ରାସ୍ତାକଡ଼ରେ ଜୀବନ କାଟୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ

କୋଲକାତା: ଭିଣୋଇ ଦୀର୍ଘ ୧୦ ବର୍ଷ କାଳ ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ ଏବେ ସେଠାରେ ତାଙ୍କ ଶାଳୀ ଭିକାରୀଙ୍କ ଭଳି ରାସ୍ତା କଡ଼ରେ ଜୀବନ କାଟୁଛନ୍ତି। ଚୁଟି ଅଡ଼ୁଆ ହୋଇ ଯାଇଥିବା ବେଳେ ମୁହଁରେ ପୁଳାପୁଳା ଅଳିଆ ଲାଗିଛି। ଗୋଟିଏ ମଇଲା ନାଇଟଗଗାଉନ ପିନ୍ଧି ସେ ପାଗେଳୀଙ୍କ ଭଳି ରାସ୍ତା କଡ଼ରେ ହିଁ ରହୁଛନ୍ତି। ରାସ୍ତା କଡ଼ରେ ବିକ୍ରି ହେଉଥିବା ଖାଦ୍ୟକୁ ଖାଇ ସେ ଦୈନିଦିନ ଜୀବନ ଅତି ବାହାତିତ କରୁଛନ୍ତି। ତାଙ୍କୁ […]

Bengal

Bengal

Hemant Lenka
  • Published: Friday, 10 September 2021
  • Updated: 10 September 2021, 04:19 PM IST

Sports

Latest News

କୋଲକାତା: ଭିଣୋଇ ଦୀର୍ଘ ୧୦ ବର୍ଷ କାଳ ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ ଏବେ ସେଠାରେ ତାଙ୍କ ଶାଳୀ ଭିକାରୀଙ୍କ ଭଳି ରାସ୍ତା କଡ଼ରେ ଜୀବନ କାଟୁଛନ୍ତି। ଚୁଟି ଅଡ଼ୁଆ ହୋଇ ଯାଇଥିବା ବେଳେ ମୁହଁରେ ପୁଳାପୁଳା ଅଳିଆ ଲାଗିଛି। ଗୋଟିଏ ମଇଲା ନାଇଟଗଗାଉନ ପିନ୍ଧି ସେ ପାଗେଳୀଙ୍କ ଭଳି ରାସ୍ତା କଡ଼ରେ ହିଁ ରହୁଛନ୍ତି।

ରାସ୍ତା କଡ଼ରେ ବିକ୍ରି ହେଉଥିବା ଖାଦ୍ୟକୁ ଖାଇ ସେ ଦୈନିଦିନ ଜୀବନ ଅତି ବାହାତିତ କରୁଛନ୍ତି। ତାଙ୍କୁ ଦେଖିଲେ କେହି ବି ତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ ବୋଲି କହିପାରିବେ ନାହିଁ।

ଆମେ ଏଠାରେ ବେଙ୍ଗଲର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ କଥା କହୁଛୁ। ସେ ବେଙ୍ଗଲକୁ ୧୦ ବର୍ଷରୁ ଅଧିକ ସମୟ ଶାସନ କରିଥିଲେ। ହେଲେ ଏବେ ତାଙ୍କ ଶାଳୀ ଇରା ବାସୁ ଉତ୍ତର ୨୪ ପ୍ରଗଣା ଅନ୍ତର୍ଗତ ବଡ଼ବଜାର ଅଞ୍ଚଳର ରାସ୍ତା କଡ଼ରେ ଜୀବନ କାଟୁଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇରା ଭାଇରୋଲଜିରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି। ସେ ବେଶ ଭଲ ଭାବେ ଇଂରାଜୀ ଓ ବେଙ୍ଗଲୀ କହିପାରୁଛନ୍ତି। କେବଳ ସେତିକି ନୁହେଁ, ଇରା ଜଣେ ରାଜ୍ୟସ୍ତରୀୟ ଆଥଲେଟ। ସେ ଟେବୁଲ ଟେନିସ ଓ କ୍ରିକେଟ ଖେଳିବାକୁ ଭଲ ପାଆନ୍ତି। ଏସବୁ ସତ୍ତ୍ୱେ ସେ ରାସ୍ତା କଡ଼ରେ ଜୀବନ କାଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଉତ୍ତର ୨୪ ପ୍ରଗଣାରେ ଥିବା ପ୍ରିୟାନାଥ ବାଳିକା ଉଚ୍ଚ ବିଦ୍ୟାଳୟରେ ଇରା ଜୀବନ ବିଜ୍ଞାନ ପାଠ ପିଲାଙ୍କୁ ପଢ଼ାଉଥିଲେ। କିନ୍ତୁ ସେ ଦୀର୍ଘ ଦୁଇ ବର୍ଷ ହେଲାଣି ରାସ୍ତାକଡ଼ରେ ଜୀବନ ବିତାଉଛନ୍ତି। ୧୯୭୬ ମସିହାରେ ସେ ଜୀବନ ବିଜ୍ଞାନ ଶିକ୍ଷକ ଭାବେ ପ୍ରିୟାନାଥ ବାଳିକା ଉଚ୍ଚ ବିଦ୍ୟାଳୟରେ ଯୋଗ ଦେଇଥିଲେ। ୨୦୦୯ ମସିହା ଜୁନ୍ ୨୮ରେ ସେ ଚାକିରିରୁ ଅବସର ନେଇଥିଲେ।

