ମା’ ଚାଷ ଜମିକୁ ଗଲା ପରେ ପଶୁ ପାଲଟି ଯାଉଥିଲା ବାପା
ଭୋପାଲ: ରକ୍ଷକ ସାଜିଲା ଭକ୍ଷକ। ଲାଳନ ପାଳନ କରୁଥିବା ବାପା ଭୁଲିଗଲା ମଣିଷ ପଣିଆ। ସବୁ ସୀମା ଟପି ପାଲଟିଗଲା ପଶୁ। ନିଜ ଦୁଇ ଝିଅ ସହ କରୁଥିଲା ଦୁଷ୍କର୍ମ। ଏଭଳି ଏକ ଅଭବାନୀୟ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଗୁନା ଜିଲ୍ଲାରୁ।
ଗୁନା ଜିଲ୍ଲାର ମ୍ୟାନା ଥାନା ଅଞ୍ଚଳ ନାକଟିଦେବୀ ଗାଁରେ କଳିଯୁଗ ବାପାର ଏହି କ୍ରୁର କାରନାମା ସାମ୍ନାକୁ ଆସିଛି। ସ୍ତ୍ରୀ କାମକୁ ଗଲା ପରେ ବାପା ପଶୁ ପାଲଟି ଯାଇ ନିଜ ଦୁଇ ଝିଅ ସହ ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ କ୍ରୁର ବାପାକୁ ଗିରଫ କରିଛି।
ସୂଚନା ମୁତାବକ, ସ୍ତ୍ରୀ ଚାଷ ଜମିକୁ କାମକୁ ଗଲା ପରେ ଏହି ଦୁଷ୍କର୍ମକାରୀ ବାପା ମଦ ପିଇ ନିଜ ଦୁଇ ଝିଅର ଶୋଷଣ କରୁଥିଲା। ତେବେ ଏହି ଶୋଷଣ ଥରେ କି ଦୁଇ ଥର ନୁହେଁ ବର୍ଷ ବର୍ଷ ଧରି ଚାଲିଥିଲା। ବାପାର ଏଭଳି ଅତ୍ୟଚାର ଅସହ୍ୟ ହେବା ପରେ ଏନେଇ ଦୁଇ ତାଙ୍କ ମା’ଙ୍କୁ ଜଣାଇଥିଲେ। ପରେ ଖବର ସାମ୍ନାକୁ ଆସିଥିଲା। ଗାଁରେ ପଞ୍ଚାୟତ ବସାଇ ଏହି ମାମଲାରୁ ରଫା ଦଫା କରିବା ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳିନଥିଲା।
ତାଗିଦ ପରେ ମଧ୍ୟ ଏହି ଦୁଷ୍କର୍ମକାରୀ ବାପା ପୁଣି ଥରେ ନିଜ ଦୁଇ ଝିଅଙ୍କୁ ଯୌନ ଶୋଷଣ କରିଥିଲା। ଏହାପରେ ୨ ପୀଡିତା ଝିଅ ନିଜ ମା’ ସହ ଥାନାକୁ ଯାଇ ମାମଲା ରୁଜୁ କରିଥିଲେ। ଅଭିଯୋଗ ପୁରେ ପୁଲିସ ଉକ୍ତି ଅଭିଯୁକ୍ତ ବାପାକୁ ଗିରଫ କରିଛି। ସେପଟେ ଦୁଇ ପୀଡିତା ଝିଅଙ୍କ ପୁଲିସ କାଉନସିଲିଂ କରି ଡାକ୍ତରୀ ମଇନା ପାଇଁ ପଠାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।