ପୂର୍ବତନ ଜେଡିୟୁ ନେତା ଟିଏମସିରେ ମିଶିଲେ, କୀର୍ତ୍ତି ଆଜାଦ ମଧ୍ୟ ସାମିଲ ହେବେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଆଜି ଜେଡିୟୁର ପୂର୍ବତନ ନେତା ପବନ ବର୍ମା ଟିଏମସିରେ ମିଶିଛନ୍ତି। ଏହାର ଅର୍ଥ ଟିଏମସି ବିହାରରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା ଆରମ୍ଭ କରିଛି। ପବନ ବର୍ମାଙ୍କୁ ଦଳ ବିରୋଧୀ କାମ ପାଇଁ ଜେଡିୟୁ ବହିଷ୍କାର କରିଥିଲା। ଆଜି ସେ ଦିଲ୍ଲୀରେ ମମତାଙ୍କ ଉପସ୍ଥିତିରେ ଟିଏମସିରେ ସାମିଲ ହୋଇଛନ୍ତି। ଖାଲି ସେତିକି ଦରଭଙ୍ଗାରୁ ୩ଥର ସାଂସଦ ହୋଇଥିବା କଂଗ୍ରେସର କୀର୍ତ୍ତି ଆଜାଦ ମଧ୍ୟ ଟିଏମସିରେ ମିଶିବେ। […]

TMC

TMC

Hemant Lenka
  • Published: Tuesday, 23 November 2021
  • Updated: 23 November 2021, 05:35 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଆଜି ଜେଡିୟୁର ପୂର୍ବତନ ନେତା ପବନ ବର୍ମା ଟିଏମସିରେ ମିଶିଛନ୍ତି। ଏହାର ଅର୍ଥ ଟିଏମସି ବିହାରରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା ଆରମ୍ଭ କରିଛି। ପବନ ବର୍ମାଙ୍କୁ ଦଳ ବିରୋଧୀ କାମ ପାଇଁ ଜେଡିୟୁ ବହିଷ୍କାର କରିଥିଲା।

ଆଜି ସେ ଦିଲ୍ଲୀରେ ମମତାଙ୍କ ଉପସ୍ଥିତିରେ ଟିଏମସିରେ ସାମିଲ ହୋଇଛନ୍ତି। ଖାଲି ସେତିକି ଦରଭଙ୍ଗାରୁ ୩ଥର ସାଂସଦ ହୋଇଥିବା କଂଗ୍ରେସର କୀର୍ତ୍ତି ଆଜାଦ ମଧ୍ୟ ଟିଏମସିରେ ମିଶିବେ।

୨୦୨୪ରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିବାକୁ ଟିଏମସି ବିଭିନ୍ନ ରାଜ୍ୟରେ ନିଜର ଉପସ୍ଥିତି ଜାହିର କରିବାକୁ ଚାହୁଁଛି। ପୂର୍ବରୁ ଦଳ କେବଳ ପଶ୍ଚିମବଙ୍ଗରେ ସୀମିତ ଥିଲା। ହେଲେ ଏବେ ଆସାମ, ତ୍ରିପୁରା, ଗୋଆ ଓ ବିହାର ଭଳି ରାଜ୍ୟ ଉପରେ ଟିଏମସି ଆଖି ପକାଇଛି। ବିହାରରେ ପ୍ରବେଶ କରିବା ପୂର୍ବରୁ ଦଳ ପବନ ବର୍ମା ଓ କୀର୍ତ୍ତି ଆଜାଦଙ୍କ ଭଳି ହେଭିୱେଟଙ୍କୁ ନିଜ ସହ ସାମିଲ କରିଛି।

ଆଜି ପବନ ବର୍ମା କହିଛନ୍ତି, “ଆଜି ମୁଁ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛି। ଆଜିର ରାଜନୀତିକ ସ୍ଥିତିକୁ ଦେଖିଲେ ଗୋଟିଏ ଶକ୍ତିଶାଳୀ ବିରୋଧୀର ଆବଶ୍ୟକ ରହିଛି। ମମତାଜୀ ଗୋଟିଏ ଶକ୍ତିଶାଳୀ ଦଳ ଗଠନ କରିଛନ୍ତି। ଏହି କାରଣ ପାଇଁ ମୁଁ ତାଙ୍କ ସହ ସାମିଲ ହୋଇଛି। ୨୦୨୪ ନିର୍ବାଚନ ପରେ ମମତା ବାନାର୍ଜୀ ଦିଲ୍ଲୀକୁ ସରକାର ଗଠନ କରିବାକୁ ଆସିବେ।”

ମମତା ବାନାର୍ଜୀ ମଧ୍ୟ ଗୋଟିଏ ଭିଡିଓ ଜାରି କରି ପବନ ବର୍ମାଙ୍କୁ ଟିଏମସି ପରିବାରକୁ ସ୍ୱାଗତ କରିଛନ୍ତି। ତାଙ୍କ ରାଜନୀତିକ ଅଭିଜ୍ଞତା ଆମକୁ ଭାରତର ଲୋକଙ୍କ ସେବା କରିବାରେ ସହାୟକ ହେବ। ଏଥିସହ ଦେଶକୁ ଗୋଟିଏ ସୁନ୍ଦର ଭବିଷ୍ୟତ ଆଡ଼େ ଆଗକୁ ନେଇହେବ ବୋଲି ଦିଦି କହିଛନ୍ତି।

ବିବାଦୀୟ ନାଗରିକତା ଆଇନକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ପବନ ବର୍ମା ଓ ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ତିକ୍ତତା ଆରମ୍ଭ ହୋଇଥିଲା। ଏହି କାରଣରୁ ଉଭୟଙ୍କୁ ଜେଡିୟୁରୁ ବହିଷ୍କାର କରାଯାଇଥିଲା। ସେବେଠାରୁ ପ୍ରଶାନ୍ତ କିଶୋର ଓ ତାଙ୍କ ଟିମ ମମତାଙ୍କ ପାଇଁ କାମ କରୁଛନ୍ତି।

ଅନ୍ୟପକ୍ଷରେ କୀର୍ତ୍ତି ଆଜାଦ ହେଉଛନ୍ତି ୧୯୮୩ ବିଶ୍ୱକପ ବିଜେତା ଟିମର ସଦସ୍ୟ। ସେ ପୂର୍ବରୁ ବିଜେପିରେ ଥିଲେ। ତେବେ ଦିଲ୍ଲୀ କ୍ରିକେଟ ଆସୋସିଏସନରେରେ ଦୁର୍ନୀତି ଅଭିଯୋଗ କରି ସେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଟାର୍ଗେଟ କରିଥିଲେ। ଏଥିପାଇଁ ତାଙ୍କୁ ବିଜେପିରୁ ନିଲମ୍ବିତ କରାଯାଇଥିଲା। ଏହାପରେ ସେ କଂଗ୍ରେସରେ ମିଶିଥିଲେ। ଏବେ କିନ୍ତୁ ସେ ଟିଏମସିରେ ମିଶିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story