ଏହି ସମୟରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ବେଙ୍ଗଲର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଅବସର ପରେ ଇରା କିଛି ଦିନ ବାରାନଗରରେ ରହିବା ପରେ ଖାର୍ଦ୍ଧାରେ ଥିବା ଲିଚୁ ବାଗାନ ଚାଲି ଯାଇଥିଲେ। ତେବେ ସେଠାରେ କିଛି ଦିନ ରହିବା ପରେ ସେ କେଉଁ ଆଡ଼େ ଚାଲି ଯାଇଥିଲେ।

ନିଜ ଘର ଛାଡ଼ି ସେ ସେବେଠାରୁ ରାସ୍ତାକଡ଼ରେ ଜୀବନ ବିତାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅବସର ପରେ ମଧ୍ୟ ଇରା ସ୍କୁଲ ଯାଇ ପିଲାମାନଙ୍କୁ ପାଠପଢ଼ାଉଥିଲେ। ଅବସର ପରେ ପେନସନ ପାଇଁ ତାଙ୍କୁ କିଛି ଦସ୍ତାବିଜ ଦାଖଲ କରିବାକୁ କୁହାଯାଇଥିଲା। ହେଲେ ସେ କୌଣସି ଦସ୍ତାବିଜ ଦାଖଲ ନ କରିବାରୁ ତାଙ୍କୁ ପେନସନ ମିଳି ନଥିଲା।

ଗୁରୁ ଦିବସ ଅବସରରେ ଗୋଟିଏ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସମୟରେ ଇରା ବାସୁ କୌଣସି ପ୍ରକାରର ଭିଆପି ଜୀବନ ଅତିବାହିତ କରିବାକୁ ଚାହୁଁ ନଥିବା କହିଥିଲେ। ସେ କହିଥିଲେ, “ମୋତେ ସବୁ ଶିକ୍ଷକ ଓ ସହଯୋଗୀମାନେ ଏବେ ବି ଭଲ ପାଉଛନ୍ତି।

ମୁଁ କାହା ଠାରୁ କୌଣସି ଜିନିଷ ଆଶା କରିନି। ମୁଁ ଶିକ୍ଷକତା କ୍ୟାରିୟର ଆରମ୍ଭ କରିଥିଲି। ନିଜ କ୍ଷମତା ବଳରେ ସବୁ କିଛି କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାରିବାରିକ ସମ୍ପର୍କ ବିଷୟରେ ସମସ୍ତେ ଜାଣିଛନ୍ତି। କିନ୍ତୁ ମୁଁ କୌଣସି ଭିଆପି ପରିଚୟ ନେଇ ବଞ୍ଚିବାକୁ ଚାହେଁନାହିଁ।”

ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଇରାଙ୍କୁ ଆମ୍ବୁଲାନ୍ସରେ ନିଆଯାଇ ମେଡିକାଲ ଚେକଅପ୍‌ କରାଯାଇଛି। ଏବେ ସେ ପ୍ରଶାସନ ହେପାଜତରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story