କଶ୍ମୀର ପଣ୍ଡିତ ଫେରିବା ପାଇଁ ଠିକ୍‌ ସମୟ ଆସିନି: ଫାରୁକ୍ ଅବଦ୍ଦୁଲା

କଶ୍ମୀର: ବିଜେପି ଉପରେ ବର୍ଷିଲେ ନ୍ୟାସନାଲ କନଫରେନ୍ସର ନେତା ଫାରୁକ୍ ଅବଦୁଲ୍ଲା । ଧର୍ମ ଆଧାରରେ ଦେଶକୁ ବିଜେପି ବାଣ୍ଟୁଛି ବୋଲି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁ ଫାରୁକ୍ ଅବଦୁଲ୍ଲାଲା  କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆତଙ୍କବାଦୀ ଦ୍ୱାରା କେବଳ ହିନ୍ଦୁ ନୁହନ୍ତି ମୁସଲମାନ ମାନେ ମଧ୍ୟ ପ୍ରାଣ ହରାଉଛନ୍ତି। କଶ୍ମୀର ପଣ୍ଡିତମାନେ ଉପତ୍ୟାକାକୁ  ଫେରିବା ପାଇଁ ବର୍ତ୍ତମାନ ଅନୁକୂଳ ସମୟ ନୁହେଁ ବୋଲି ସେ କହିଛନ୍ତି । ଜମ୍ମୁ କଶ୍ମୀରରୁ ଧାରା […]

faruk

faruk

Tapas Behera
  • Published: Saturday, 23 October 2021
  • Updated: 23 October 2021, 06:40 PM IST

Sports

Latest News

କଶ୍ମୀର: ବିଜେପି ଉପରେ ବର୍ଷିଲେ ନ୍ୟାସନାଲ କନଫରେନ୍ସର ନେତା ଫାରୁକ୍ ଅବଦୁଲ୍ଲା । ଧର୍ମ ଆଧାରରେ ଦେଶକୁ ବିଜେପି ବାଣ୍ଟୁଛି ବୋଲି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁ ଫାରୁକ୍ ଅବଦୁଲ୍ଲାଲା  କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆତଙ୍କବାଦୀ ଦ୍ୱାରା କେବଳ ହିନ୍ଦୁ ନୁହନ୍ତି ମୁସଲମାନ ମାନେ ମଧ୍ୟ ପ୍ରାଣ ହରାଉଛନ୍ତି। କଶ୍ମୀର ପଣ୍ଡିତମାନେ ଉପତ୍ୟାକାକୁ  ଫେରିବା ପାଇଁ ବର୍ତ୍ତମାନ ଅନୁକୂଳ ସମୟ ନୁହେଁ ବୋଲି ସେ କହିଛନ୍ତି ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଜମ୍ମୁ କଶ୍ମୀର ପରିର୍ଶନରେ ଯାଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ପରିପ୍ରେକ୍ଷୀରେ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ୩୭୦ ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ  ସରକାର କଶ୍ମୀରରେ ଶାନ୍ତି ଫେରାଇ ଆଣିପାରିବେ ନାହିଁ ବୋଲି  ସେ କହିଛନ୍ତି।  ବର୍ତ୍ତମାନ ଭ୍ୟାଲିରେ ଘଟୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଧାରା ୩୭୦ ଉଚ୍ଛେଦ ପରେ ନିୟମିତ ଭାବେ ଏଭଳି ଅସ୍ଥିରତା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।

୨୦୧୯ ଅଗଷ୍ଟରେ ଧାରା ୩୭୦ ରଦ୍ଦ କରାଯାଇଥିଲା।। ଯାହା ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟାରୁ  ବଞ୍ଚିତ କରିଥିଲା। ସେହିପରି ପଥର ଫିଙ୍ଗା ଘଟଣାକୁ  ନେଇ  ୯୦୦ ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିବାରୁ ଏହାକୁ ବିରୋଧ କରିଥିଲେ ଫାରୁକ୍ ଅବଦୁଲ୍ଲା ।

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପତ୍ୟକାକୁ ତିନି ଦିନିଆ ଗସ୍ତ ସମୟରେ ଅମିତ ଶାହଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ଅଛି କି ବୋଲି ପ୍ରଶ୍ନ ହେବାରୁ ଫାରୁକ୍ ଅବଦୁଲ୍ଲା ହଁ ଭରିଥିଲେ। ସେ କହିଥିଲେ ଯେ, ସରକାର ମୋ ସହ ଯୋଗାଯୋଗ କରିଥିଲେ। ଅମିତ ଶାହ ମୋ ସହ ଭେଟିବାକୁ ଚାହୁଁଛନ୍ତି। କିନ୍ତୁ ମୁଁ ମନାକରିଦେଇଥିଲି ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos