକ୍ତ ପରିଚୟପତ୍ର ପ୍ରଦାନ କରିବେ। ଚାଷୀଙ୍କ ପାଇଁ ୧୨ରୁ ୧୪ଟି ସ୍କ୍ରିନର ବ୍ୟବସ୍ଥା ହୋଇଥିବା ବେଳେ ୪ରୁ ୫ଟି ପଡ଼ିଆ ବୁକ୍‌ କରାଯାଇଛି। ମୁଜାଫରନଗର ମହାପଞ୍ଚାୟତରେ ଚାଷୀମାନେ ମିଶନ ୟୁପି ସମ୍ପର୍କରେ ଘୋଷଣା କରିପାରନ୍ତି। ଉତ୍ତର ପ୍ରଦେଶରେ ଚାଷୀମାନେ ୧୮ଟି ମହାପଞ୍ଚାୟତ ଆୟୋଜନ କରିବେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos