ଏହି କାରଣ ପାଇଁ ବିଦେଶରୁ କରୋନା ଟିକା ଆଣିବେ ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଭାରତ କରୁଥିବା ଲଢ଼େଇରେ ଏବେ ବିଦେଶୀ ଟିକା ସାମିଲ ହେବେ। ଭାରତ ସରକାର ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ବିଦେଶରେ ଉପଲବ୍ଧ ହେଉଥିବା ଟିକାକୁ ଦେଶକୁ ଆମଦାନୀ କରିବେ। ଯେଉଁ ବିଦେଶୀ ଟିକାକୁ ଭିନ୍ନ ରାଷ୍ଟ୍ରରେ ବ୍ୟବହାର କରାଯାଉଛି, ସେଗୁଡ଼ିକ ହିଁ ଭାରତରେ ଜରୁରୀକାଳୀନ ଓ ସୀମିତ ବ୍ୟବହାର ପାଇଁ ଅନୁମତି ଲାଭ କରିବେ। ତେବେ ବିଦେଶରୁ ଆସିବାକୁ ଥିବା ଟିକାର ମାନବ ପରୀକ୍ଷଣ ଭାରତରେ କରାଯିବା ପରେ ବ୍ୟବହାର […]

Corona

Corona

Hemant Lenka
  • Published: Tuesday, 13 April 2021
  • Updated: 13 April 2021, 06:02 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଭାରତ କରୁଥିବା ଲଢ଼େଇରେ ଏବେ ବିଦେଶୀ ଟିକା ସାମିଲ ହେବେ। ଭାରତ ସରକାର ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ବିଦେଶରେ ଉପଲବ୍ଧ ହେଉଥିବା ଟିକାକୁ ଦେଶକୁ ଆମଦାନୀ କରିବେ। ଯେଉଁ ବିଦେଶୀ ଟିକାକୁ ଭିନ୍ନ ରାଷ୍ଟ୍ରରେ ବ୍ୟବହାର କରାଯାଉଛି, ସେଗୁଡ଼ିକ ହିଁ ଭାରତରେ ଜରୁରୀକାଳୀନ ଓ ସୀମିତ ବ୍ୟବହାର ପାଇଁ ଅନୁମତି ଲାଭ କରିବେ।

ତେବେ ବିଦେଶରୁ ଆସିବାକୁ ଥିବା ଟିକାର ମାନବ ପରୀକ୍ଷଣ ଭାରତରେ କରାଯିବା ପରେ ବ୍ୟବହାର ପାଇଁ ଅନୁମତି ମିଳିବ ନା ସିଧାସଳଖ ଟିକାର ଡୋଜ୍‌ ଲୋକଙ୍କୁ ଦିଆଯିବ, ସେକଥା ଜଣାପଡ଼ିନାହିଁ।

ନ୍ୟାଶନାଲ ଏକ୍ସପର୍ଟ ଗ୍ରୁପ୍‌ ଅଫ ଭ୍ୟାକସିନ ଆଡମିନଷ୍ଟ୍ରେସନ ଫର କୋଭିଡ୍‌ ୧୯(ଏନଇଜିଭିଏସି)ର ବୈଠକରେ ହିଁ ବିଦେଶୀରୁ ଟିକା ଆମଦାନୀ କରିବାକୁ ନିଷ୍ପତ୍ତି ହୋଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ, ଯେଉଁ ସବୁ ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଆମେରିକା ଏଫଡିଏ, ଇଏମଏ, ୟୁକେ ଏମଏଚ୍‌ଆରଏ, ପିଏମଡିଏ, ଜାପାନ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେଇଥିବ, ସେଗୁଡ଼ିକ ହିଁ ଭାରତକୁ ଆମଦାନୀ କରାଯିବ।

ଏହି ଟିକା ଗୁଡ଼ିକୁ ମଧ୍ୟ ଭାରତରେ ସୀମିତ ଓ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ। ଏନଇଜିଭିଏସିର ଏହି ପ୍ରସ୍ତବାକୁ ଭାରତ ସରକାରଙ୍କ ପାଖକୁ ପଠାଯାଇଥିଲା। ସରକାର ମଧ୍ୟ ଏଥିରେ ରାଜି ହୋଇଛନ୍ତି। ବିଦେଶରୁ ଆସୁଥିବା ଟିକାଗୁଡ଼ିକୁ ପ୍ରଥମେ ୧୦୦ ଜଣଙ୍କୁ ଦିଆଯିବ ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ୭ ଦିନ ନଜର ରଖାଯିବ। ଯଦି କୌଣସି ଅଘଟଣ ନ ଘଟିଲା, ତା’ହେଲେ ଉକ୍ତ ଟିକା ଗୁଡ଼ିକୁ ଦେଶରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ।

ଭାରତରେ ବର୍ତ୍ତମାନ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର କରାଯାଉଛି। ଆଜି ଭାରତ ସରକାର ରୁଷର ସ୍ପୁଟନିକ ଭି ଟିକାର ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି। ଏପ୍ରିଲ ଶେଷ ସପ୍ତାହରୁ ସ୍ପୁଟନିକ ଭିର ସୀମିତ ଓ ଜରୁରୀ ବ୍ୟବହାର ଆରମ୍ଭ ହେବ। ଏସବୁ ଭିତରେ ବିଭିନ୍ନ ରାଜ୍ୟରୁ ଟିକାର ଅଭାବ ଅଭିଯୋଗ ଆସୁଛି।

ଭାରତ ସରକାର ଜାନୁଆରୀ ୧୬ରୁ ଇତି ମଧ୍ୟରେ ୧୩ କୋଟିରୁ ଅଧିକ ଡୋଜ୍‌ ବିଭିନ୍ନ ରାଜ୍ୟକୁ ପଠାଇ ସାରିଥିବା କହିଛନ୍ତି। ତଥାପି ଅଧିକାଂଶ ରାଜ୍ୟରେ ଟିକାର ଅଭାବ ରହିଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବିଦେଶରୁ ଟିକା ଆଣିବାକୁ ଯୋଜନା କରୁଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos