କରୋନା ଲଢ଼େଇରେ ସାମିଲ ହେବେ ଡାକ୍ତରୀ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ରଣନୀତି ବଦଳାଇଛନ୍ତି ସରକାର। ଏଣକି ଭାରତର କରୋନା ଡ୍ୟୁଟିରେ ଏମବିବିଏସ୍‌ ଶେଷ ବର୍ଷର ଶିକ୍ଷାର୍ଥୀ ସାମିଲ ହେବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦେଶର କରୋନା ସ୍ଥିତି ଓ ଏହାର ମୁକାବିଲାର ପଦକ୍ଷେପ ସଂକ୍ରାନ୍ତରେ ଏକ ବୈଠକ ବସିଥିଲା। ବୈଠକରେ କରୋନା ଲଢ଼େଇରେ ମେଡିକାଲ ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ, ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। […]

MBBS

MBBS

Hemant Lenka
  • Published: Sunday, 02 May 2021
  • Updated: 02 May 2021, 02:43 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ରଣନୀତି ବଦଳାଇଛନ୍ତି ସରକାର। ଏଣକି ଭାରତର କରୋନା ଡ୍ୟୁଟିରେ ଏମବିବିଏସ୍‌ ଶେଷ ବର୍ଷର ଶିକ୍ଷାର୍ଥୀ ସାମିଲ ହେବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦେଶର କରୋନା ସ୍ଥିତି ଓ ଏହାର ମୁକାବିଲାର ପଦକ୍ଷେପ ସଂକ୍ରାନ୍ତରେ ଏକ ବୈଠକ ବସିଥିଲା।

ବୈଠକରେ କରୋନା ଲଢ଼େଇରେ ମେଡିକାଲ ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ, ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ସଂକ୍ରମଣ ବଢ଼ୁଥିବାରୁ ଆବଶ୍ୟକ ମାନବ ସମ୍ବଳ ନଥିବା ବୈଠକରେ ଆଲୋଚନା ହୋଇଥିଲା।

ଏହାପରେ ମେଡିକାଲ ପାଠ୍ୟକ୍ରମର ଫାଇନାଲ ଇୟର ଶିକ୍ଷାର୍ଥୀଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି। ସୂତ୍ର ଅନୁସାରେ, ମେଡିକାଲ ଓ ନର୍ସିଂ ପାଠ୍ୟକ୍ରମରେ ପାସ୍‌ କରିଥିବା ଶିକ୍ଷାର୍ଥୀ ଓ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ କରୋନା ଡ୍ୟୁଟିରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ଆସନ୍ତାକାଲି ପ୍ରକାଶ ପାଇବ। ଯେଉଁମାନେ କୋଭିଡ ଡ୍ୟୁଟି କରୁଛନ୍ତି, ସେମାନଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ମିଳିବ। ସେମାନଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯିବ।

ଦିନକୁ ଦିନ ଦେଶର ବିଭିନ୍ନ ପ୍ରାନ୍ତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଡାକ୍ତର ଓ ନର୍ସଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ସେମାନେ ନିରବଚ୍ଛିନ୍ନ କାମ କରି କରି ଅସହଜ ମଧ୍ୟ ଅନୁଭବ କରୁଛନ୍ତି। ଏହି କାରଣରୁ ସରକାର ମେଡିକାଲ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ କୋଭିଡ ଡ୍ୟୁଟିରେ ସାମିଲ କରିବାକୁ ଚାହୁଁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos