ଦୁର୍ଘଟଣା ନେଇଗଲା ସୁନ୍ଦରୀ ପ୍ରତିଯୋଗିତାର ବିଜେତା ଓ ଉପ ବିଜେତାଙ୍କ ଜୀବନ

ଥିରୁଅନନ୍ତପୁରମ: ସୁନ୍ଦରୀ ପ୍ରତିଯୋଗିତାକୁ ଜିତିଥିବା ଓ ସେହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନରେ ରହିଥିବା ୨ ଯୁବତୀଙ୍କ ଅକାଳ ବିୟୋଗ ଘଟିଛି। ୨୦୧୯ର ମିସ କେରଳ ୨୫ ବର୍ଷୀୟ ଅଂଶୀ କାବୀର ଓ ଉପ ବିଜେତା ୨୬ ବର୍ଷୀୟ ଡା ଅଞ୍ଜନା ଶାଜନ ସୋମବାର ଲୋମହର୍ଷଣକାରୀ କାର ଦୁର୍ଘଟଣାରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି। ଅଂଶୀ ଓ ଡା ଅଞ୍ଜନାଙ୍କ ସହ ଫୋର୍ଡ ଫିଗୋ କାର୍‌ରେ ଥିବା ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ […]

accident

accident

Hemant Lenka
  • Published: Monday, 01 November 2021
  • Updated: 01 November 2021, 09:43 PM IST

Sports

Latest News

ଥିରୁଅନନ୍ତପୁରମ: ସୁନ୍ଦରୀ ପ୍ରତିଯୋଗିତାକୁ ଜିତିଥିବା ଓ ସେହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନରେ ରହିଥିବା ୨ ଯୁବତୀଙ୍କ ଅକାଳ ବିୟୋଗ ଘଟିଛି। ୨୦୧୯ର ମିସ କେରଳ ୨୫ ବର୍ଷୀୟ ଅଂଶୀ କାବୀର ଓ ଉପ ବିଜେତା ୨୬ ବର୍ଷୀୟ ଡା ଅଞ୍ଜନା ଶାଜନ ସୋମବାର ଲୋମହର୍ଷଣକାରୀ କାର ଦୁର୍ଘଟଣାରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି।

ଅଂଶୀ ଓ ଡା ଅଞ୍ଜନାଙ୍କ ସହ ଫୋର୍ଡ ଫିଗୋ କାର୍‌ରେ ଥିବା ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ କାର୍‌ର ଡ୍ରାଇଭର। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, କାର୍‌ରେ ସମସ୍ତେ କୋଚି ଜାତୀୟ ରାଜପଥରେ ଯାଉଥିଲେ। ତେବେ ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ଭାରସାମ୍ୟ ହରାଇବାରୁ ଏହା ସିଧା ରାସ୍ତାକଡ଼ରେ ଥିବା ଗୋଟିଏ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ଟିର ସାମ୍ନା ପଟ ସଂପୂର୍ଣ୍ଣ ଛିନଛତ୍ର ହୋଇଯାଇଥିଲା। ସେହିପରି ଅଂଶୀ ଓ ଡା ଅଞ୍ଜନା ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଫୋର୍ଡ ଫିଗୋ ଧକ୍କାରେ ରାସ୍ତାରେ ଯାଉଥିବା ଜଣେ ସ୍କୁଟି ଚାଳକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

bdicb83
ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲ ନେଇଥିଲା। କିନ୍ତୁ ଡାକ୍ତରମାନେ ଦୁଇ ସୁନ୍ଦରୀ ଅଂଶୀ ଓ ଡା ଅଞ୍ଜନାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଯୋଗୁ କାର୍‌ର ସାମ୍ନା ପଟ ଏତେ କ୍ଷତିଗ୍ରସ୍ତ ହୋଇଛି ଯେ ଏହାର ଗ୍ଲୋବ କର୍ମ୍ପାଟମେଣ୍ଟରୁ ପୁଲିସ୍‌ କୌଣସି କାଗଜପତ୍ର ମଧ୍ୟ ସଂଗ୍ରହ କରିପାରିନାହିଁ।

ଆଗାମୀ ତଦନ୍ତ, ଫରେନ୍ସିକ ଯାଞ୍ଚ ପରେ ହିଁ କାର୍‌ରେ ଥିବା ଲୋକମାନେ ସିଟ୍‌ ବେଲ୍ଟ ପିନ୍ଧିଥିଲେ କି ନାହିଁ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି। ପୁଲିସ୍‌ ଏବେ ଦ୍ରୁତ ଗାଡ଼ି ଚାଳନା ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି। ଅଂଶୀ ଓ ଡା ଅଞ୍ଜନାଙ୍କ ମୃତ୍ୟୁରେ ଅନେକ ଲୋକ ସୋଶାଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ଅଂଶୀଙ୍କ ଶେଷ ଇନଷ୍ଟାପୋଷ୍ଟକୁ ମଧ୍ୟ ଶେୟାର କରିଛନ୍ତି। ସେ ଏହି ଭଡିଓରେ ଇଟ୍ସ ଟାଇମ ଟୁ ଗୋ ବୋଲି ଲେଖିଛନ୍ତି।

View this post on Instagram

A post shared by Ansi Kabeer (@ansi_kabeer)

ଥିରୁଅନନ୍ତପୁରମର ଅଲମକୋଡେରେ ରହୁଥିବା ଅଂଶୀ ୨୦୧୯ରେ ମିସ୍‌ କେରଳ ହୋଇଥିବା ବେଳେ ୨୦୨୧ରେ ମିସ୍‌ ସାଉଥ ଇଣ୍ଡିଆ ହୋଇଥିଲେ। ସେହିପରି ଥ୍ରୀସୁରରେ ରହୁଥିବା ଡା ଅଞ୍ଜନା ମଧ୍ୟ ମଡେଲିଂ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story