ସାଂସଦ ସଞ୍ଜୟ ରାଉତଙ୍କ ନାଁରେ ଏଫଆଇଆର

ମୁମ୍ବାଇ: ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ରୁଜୁ ହୋଇଛି ଏଫଆଇଆର। ଟିଭି ଇଣ୍ଟରଭ୍ୟୁ ବେଳେ ସେ ବିଜେପି ନେତାଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ବିଜେପି ପକ୍ଷରୁ ତାଙ୍କ ନାଁରେ ଏଫଆଇଆର ଦିଆଯାଇଛି। ତେବେ ସଞ୍ଜୟ ରାଉତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ସେ ପ୍ରୟୋଗ କରିଥିବା ଶବ୍ଦର ଅର୍ଥ ନିର୍ବୋଧ ବୋଲି କହିଛନ୍ତି। ସେ କହିଛନ୍ତି, ‘‍‘ମୁଁ ଗୋଟିଏ ଶବ୍ଦ ବ୍ୟବହାର କରିଥିବାରୁ ମୋ ନାଁରେ ଏଫଆଇଆର […]

sanjya-raut

sanjya-raut

Hemant Lenka
  • Published: Monday, 13 December 2021
  • Updated: 13 December 2021, 01:30 PM IST

Sports

Latest News

ମୁମ୍ବାଇ: ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ରୁଜୁ ହୋଇଛି ଏଫଆଇଆର। ଟିଭି ଇଣ୍ଟରଭ୍ୟୁ ବେଳେ ସେ ବିଜେପି ନେତାଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ବିଜେପି ପକ୍ଷରୁ ତାଙ୍କ ନାଁରେ ଏଫଆଇଆର ଦିଆଯାଇଛି। ତେବେ ସଞ୍ଜୟ ରାଉତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ସେ ପ୍ରୟୋଗ କରିଥିବା ଶବ୍ଦର ଅର୍ଥ ନିର୍ବୋଧ ବୋଲି କହିଛନ୍ତି।

ସେ କହିଛନ୍ତି, ‘‍‘ମୁଁ ଗୋଟିଏ ଶବ୍ଦ ବ୍ୟବହାର କରିଥିବାରୁ ମୋ ନାଁରେ ଏଫଆଇଆର ହୋଇଛି। ହେଲେ ମୁଁ ପ୍ରୟୋଗ କରିଥିବା ଶବ୍ଦର ଅର୍ଥ ହେଲା ନିର୍ବୋଧ। ଏହା ସତ୍ତ୍ୱେ ମୋ ନାଁରେ ମାମଲା କରାଯାଉଛି। ଏପରି କରି ବିଜେପି କେବଳ ମୋ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଛି। ବିଜେପି ନେତାମାନେ ଅନେକ ଥର ମହିଳା ନେତ୍ରୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିବାର ନଜିର ରହିଛି। ହେଲେ ଆମେ କେବେ ଏପରି ଏଫଆଇଆର ରୁଜୁ ହେବା କଥା ଶୁଣିନୁ।”

ପିଟିଆଇରେ ପ୍ରକାଶିତ ଖବର ଅନୁଯାୟୀ, ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଦୀପ୍ତି ରାୱତ ଭରଦ୍ୱାଜଙ୍କ ଅଭିଯୋଗକ୍ରମେ ଦିଲ୍ଲୀ ପୁଲିସ୍ ଡିସେମ୍ବର ୯ରେ ସଞ୍ଜୟ ରାଉତଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଦୀପ୍ତିଙ୍କ ଅଭିଯୋଗ ଅନୁଯାୟୀ, ଡିସେମ୍ବର ୯ରେ ସଞ୍ଜୟ ରାଉତ ଗୋଟିଏ ମରାଠୀ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ସେ ବିଜେପିର ମହିଳା ନେତ୍ରୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିବା ସହ ସେମାନଙ୍କୁ ଧମକ ଦେଇଥିଲେ।

ଏପରି କି ସେ ବିଜେପି ନେତା ଓ କର୍ମୀମାନଙ୍କୁ ପୋତି ଦେବେ ବୋଲି କହିଥିଲେ। ତେଣୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ବିଜେପି ଓ ଶିବସେନା ମଧ୍ୟରେ ରାଜନୀତିକ ବାଦବିବାଦ ଲାଗି ରହିଛି। ଅନେକ ସମୟରେ ଉଭୟ ଦଳର ନେତା ପରସ୍ପରକୁ ଟାର୍ଗେଟ କରୁଛନ୍ତି। ସଞ୍ଜୟ ରାଉତ କଂଗ୍ରେସ ସହ ମିଶି ବିଜେପି ବିରୋଧରେ ରଣନୀତି କରୁଥିବା ବେଳେ ତାଙ୍କ ନାଁରେ ହଠାତ୍ ଦିଲ୍ଲୀରେ ଏଫଆଇଆର ରୁଜୁ ହେବା ନୂଆ ବିବାଦ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos