ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦଙ୍କୁ ଆଜୀବନ ଜେଲ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କୁ ଚିତ୍ରକୋଟ ଗଣଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡ ମିଳିଛି। ଲକ୍ଷ୍ନୌରେ ଥିବା ସ୍ପେଶାଲ କୋର୍ଟ ମାମଲା ଶୁଣାଣି କରି ଗାୟତ୍ରୀ ପ୍ରସାଦ ଓ ତାଙ୍କର ୨ ସହଯୋଗୀଙ୍କୁ ଆଜୀବ ସଜ୍ଜା ଶୁଣାଇଛନ୍ତି। ଏଥିସହ ସମସ୍ତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦେବାକୁ କହିଛନ୍ତି। ଦୁଇ ଦିନ ତଳେ ସ୍ୱତନ୍ତ୍ର ଏମ୍‌ପି/ଏମଏଲଏ କୋର୍ଟ ପ୍ରଜାପତି ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। […]

SP

SP

Hemant Lenka
  • Published: Friday, 12 November 2021
  • Updated: 12 November 2021, 07:00 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କୁ ଚିତ୍ରକୋଟ ଗଣଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡ ମିଳିଛି। ଲକ୍ଷ୍ନୌରେ ଥିବା ସ୍ପେଶାଲ କୋର୍ଟ ମାମଲା ଶୁଣାଣି କରି ଗାୟତ୍ରୀ ପ୍ରସାଦ ଓ ତାଙ୍କର ୨ ସହଯୋଗୀଙ୍କୁ ଆଜୀବ ସଜ୍ଜା ଶୁଣାଇଛନ୍ତି। ଏଥିସହ ସମସ୍ତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦେବାକୁ କହିଛନ୍ତି।

ଦୁଇ ଦିନ ତଳେ ସ୍ୱତନ୍ତ୍ର ଏମ୍‌ପି/ଏମଏଲଏ କୋର୍ଟ ପ୍ରଜାପତି ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ସମସ୍ତଙ୍କୁ ଦଣ୍ଡ ବିଧାନ କରାଯାଇଛି। ଏହି ଘଟଣାରେ ମୋଟ ୭ ଜଣଙ୍କ ନାଁରେ ଚାର୍ଜ ଫ୍ରେମ କରାଯାଇଥିଲା। ତେବେ କୋର୍ଟ ମାମଲାର ଶୁଣାଣି ବେଳେ ୪ ଜଣଙ୍କୁ ଖଲାସ କରିଥିଲେ।

ଅଖିଲେଶ ଯାଦବଙ୍କ ସରକାରେ ପରିବହନ ଓ ମାଇନିଂ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଗାୟତ୍ରୀ ପ୍ରସାଦଙ୍କୁ ୨୦୧୭ ମସିହା ମାର୍ଚ୍ଚରେ ଗିରଫ କରାଯାଇଥିଲା। ସେ ଜଣେ ମହିଳାଙ୍କୁ ସହଯୋଗୀମାନଙ୍କ ସହ ଗଣଦୁଷ୍କର୍ମ କରିବା ସହ ତାଙ୍କ ନାବାଳିକା ଝିଅ ସହ ସମାନ କାଣ୍ଡ ଭିଆଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା।

ମହିଳା ଜଣଙ୍କ ପୁଲିସ୍‌ରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ପ୍ରଥମେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ମହିଳା ଜଣଙ୍କ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ଛାଟ ପରେ ଗୌତମପାଲ୍ଲୀ ପୁଲିସ୍‌ ଷ୍ଟେସନରେ ଘଟଣାକୁ ନେଇ ଏଫଆଇଆର ରୁଜୁ କରାଯାଇଥିଲା।

୨୦୧୭ ମସିହା ଫେବୃଆରୀ ୧୮ରେ ଏଫଆଇଆର ହେବା ପରେ ପୁଲିସ୍‌ ଗାୟତ୍ରୀ ପ୍ରସାଦଙ୍କୁ ମାର୍ଚ୍ଚ ମାସରେ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି।

ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ କହିଥିଲେ ଯେ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ଓ ତାଙ୍କ ୨ ସହଯୋଗୀ ୨୦୧୪ରୁ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲେ। ହେଲେ ଭୟରେ ସେ ଏକଥା କାହାକୁ କହି ନଥିଲେ। ତେବେ ୨୦୧୬ ମସିହା ଜୁଲାଇରେ ଅଭିଯୁକ୍ତ ମାନେ ଯେତେବେଳେ ତାଙ୍କ ନାବାଳିକା ଝିଅଙ୍କୁ ଅସଦାଚରଣ ଓ ଦୁଷ୍କର୍ମ କରିବାକୁ ଚେଷ୍ଟା କଲେ ସେତେବେଳେ ସେ ପୁଲିସ୍‌ରେ ଅଭିଯୋଗ ଦାଖଲ କରିଥିଲେ।

ପୁଲିସ୍‌ ଅଭିଯୋଗ ପାଇବାର ପ୍ରାୟ ବର୍ଷକ ଯାଏ କୌଣସି ପଦକ୍ଷେପ ନେଇ ନଥିଲା। କିନ୍ତୁ ୨୦୧୭ରେ ବାଧ୍ୟ ହୋଇ ଏଫଆଇଆର ରୁଜୁ କରିଥିଲା। ଆଜି ସ୍ୱତନ୍ତ୍ର କୋର୍ଟ ଗାୟତ୍ରୀ ପ୍ରସାସଙ୍କ ସହ ତାଙ୍କ ସହଯୋଗୀ ଆଶିଷ ଶୁକ୍ଳା ଓ ଅଶୋକ ତିୱାରୀଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଶିଷ ଆମେଥିରେ ରେଭିନ୍ୟୁ କ୍ଲର୍କ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଅଶୋକ ହେଉଛନ୍ତି ଜଣେ ଠିକାଦାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos