ରାହୁଲ ଗାନ୍ଧିଙ୍କୁ ଅଭିଯୋଗ କଲେ ମହିଳା, ଭୁଲ ଅନୁବାଦ କରି ପ୍ରଶଂସା କରୁଥିବା କହିଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ବିବାଦରେ ଫସିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଆଗରେ ଜଣେ ମହିଳା ତାମିଲ ଭାଷରେ ସରକାରଙ୍କ ଦୋଷ ତ୍ରୁଟି ସମ୍ପର୍କରେ ଅଭିଯୋଗ କରିଥିଲେ। ହେଲେ ଏହାକୁ ରାହୁଲଙ୍କୁ ବୁଝାଇବା ପାଇଁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ଇଂରାଜୀରେ ଅନୁବାଦ କରିଥିଲେ। ରାହୁଲ ଯେତେବେଳେ ପଚାରିଥିଲେ ମହିଳା ଜଣଙ୍କ କ’ଣ କହୁଛନ୍ତି, ଏହାର ଉତ୍ତରେ ନାରାୟଣସାମୀ ମିଛ କଥା କହିଥିଲେ। ସେ କହିଥିଲେ ଯେ ମହିଳା ଜଣଙ୍କ ତାଙ୍କ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି। […]

Rahul1

Rahul1

Hemant Lenka
  • Published: Wednesday, 17 February 2021
  • Updated: 17 February 2021, 08:29 PM IST

Sports

Latest News

ପୁଡୁଚେରୀ: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ବିବାଦରେ ଫସିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଆଗରେ ଜଣେ ମହିଳା ତାମିଲ ଭାଷରେ ସରକାରଙ୍କ ଦୋଷ ତ୍ରୁଟି ସମ୍ପର୍କରେ ଅଭିଯୋଗ କରିଥିଲେ। ହେଲେ ଏହାକୁ ରାହୁଲଙ୍କୁ ବୁଝାଇବା ପାଇଁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ଇଂରାଜୀରେ ଅନୁବାଦ କରିଥିଲେ।

ରାହୁଲ ଯେତେବେଳେ ପଚାରିଥିଲେ ମହିଳା ଜଣଙ୍କ କ’ଣ କହୁଛନ୍ତି, ଏହାର ଉତ୍ତରେ ନାରାୟଣସାମୀ ମିଛ କଥା କହିଥିଲେ। ସେ କହିଥିଲେ ଯେ ମହିଳା ଜଣଙ୍କ ତାଙ୍କ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି।

ଏହାର ଭିଡିଓ ସାମ୍ନାକୁ ଆସିବା ପରେ ପୁଡୁଚେରୀ ବିଜେପି ମୁଖ୍ୟମନ୍ତ୍ରୀ ନାରାୟଣସାମୀଙ୍କୁ ଘେରିଛି। ରାହୁଲ ଗାନ୍ଧି ଆଜି ସୋଲାଇ ନଗର ଯାଇ ସେଠାରେ ରହୁଥିବା ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଥିଲେ। ଲୋକମାନେ ସ୍ଥାନୀୟ ଭାଷରେ ରାହୁଲଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ କହୁଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ଇଂରାଜୀରେ ଅନୁବାଦ କରୁଥିଲେ।

ଏହି ସମୟରେ ଜଣେ ମହିଳା ମତ୍ସ୍ୟଜୀବୀ ବାତ୍ୟା ବେଳେ ସ୍ଥାନୀୟ ସରକାର କିମ୍ବା ମୁଖ୍ୟମନ୍ତ୍ରୀ ତାଙ୍କ ଅଞ୍ଚଳକୁ ଆସି ନଥିଲେ। ଏପରି କି କୌଣସି ପ୍ରକାରର ରିଲିଫ ସାମଗ୍ରୀ ଦେଇ ନଥିଲେ ବୋଲି ରାହୁଲଙ୍କ ଆଗରେ ଅଭିଯୋଗ କରିଥିଲେ। ହେଲେ ନାରାୟଣସାମୀ ଏହି କଥାକୁ ଭୁଲ ଭାବେ ଅନୁବାଦ କରି ରାହୁଲଙ୍କୁ ବୁଝାଇଥିଲେ।

ସେ କହିଥିଲେ ଯେ ମହିଳା ଜଣଙ୍କ ବାତ୍ୟା ବେଳେ ସରକାର ଉପଯୁକ୍ତ ସହଯୋଗ କରିଥିବା କଥା କହୁଛନ୍ତି। ଏଥିସହ ମୁଁ ନିଜେ ସ୍ଥାନୀୟ ଅଞ୍ଚଳକୁ ଯାଇ ସମସ୍ତଙ୍କୁ ରିଲିଫ ଦେଇଛି ବୋଲି ମହିଳା ଜଣଙ୍କ କହୁଛନ୍ତି। ବିଜେପି ନେତା ସିଟି ରବି ଏହାର ଭିଡିଓକୁ ମଧ୍ୟ ଟ୍ୱିଟରରେ ପୋଷ୍ଟ କରିଛନ୍ତି।


ଏହାକୁ ନେଇ ବିବାଦ ବଢ଼ିବାରୁ ନାରାୟଣସାମୀଙ୍କୁ ଏ ବିଷୟରେ ପଚରା ଯାଇଥିଲା। ସେ କହିଛନ୍ତି, ”ମୁଁ କୌଣସି ପ୍ରକାରର ଭୁଲ ଅନୁବାଦ କରିନାହିଁ। ଆପଣମାନେ କାହିଁକି ଏମିତି ପ୍ରଶ୍ନ କରୁଛନ୍ତି?” ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ଆଜି ଠାରୁ ଦୁଇ ଦିନିଆ ପୁଡୁଚେରୀ ଗସ୍ତ କରିଛନ୍ତି। ଆସନ୍ତା ମାସରେ ଏଠାରେ ନିର୍ବାଚନ ହେବାର ଅଛି। ଏହାକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧି ସେଠାକୁ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos