ଗୋଖାଦ୍ୟ ଦୁର୍ନୀତି: ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ

ରାଞ୍ଚି: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି।  ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କଲେ ଝାଡ଼ଖଣ୍ଡ ହାଇକୋର୍ଟ । ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ତେବେ ଏଥିପାଇଁ ୧୦ ଲକ୍ଷ ଟଙ୍କା ଜରିମାନା ଓ ୧ ଲକ୍ଷର ବେଲ୍ ବଣ୍ଡ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଲାଲୁଙ୍କ ଓକିଲ । ଜାମିନ ମିଳିବା ପରେ ଖୁବ୍‌ଶୀଘ୍ର ଜେଲରୁ ମୁକୁଳିବେ ଲାଲୁ ପ୍ରସାଦ । ଗତ […]

lalu-jadav

lalu-jadav

Tapas Behera
  • Published: Friday, 22 April 2022
  • Updated: 22 April 2022, 09:31 PM IST

Sports

Latest News

ରାଞ୍ଚି: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି।  ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କଲେ ଝାଡ଼ଖଣ୍ଡ ହାଇକୋର୍ଟ । ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ତେବେ ଏଥିପାଇଁ ୧୦ ଲକ୍ଷ ଟଙ୍କା ଜରିମାନା ଓ ୧ ଲକ୍ଷର ବେଲ୍ ବଣ୍ଡ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଲାଲୁଙ୍କ ଓକିଲ । ଜାମିନ ମିଳିବା ପରେ ଖୁବ୍‌ଶୀଘ୍ର ଜେଲରୁ ମୁକୁଳିବେ ଲାଲୁ ପ୍ରସାଦ । ଗତ ଫେବ୍ରୁଆରି ୨୧ରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ଲାଲୁଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ ।

ଲାଲୁ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିବା ବେଳେ ବେଆଇନ ଭାବେ ଡୋରଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ଉଠାଣ କରିଥିଲା। ଗୋ-ଖାଦ୍ୟ ଦୁର୍ନୀତିର ଏହା ଏକ ଅଂଶବିଶେଷ। ପୂର୍ବରୁ ଗୋ-ଖାଦ୍ୟ ଦୁର୍ନୀତି ସହ ଜଡ଼ିତ ଆଉ ୪ଟି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗିଛନ୍ତି। ନିକଟରେ ଅସୁସ୍ଥତା କାରଣରୁ ତାଙ୍କୁ ଜାମିନ ମିଳିଥିଲା। ଫେବୃଆରୀ ୧୫ରେ ଲାଲୁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ପାଟନାରୁ ରାଞ୍ଚ ଜେଲ ହସ୍ପିଟାଲକୁ ନିଆ ଯାଇଥିଲା। ସେ ଏବେ ସେହିଠାରେ ହିଁ ରହିଛନ୍ତି। ପୂର୍ବରୁ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିବା ୪ଟି ଗୋଖାଦ୍ୟ ଦୁର୍ନୀତି ମାମଲାରେ ତାଙ୍କୁ କୋର୍ଟ ପ୍ରାୟ ୧୪ ବର୍ଷର ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିସସ ତାଙ୍କ ଉପରେ ଏକ କୋଟି ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଥିଲା।

ଏବେ ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୩୫ କୋଟି ଟଙ୍କା ହେରଫେର ମାମଲାରେ ରାଞ୍ଚିର ସିବିଆଇ କୋର୍ଟ ତାଙ୍କୁ ୫ ବର୍ଷର ଜେଲଦଣ୍ଡ ଦେଇଛନ୍ତି। ଏହି ମାମଲାରେ ଲାଲୁଙ୍କୁ ମିଶାଇ ପ୍ରାୟ ୧୭୦ ଜଣ ଅଭିଯୁକ୍ତ ଥିଲେ। କିନ୍ତୁ ଶୁଣାଣି ସମୟରେ ୫୫ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି।

୭ ଜଣ ସରକାରୀ ସାକ୍ଷୀ ହୋଇଯାଇ ଥିବା ବେଳେ ୬ ଜଣ ଏଯାଏ ଫେରାର ଅଛନ୍ତି। ସେହିପରି ୨ ଜଣ ସେମାନଙ୍କ ଦୋଷ ସ୍ୱୀକାର କରି ସାରିଛନ୍ତି। ଲାଲୁଙ୍କୁ ମିଶାଇ ବାକି ୯୯ ଜଣଙ୍କୁ କୋର୍ଟ ଗତ ସପ୍ତାହରେ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୦୧ରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜଶିଟ ଦାଖଲ କରାଯାଇଥିଲା ଓ ୨୦୦୫ରେ ଚାର୍ଜଫ୍ରେମ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos