ଦାଉଦଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା

ମୁମ୍ବାଇ: କୁଖ୍ୟାତ୍‌ ଡନ୍‌ ଦାଉଦ ଇବ୍ରାହିମଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା। ଏମିତି କିଛି ବଡ଼ ଅକାରର ଆର୍ଥିକ ପୁରସ୍କାର ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ। କେବଳ ଦାଉଦ ନୁହଁ ତାଙ୍କ ସହଯୋଗୀଙ୍କ ନାମରେ  ପୁରସ୍କାର ଘୋଷଣା କରିଛି ଏନଆଇଏ।  ଅନ୍ତର୍ଜାତୀୟ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କ ନୂଆ ଫଟୋ ଜାରି କରି ଏହି ସୂଚନା ଦେଇଛି ଏନଆଇଏ।  ସେହିପରି ଦାଉଦ୍ ଇବ୍ରାହିମଙ୍କ ଘନିଷ୍ଠ ସହଯୋଗ  ଛୋଟା ସକିଲଙ୍କ ନାମରେ ଏନଆଇଏ ୨୦ ଲକ୍ଷ ଟଙ୍କା ଘୋଷଣା କରିଛି। ଅନ୍ୟମାନଙ୍କ ମଧ୍ୟରେ ଅନିଜ୍‌ ଇବ୍ରାହିମ୍‌,  ଜାଭେଦ ଚିକିନା ଏବଂ ଟାଇଗର ମେମନଙ୍କ ନାମରେ ୧୫ ଲକ୍ଷ ଟଙ୍କା ଘୋଷଣା କରାଯାଇଛି। ଏକ ବୟାନ ଜାରି କରି ଏନଆଇଏ କହିଛି ଯେ,  ଅନ୍ତର୍ଜାତୀୟ ଆତଙ୍କବାଦୀ  ସଙ୍ଗଠନ ଲସ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ ଏବଂ ଅଲକାଏଦା ସହ ମିଶି କାମ କରୁଛି।  ଗତ ବର୍ଷ ଦାଉଦ ଇବ୍ରାହିମଙ୍କ ସମ୍ପର୍କରେ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ନିଜର ମତ ରଖିଥିଲା ୧୯୯୩ ମୁମ୍ବା ବ୍ଲାଷ୍ଟର ମୁଖ୍ୟ କାର୍ପଟଦାର ଦାଉଦ୍‌ ପଡ଼ୋଶୀ ଦେଶରେ ଆରାମରେ ରହୁଥିବା ଭାରତ କହିଥିଲା।

ଦାଉଦ ଇବ୍ରାହିମଙ୍କ ଡି କମ୍ପାନୀ ହେଉଛି ଏକ ସଙ୍ଗଠିତ କ୍ରାଇମ ସିଣ୍ଡିକେଟ। ଯେଉଁ କମ୍ପାନୀ  ସୁନା ତଥା ନକଲି ମୁଦ୍ରା ଚୋରା ଚାଲାଣ କରି ପରବର୍ତ୍ତୀ ସମୟରେ ଏକ ଆତଙ୍କବାଦୀ ସଙ୍ଗଠନରେ ପରିଣତ ହୋଇଥିଲା। ୧୯୯୩ରେ ମୁମ୍ବାଇରେ  ସିରିଜ୍‌ ବୋମା ବିସ୍ଫୋରଣ କରି ଚର୍ଚ୍ଚାକୁ ଆସିଥିଲେ ଦାଉଦ୍‌। ଏହି ବିସ୍ଫୋରଣରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିସହ କୋଟି କୋଟି ଟଙ୍କାର ସମ୍ପତି ନଷ୍ଠ ହୋଇଥିଲା।

ଏହି ହାଇପ୍ରୋଫାଇଲ ଅପରାଧ ପଛର ମାଷ୍ଟର ମାଇଣ୍ଡ ଥିଲା ଦାଉଦ୍‌। ମୁମ୍ବାଇ ସହରର ପ୍ରାୟ ୧୨ଟି ସ୍ଥାନରେ ହୋଇଥିଲା ବ୍ଲାଷ୍ଟ। ଏହି ଭୟଙ୍କର ବିସ୍ଫୋରଣରେ ୨୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦ ଜଣ ଆହତ ହୋଇଥିଲେ। ଏହା ପରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଦାଉଦ ଇବ୍ରାହିମଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀର ଆଖ୍ୟା ଦିଆଯାଇଥିଲା। ସେବେଠାରୁ ଦାଉଦ୍‌ ଭାରତରୁ ଖସିଯାଇ ପାକିସ୍ତାନରେ ରହି ଆସୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।