ପୂର୍ବତନ ପତ୍ନୀଙ୍କୁ ସାଙ୍ଗ ସହ ହଲାଲା କରି ପୁଣି ବିବାହ କରିବାକୁ ଯାଇଥିଲେ, କିନ୍ତୁ ଫସିଗଲେ

ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଅୱେସୀଙ୍କ ଏଆଇଏମଆଇଏମର ପୂର୍ବତନ ନେତା ରିୟାଜୁଦ୍ଦିନ ଖାନ ଅଡ଼ୁଆରେ ପଡ଼ିଛନ୍ତି। ସେ ତାଙ୍କ ପୂର୍ବତନ ପତ୍ନୀଙ୍କୁ ପୁଣି ବିବାହ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଇସଲାମ ଧର୍ମ ଅନୁଯାୟୀ ନିକାହ ହଲାଲା ଜରୁରୀ। ତେଣୁ ସେ ତାଙ୍କର ଜଣେ ସାଙ୍ଗଙ୍କ ସହ ପୂର୍ବତନ ପତ୍ନୀଙ୍କ ହଲାଲା କରିବାକୁ ଯାଇଥିଲେ। ତେବେ ଏହାକୁ ବିରୋଧ କରି ରିୟାଜୁଦ୍ଦିନଙ୍କ ପୂର୍ବତନ ପତ୍ନୀ ଜଣଙ୍କ ଏଫଆଇଆର ରୁଜୁ କରିଛନ୍ତି। ଏହି ଏଫଆଇଆରକୁ ଭିତ୍ତି କରି ଜାମିଆ ନଗର […]

AIMIM

AIMIM

Hemant Lenka
  • Published: Tuesday, 14 September 2021
  • Updated: 14 September 2021, 03:54 PM IST

ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଅୱେସୀଙ୍କ ଏଆଇଏମଆଇଏମର ପୂର୍ବତନ ନେତା ରିୟାଜୁଦ୍ଦିନ ଖାନ ଅଡ଼ୁଆରେ ପଡ଼ିଛନ୍ତି। ସେ ତାଙ୍କ ପୂର୍ବତନ ପତ୍ନୀଙ୍କୁ ପୁଣି ବିବାହ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଇସଲାମ ଧର୍ମ ଅନୁଯାୟୀ ନିକାହ ହଲାଲା ଜରୁରୀ। ତେଣୁ ସେ ତାଙ୍କର ଜଣେ ସାଙ୍ଗଙ୍କ ସହ ପୂର୍ବତନ ପତ୍ନୀଙ୍କ ହଲାଲା କରିବାକୁ ଯାଇଥିଲେ।

ତେବେ ଏହାକୁ ବିରୋଧ କରି ରିୟାଜୁଦ୍ଦିନଙ୍କ ପୂର୍ବତନ ପତ୍ନୀ ଜଣଙ୍କ ଏଫଆଇଆର ରୁଜୁ କରିଛନ୍ତି। ଏହି ଏଫଆଇଆରକୁ ଭିତ୍ତି କରି ଜାମିଆ ନଗର ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଅଭିଯୁକ୍ତଙ୍କ ନାଁରେ ଦୁଷ୍କର୍ମ ପାଇଁ ଉଦ୍ୟମ ଓ ଅସଦାଚରଣ ଦଫା ଲାଗିଛି। ଏଥିସହ ପୁଲିସ୍‌ ରିୟାଜୁଦ୍ଦିନଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର ଆଧାରରେ ମାମଲା ମଧ୍ୟ କରିଛି।

ଜଣେ ମହିଳାଙ୍କ ଦ୍ୱିତୀୟ ବିବାହକୁ 'ନିକାହ ହଲାଲା' କୁହାଯାଏ। ଇସଲାମରେ ପ୍ରକୃତ ହଲାଲାର ଅର୍ଥ ହେଉଛି ଯେ ଜଣେ ଛାଡ଼ପତ୍ର ପାଇଥିବା ମହିଳା ନିଜ ଇଚ୍ଛାରେ ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରିପାରିବେ। ଯଦି କୌଣସି କାରଣରୁ ସେମାନଙ୍କ ସମ୍ପର୍କ ମଧ୍ୟ ତିଷ୍ଠି ପାରିବ ନାହିଁ କିମ୍ବା ଦ୍ୱିତୀୟ ସ୍ୱାମୀ ଜଣଙ୍କ ତାଙ୍କୁ ଛାଡ଼ପତ୍ର ଦେଇ ଦିଅନ୍ତି, ଏପରି ସ୍ଥିତିରେ ମହିଳା ଜଣଙ୍କ ପୁଣିଥରେ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ବିବାହ କରିପାରିବେ। ଏହି ପ୍ରକ୍ରିୟାକୁ ନିକାହ ହଲାଲା କୁହାଯାଏ।

ଏଫଆଇଆର ଅନୁଯାୟୀ, ମହିଳା ଜଣଙ୍କ ତାଙ୍କ ଛୁଆ ସହ ଜାମିଆ ନଗରରେ ରହୁଥିଲେ। ସେ ଫରିୟାଦ ନାମ ଜଣେ ବ୍ୟକ୍ତିଙ୍କୁ ୨୦୧୨ରେ ବିବାହ କରିଥିଲେ। ଫରିୟାଦ ହେଉଛନ୍ତି ରିୟାଜୁଦ୍ଦିନଙ୍କ ବନ୍ଧୁ। ହଲାଲାପାଇଁ ରିୟାଜୁଦ୍ଦିନ ତାଙ୍କୁ ହିଁ ଆଣିଥିଲେ। ତେବେ ଫରିୟାଦ ମଧ୍ୟ ତାଙ୍କୁ ଟ୍ରପିଲ ତଲାକ ଉଚ୍ଚାରଣ କରି ବିବାହ ବିଚ୍ଛେଦ କରିଥିଲେ।

ଘଟଣାର ୯ ବର୍ଷ ପରେ ରିୟାଜୁଦ୍ଦିନ ତାଙ୍କ ବନ୍ଧୁଙ୍କୁ ଧରି ପୂର୍ବତନ ପତ୍ନୀଙ୍କ ଘରେ ପହଞ୍ଚିଥିଲେ। ବନ୍ଧୁଙ୍କ ସହ ପୂର୍ବତନ ପତ୍ନୀଙ୍କୁ ହଲାଲା କରି ସେ ତାଙ୍କୁ ପୁଣି ବିବାହ କରିବାକୁ ଚାହିଁଥିଲେ। ରିୟାଜୁଦ୍ଦିନ ଯୁକ୍ତି ରଖିଥିଲେ ଯେ ଯଦି ତାଙ୍କ ପୂର୍ବତନ ପତ୍ନୀ ହଲାଲା ପରମ୍ପରାକୁ ଠିକ୍‌ ଭାବେ ସମ୍ପାଦନ କରନ୍ତି, ତା’ହେଲେ ତାଙ୍କୁ ସେ ପୁଣି ବିବାହ କରିପାରିବେ।

କିନ୍ତୁ ମହିଳା ଜଣଙ୍କ ଏଥିରେ ରାଜି ନ ହେବାରୁ ରିୟାଜୁଦ୍ଦିନ ତାଙ୍କୁ ମାଡ଼ ମାରିବା ସହ କପଡ଼ା ଚିରି ଦେଇଥିଲେ। ତାଙ୍କ ଜୋରଜବରଦସ୍ତ ଦୁଷ୍କର୍ମ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଘର ଭିତରେ ଏସବୁ ଘଟଣା ଘଟୁଥିବା ବେଳେ ପଡ଼ୋଶୀଙ୍କ କାନରେ ପାଟିତୁଣ୍ଡର ଶବ୍ଦ ପଡ଼ିଥିଲା।

ଫଳରେ ସେମାନେ ଘର ଆଗରେ ରୁଣ୍ଡ ହେବା ଆରମ୍ଭ କରିଥିଲେ। ଏହାପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ରିୟାଜୁଦ୍ଦିନ ଖାନ ଏଆଇଏମଆଇଏମର ଉତ୍ତର ପ୍ରଦେଶ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ସେ ନିଜ ରାଜନୀତିକ କ୍ଷମତାର ବ୍ୟବହାର କରି ତାଙ୍କୁ ଧମକଚମକ ଦେଉଥିଲେ।

ତେବେ ଅଭିଯୁକ୍ତ ରିୟାଜୁଦ୍ଦିନ କହିଛନ୍ତି, ସେ ଗୋଟିଏ ସପ୍ତାହ ହେଲାଣି ରାଜନୀତିକୁ ବାଏବାଏ କହିଛନ୍ତି। ମହିଳା ଜଣଙ୍କ ତାଙ୍କୁ ଟଙ୍କା ମାଗି ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story