ଏମ୍‌ସିଡି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା, ଆପ୍‌କୁ ଗଲେ ପୂର୍ବତନ ସାଂସଦ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟ୍‌କା। ହାତ ଛାଡି ଝାଡୁ ଧରିଛନ୍ତି ଦଳର ପୂର୍ବତନ ସାଂସଦ ମହାବଳ ମିଶ୍ରା। ମହାବଳ କଂଗ୍ରେସର ପୂର୍ବତନ ସାଂସଦ ଥିବା ବେଳେ ସେ ପୂର୍ବାଞ୍ଚଳ ସମାଜର ଜଣେ ବଡ ନେତା ଭାବେ ବେଶ୍ ଜଣାଶୁଣା।

ମହାବଳ ମିଶ୍ରା ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। କେଜ୍ରିୱାଲ ଆଜି ପାହାଡଗଞ୍ଜ ଠାରେ ଏକ ଜନସଭା କରୁଥିବା ବେଳେ ମହାବଳ ଏହି ସଭାରେ ଉପସ୍ଥିତ ରହି ଆମ୍‌ଆଦମୀ ପାର୍ଟିରେ ଯୋଗ ଦେଇଥିବା ଜଣାପଡିଛି।

ଏହା ପୂର୍ବରୁ ମହାବଳଙ୍କ ପୁଅ ବିନାୟକ ମିଶ୍ରା ଆମ୍ ଆଦମୀ ପାର୍ଟି ତରଫରୁ ନିର୍ବାଚନ ଲଢି ବିଧାୟକ ହୋଇସାରିଛନ୍ତି। ସେ ଦ୍ୱାରକାରୁ ଆପ୍‌ର ବିଧାୟକ ଅଛନ୍ତି। ଏହି ମିଶ୍ରଣ ପର୍ବ ବେଳେ ପୂର୍ବ ସାଂସଦ ମହାବଳ ମିଶ୍ରା ଓ ତାଙ୍କ ବିଧାୟକ ପୁଅ ବିନୟ ମିଶ୍ରା ମଞ୍ଚରେ ଉପସ୍ଥିତ ଥିଲେ।

ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ମୁଖ୍ୟତ ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଲଢ଼େଇ ହେଉଥିଲେ ବି କଂଗ୍ରେସ ତାର ଉପସ୍ଥିତ ଜାହିର କରବାକୁ ଚେଷ୍ଟା କରିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।