ହସ୍ପିଟାଲରେ ବଡ଼ଧରଣର ଅଗ୍ନିକାଣ୍ଡ, ସବୁ ରୋଗୀ ସୁରକ୍ଷିତ ସ୍ଥାନାନ୍ତର
ଚେନ୍ନାଇ: ବୁଧବାର ଚେନ୍ନାଇର ରାଜୀବ ଗାନ୍ଧି ସରକାର ହସପିଟାଲର ଟାୱାର-୨ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଏନଆଇ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ତେବେ ଉକ୍ତ ଟାୱାରରୁ ସବୁ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥନାନ୍ତର କରାଯାଇଥିବା ଜଣାପଡ଼ିଛି। ହସପିଟାଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଗ୍ନଶମବାହିନୀ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ପ୍ରଥମରୁ ରୋଗୀଙ୍କୁ ହସପିଟାଲ ବାହାରକୁ ସ୍ଥାନାନ୍ତର କରିବା ଅଗ୍ନଶମ ବାହିନୀକୁ ବହୁ କଷ୍ଟକର ହୋଇଥିଲା।
Tamil Nadu | Fire breaks out at Chennai’s Rajiv Gandhi Government Hospital. Several fire tenders reach the spot. Further details awaited pic.twitter.com/dgGhTQvj84
— ANI (@ANI) April 27, 2022
କାରଣ ନିଆଁ ଲାଗିବା ଯୋଗୁ ହସପିଟାଲ ଭିତରେ ଧୂଆଁମୟ ହୋଇ ଥିଲା। ତାମିଲନାଡ଼ୁର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଜେ. ରାଧାକ୍ରିଷ୍ଣନନଙ୍କ ଅନୁଯାୟୀ, ହସପିଟାଲର ପୁରୁଣା ବିଲଡିଂରେ ନିଆଁ ଲାଗିଥିଲା। ତେବେ ଟାୱାର-୨ର ୩ଟି ବ୍ଲକ ସମ୍ପୂର୍ଣ୍ଣ ନିରାପଦ ଅଛି।
ଏହି ୩ଟି ବ୍ଲକ ନିଆଁର ବିପଦରୁ ବର୍ତ୍ତି ଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ସୂଚନା ଆସି ନାହିଁ। ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହସପିଟାଲର ଷ୍ଟୋର ରୁମରୁ ଅଗ୍ନିକାଣ୍ଡ ଘଟିଛି। ଯେଉଁଠି ଅକ୍ସିଜେନ୍ ସିଲିଣ୍ଡର ଷ୍ଟକ ରହିଛି। ତେବେ ସେଇ ସିଲଣ୍ଡରୁ ମଧ୍ୟରୁ ଗୋଟିଏ ବିସ୍ଫୋରଣ ଘଟିଥିବା କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।